• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ, ଆମେ ପ୍ରାୟତଃ ଖାଦ୍ୟ ଖାଇବାକୁ ପର୍ଯ୍ୟାପ୍ତ ସମୟ ପାଇ ନଥାଉ। ଅଧିକାଂଶ ଲୋକଙ୍କୁ ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବାକୁ ପଡ଼େ। କାମର ଚାପରେ ଲୋକମାନେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ମଧ୍ୟ ଶୀଘ୍ର ଖାଦ୍ୟ ଖାଇ କାମକୁ ଫେରନ୍ତି ।

ତେବେ ଖାଇବାଠାରୁ କେମିତି ଖାଇବା ଅଧିକ ଗୁରୁତ୍ୱ ବହନ କରେ। କାରଣ ଆମେ ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇବ ତାହା ଆମର ଖାଇବା ଶୈଳୀ ଉପରେ ନିର୍ଭର କରେ। ଖାଇବା ଶୈଳୀର ଅର୍ଥ ଧୀରେ ଧୀରେ ଚୋବାଇ ଚୋବାଇ ଖାଇବା ଏବଂ ଶୀଘ୍ର ଗିଳିଦେବା।

ଅନେକ ଲୋକ କାର୍ଯ୍ୟ ବ୍ୟସ୍ତତା କାରଣରୁ ଖୁବ୍ କମ୍ ସମୟରେ ଖାଇଦେଇ ଉଠି ପଳାନ୍ତି। ବାସ୍ତବରେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ କିପ୍ରଭାବ ପକାଏ ଏବଂ ଚୋବାଇ ଚୋବାଇ ଧୀରେ ଧୀରେ ଖାଉଥିବା ଲୋକେ କି ଫାଇଦା ପଆନ୍ତି, ଜାଣନ୍ତୁ...

ଶୀଘ୍ର ଖାଇବା ଦ୍ୱାରା ଶରୀର ଉପରେ କ’ଣ ପଡ଼ିଥାଏ ପ୍ରଭାବ?

ଶୀଘ୍ର ଖାଇବାର ଫଳ ସ୍ୱରୂପ ଅଧିକ କ୍ୟାଲୋରୀ ଗ୍ରହଣ କରିବା। କାରଣ ଶୀଘ୍ର ଖାଉଥିବା ଲୋକଙ୍କୁ ଖାଇବା ପରି ଲାଗେନି, ସେମାନଙ୍କୁ ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗେ, ଯାହା ଫଳରେ ଅଧିକ ଖାଇବାକୁ ଇଚ୍ଛାହୁଏ। ତେଣୁ ସେମାନେ ଅଧିକ କ୍ୟାଲୋରୀ ଗ୍ରହଣ କରନ୍ତି। ଅଧିକ କ୍ୟାଲୋରୀର ଅର୍ଥ ଶରୀରର ଓଜନ ବୃଦ୍ଧି ପାଇବା।

ଅନୁସନ୍ଧାନରୁ ଜଣାପଡିଛି ଯେ, ଲୋକଙ୍କ ଖାଇବା ବେଗ ଉପରେ ସେମାନଙ୍କ ରକ୍ତରେ ଶର୍କରା, ଟାଇପ୍-୨ ଡାଇବେଟିସ ଏବଂ ମୋଟାପଣ ନିର୍ଭର କରେ। ମୋଟାପଣ ଜେନେଟିକ୍ସ, ବୟସ, ଶାରୀରିକ କାର୍ଯ୍ୟକଳାପ, ଧୂମପାନ ଏବଂ ଖାଦ୍ୟ ଭଳି ଅନେକ କାରଣରୁ ହେଉଥିଲେ ମଧ୍ୟ ଖାଇବା ବେଗ ଏହାର ଆଉ ଏକ କାରଣ ହୋଇପାରେ।

ରକ୍ତରେ ଶର୍କରା ବୃଦ୍ଧି

ବିଜ୍ଞାନଗତ ମତ ଅନୁସାରେ, ଶୀଘ୍ର ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଶୀଘ୍ର ବୃଦ୍ଧି ପାଇଥାଏ। ଏହାର ଅର୍ଥ ଟାଇପ୍-୨ ଡାଇବେଟିସ୍ ଓ ମେଦବହୁଳତା ହୋଇପାରେ। କିନ୍ତୁ ଶୀଘ୍ର ଶୀଘ୍ର ଖାଇବା ସିଧାସଳଖ ଏସବୁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ସେପରି କୌଣସି ପ୍ରମାଣ ନାହିଁ। କିନ୍ତୁ ଏହା ରକ୍ତରେ ଶର୍କରା ବୃଦ୍ଧି ପାଇଁ ଦାୟୀ ହୋଇପାରେ।

ଧୀରେ ଧୀରେ ଖାଇବାର ଉପକାରିତା

ଧୀରେ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ। ଏହା ଅତ୍ୟଧିକ ଖାଦ୍ୟପେୟକୁ ରୋକିବା, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା, ଓଜନ ବୃଦ୍ଧିକୁ ରୋକିବା ଏବଂ ପେଟରେ ଥିବା ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଧୀରେ ଖାଇବା ଦ୍ୱାରା ଖାଦ୍ୟକୁ ନେଇ ଏକ ଭଲ ଅନୁଭବ ହୋଇପାରେ। ଏହା ଏକ ସକରାତ୍ମକ ପ୍ରଭାବ ପକାଇପାରେ।

ବିଜ୍ଞାନ ଏବଂ ଭାରତୀୟ ଶାସ୍ତ୍ର ଉଭୟ ଧୀର ଖାଇବାକୁ ଉପଯୁକ୍ତ ଦର୍ଶାଇଛନ୍ତି। କାରଣ ବିଜ୍ଞାନ ଅନୁସାରେ, ମଣିଷର ହଜମ ପ୍ରକ୍ରିୟା ପାଟିରୁ ହିଁ ଆରମ୍ଭ ହୁଏ। ତେଣୁ ଚୋବାଇ ଚୋବାଇ ଖାଇବା ଦ୍ୱାରା ଭଲ ହଜମ ହୋଇଥାଏ। ସେହିପରି ଖାଇବାକୁ ଗିଳିବା ପୂର୍ବରୁ ୩୨ ଥର ଚୋବାଇବାକୁ ଭାରତୀୟ ଶାସ୍ତ୍ର ପରାମର୍ଶ ଦେଇଛି।

ଅଧିକ ପଢ଼ନ୍ତୁ: ସକାଳେ କରନ୍ତୁ ଏହି ୬ କାମ; ପାଖ ମାଡିବନି ଡାଏବେଟିସ୍-ହାର୍ଟ ଆଟାକ୍‌

OTV is now on Whatsapp

Join and get latest news update delivered to you via whatsapp

Join Now