ବେଙ୍ଗାଲୁର: ଫୁଲବିକି ପରିବାର ଚଳାଉଥିଲେ। କଷ୍ଟମଷ୍ଟେ ଗୁଜରାଣ ମେଣ୍ଟୁଥିଲା। ଟଙ୍କା ସଞ୍ଚିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବାର ସ୍ୱପ୍ନ ତାଙ୍କ ଆଖିରେ ନ ଥିଲା। କାରଣ ସେମାନଙ୍କ ଆକାଉଣ୍ଟରେ ଟଙ୍କା ହିଁ ନ ଥିଲା। ପତ୍ନୀଙ୍କ ଆକାଉଣ୍ଟରେ ଥିଲା ମାତ୍ର ୬୦ ଟଙ୍କା। ହେଲେ ହଠାତ୍ ଏକ ଖବର ସେମାନଙ୍କୁ ସ୍ୱପ୍ନ ଦେଖିବାକୁ ବାଧ୍ୟ କଲା। ସେମାନେ ଜାଣିବାକୁ ପାଇଲେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଅଛି ୩୦ କୋଟି ଟଙ୍କା। ହଁ, ଗପ ନୁହେଁ, ଏକ୍ ଦମ […]
ନୂଆଦିଲ୍ଲୀ: ସୁପ୍ରିମ ନିର୍ଦ୍ଦେଶ ଅନୁସାରେ ସୁନ୍ନି ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି। ଉତ୍ତର ପ୍ରଦେଶ ସରକାର ଏଥିପାଇଁ ଜମି ଦେଇ ସାରିଛନ୍ତି। ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର କେନ୍ଦ୍ରକୁ ତିନୋଟି ଜମି ବାବଦରେ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ତା ମଧ୍ୟରୁ ଗୋଟିଏ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ […]
ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ରାମ ମନ୍ଦିର ନିର୍ମାଣ ପାଇଁ ଗଠନ କରାଗଲା ଏକ ଟ୍ରଷ୍ଟ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଘୋଷଣା କରିଛନ୍ତି। ନୂତନ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି। ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନେବା ସହ ମନ୍ଦିର ସମ୍ପର୍କିତ ଅନ୍ୟ ବିଷୟରେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଲଢେଇ। ଆସନ୍ତାକାଲି ସରୁଛି ପ୍ରଚାର । ପ୍ରଚାର ପାଇଁ ସମୟ ସରି ସରି ଆସୁଥିବାରୁ ସବୁ ପ୍ରମୁଖ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଦିଲ୍ଲୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ପ୍ରଚାର ମଇଦାନରେ ବେଶ କସରତ କରୁଛିି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୪୦ ଏମ୍ପି ବିଜେପି […]
ନୂଆଦିଲ୍ଲୀ: ନିିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଆଜି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ତଳକୋର୍ଟରେ ୪ ଦୋଷୀଙ୍କ ଡେଥ୍ ୱାରେଣ୍ଟ ସ୍ଥଗିତ କରାଯିବା ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।ତଳକୋର୍ଟଙ୍କ ସ୍ଥଗିତାଦେଶ ଉପରେ ଚାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ସ୍ଥଗିତାଦେଶ ଉଠାଇ ଦୋଷୀଙ୍କୁ ତତ୍କାଳ ଫାଶି ପାଇଁ ଆବେଦନ କରିଥିଲେ। ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦିଆଯାଉ। ୪ ଦୋଷୀଙ୍କ ମଧ୍ୟରୁ […]
ମୁମ୍ବାଇ:ସୋଶାଲ ମିଡିଆ ଯୋଗାଯୋଗ ପାଇଁ, ଭାବର ଆଦାନପ୍ରଦାନ ପାଇଁ…ସାଧାରଣତଃ ଏମିତି କିଛି ଧାରଣା ଅଧିକାଂଶ ଲୋକଙ୍କ ମନରେ ଥାଏ। ହେଲେ ସୋଶାଲ ମିଡିଆ ଜୀବନକୁ ମୃତ୍ୟୁ ମୁହଁରୁ ଟାଣିଆଣେ। ଏମିତି ଏକ ଘଟଣା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରବିବାର ଦିନର ଘଟଣା। ମୁମ୍ବଇ ପୋଲିସର ସୋଶାଲ ମିଡିଆ ୱିଙ୍ଗରେ କାମ କରୁଥିବା ଜଣେ କନ୍ଷ୍ଟେବଲ ସମୀର ସାଲୱେ ଟ୍ୱିଟରରେ ଏକ ପୋଷ୍ଟ ଦେଖିଲେ। ପୋଷ୍ଟଟିକୁ ପଢି ପ୍ରଥମେ ଚମକି ଉଠିଲେ। ପୋଷ୍ଟରେ ଲେଖା ଯାଇଥିଲା, ‘ଯଦି […]
ବରେଲି: ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧରୁ ବର୍ତ୍ତିବା ଏତେ ସହଜ ନୁହେଁ। ଯେଉଁଠି ଲୁଚିଲେ ବି ପୋଲିସ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ହେଲେ ଯଦି ଜଣେ ଅପରାଧୀ ପୋଲିସ ପୋଷାକ ତଳେ ଲୁଚିବ, କେଉଁ ପୋଲିସ ତାକୁ ଖୋଜିବ ? ଉତ୍ତରପ୍ରଦେଶ ବରେଲିର ଜଣେ ହତ୍ୟା ଅପରାଧୀ ଦୀର୍ଘ ୧୯ ବର୍ଷ ଧରି ଖାକି ବର୍ଦ୍ଦି ଭିତରେ ନିଜକୁ ଲୁଚାଇ ରଖିଲେ, ହେଲେ ଶେଷରେ ଧରା ପଡ଼ିଛନ୍ତି। ମୁକେଶ କୁମାର ନାମକ ଏହି ଅପରାଧୀ […]
ନୂଆଦିଲ୍ଲୀ: ଭାରତୀୟ ସେନାର ଦୟନୀୟ ଜୀବନଯାତ୍ରାର ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ହିମାଳୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ନା ମିଳୁଛି ଆବଶ୍ୟକ ପରିମାଣ ଖାଦ୍ୟ, ନା ପୋଷାକ…। ତଥାପି କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି, ଦେଶମାତୃକାର ସେବା କରିବାରେ କେବେ ଆନମନା ହୋଇ ନାହାନ୍ତି। ସିଆଚେନ ଭଳି ବରଫାଞ୍ଚଳରେ ମୁତୟନ ଥିବା ଯବାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଶତ୍ରୁର […]
ନୂଆଦିଲ୍ଲୀ: ଚୀନ୍ରେ ଚିନ୍ତା ବଢାଇଛି କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଚୀନ୍ରେ କରୋନାରେ ୪୨୫ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରବିବାର ଗୋଟିଏ ଦିନରେ ୬୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ଯାଏ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବାପରେ ସାରା ଚୀନବାସୀଙ୍କ ନିଦ ହଜିଯାଇଛି। ଭାରତ ସମେତ ୨୫ରୁ ଅଧିକ ଦେଶକୁ ଡେଇଁଲାଣି ଏହି ଭୂତାଣ॥ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ମୁକାବିଲା ପାଇଁ ଗୃହ, ବେସାମରିକ ବିମାନ ଚଳାଚଳ […]
କୋଲକାତା:କୋଲକାତରେ ତୃଣମୂଳ କଂଗ୍ରେସ ନେତାଙ୍କ ଦାଦାଗିରି। ଦିନ ଦ୍ୱିପହରରେ ଟିଏମ୍ସି ନେତା ଜଣେ ମହିଳାଙ୍କୁ ତଳେ ପକାଇ ଘୋଷାଡିବା ସହିତ ମାଡ଼ ମାରିଛନ୍ତି। ଖାଲି ମହିଳା ଜଣଙ୍କ ନୁହେଁ ତାଙ୍କ ବଡ଼ ଭଉଣୀର ମଧ୍ୟ ସମାନ ଅବସ୍ଥା କରି ମମତା ବାନାର୍ଜୀଙ୍କ ନେତା ନିଜର ଦମ ଦେଖାଇଛନ୍ତି। ସୋଶାଲ ମିଡିଆରେ ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଭାବମୂର୍ତ୍ତି ସଜାଡ଼ିବାକୁ ଯାଇ ରବିବାର ଟିଏମସି ନେତା ଅମଲ ସରକାରଙ୍କୁ ଦଳ ନିଲମ୍ୱନ କରିଛି। ସୋଶାଲ […]
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗୁଳିକାଣ୍ଡ। ଗତ ରାତିରେ ଗୁଳିକାଣ୍ଡ ଘଟିଛି ଜାମିଆ ୟୁନିଭରସିଟି ଅଞ୍ଚଳରେ । ୪ ଦିନ ଭିତରେ ତୃତୀୟ ଥର ପାଇଁ ଘଟିଛି ଏହି ଗୁଳିକାଣ୍ଡ । ସିଏଏ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଜାମିଆ ଓ ଜାମିଆ ମିଲିଆ ଇସଲାମିକ୍ (Jamia Millia Islamia) ଅଞ୍ଚଳକୁ ଆସିଥିଲେ। ସେମାନେ ଜାମିଆ ୟୁନିଭର୍ସିଟିର ୫ ନମ୍ବର ଗେଟ୍ରେ ଗୋଟିଏ […]
ନୂଆଦିଲ୍ଲୀ:କରୋନାକୁ ନେଇ ଭାରତରେ ଆତଙ୍କ ବଢୁଛି। କେରଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭଗ ସଜାଗ ହୋଇଉଠିଛି। ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।ଅନ୍ୟପକ୍ଷେ କରୋନା ଭୂତାଣୁ ଭୟାବହ ରୂପ ନେଉଥିବାରୁ ଚୀନରେ ରହୁଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଆଜି ଚୀନର ଉହାନ ସହରରୁ ୩୨୩ ଜଣ ଭାରତୀୟ ଫେରି ଆସିଛନ୍ତି। ଏୟାର ଇଣ୍ଡିଆ ବିମାନ ଯୋଗେ ୩୨୩ ଜଣ […]
କୋରାପୁଟ:ନୂଆ ଦୁନିଆରେ ପାଦ ଥାପିଛି ମାଣିକ। ତାର ହାତକୁ ଦି ହାତ ହୋଇଯାଇଛି ମାଣିକ। ଭୋଜିଭାତ, ଢମ୍ସା ନାଚରେ ବେଶ ଖୁସି ମନେଇଥିଲେ ସାହିପଡ଼ିଶା। ଅଜାଡ଼ି ଦେଇଥିଲେ ଆଶୀର୍ବାଦ। ‘ଅନେକ କଷ୍ଟ ସହିଛି, ଭାଇ, ଭଉଣୀଙ୍କ ପାଇଁ ଅନେକ କିଛି କରିଛି। ଭଗବାନ ତା’ର ଅବଶିଷ୍ଟ ଜୀବନକୁ ସୁଖମୟ କରନ୍ତୁ…’ ସମସ୍ତଙ୍କ ତୁଣ୍ଡରେ ଥିଲା ଏମିତି ଆଶୀର୍ବାଦ। ଇଏ ସେଇ ଅନାଥ ଝିଅ ମାଣିକ ମୁଦୁଲି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଡାକ୍ତରଖାନାରେ ଦିନେ ଯିଏ ମୃତ୍ୟୁ ସହ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ୍ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲଞ୍ଜ କରି ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି। ଦୋଷୀମାନେ ଆଇନର ଗଳାବାଟରୁ ଭରପୁର ଫାଇଦା […]