ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛନ୍ତି। ପ୍ରତାପ ପାଞ୍ଚଟି ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ)ରେ ଓଜସ୍ୱିନୀ ଭାଷଣ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି […]
ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।
ପେଇଚିଙ୍ଗ: କରୋନା ଭାଇରସକୁ ନେଇ ଚୀନ ଉପରେ ଅନେକ ଅଭିଯୋଗ ଆସୁଛି । କରୋନା ଭାଇରସକୁ ଭୟାବହତା ଜାଣି ମଧ୍ୟ ସେ ବିଶ୍ୱବାସୀଙ୍କୁ ଅବଗତ କରାଇନି। ସେତିକି ନୁହେଁ, କରୋନା ମୃତ୍ୟୁ ଜନିତ ତଥ୍ୟ ଏବଂ ଏହାର ଉତ୍ପତି ବିଷୟରେ ମଧ୍ୟ ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ଏକ ଖବର ମିଳିଛି ଯେ, ଚୀନରେ କରୋନା ଭୟାବହତା ଲାଗି ରହିଥିବାବେଳେ ଦେଶର କମ୍ୟୁନିଷ୍ଟ ପାର୍ଟିର ଟପ୍ ନେତା ପେଇଚିଙ୍ଗର ଏକ ସିକ୍ରେଟ ରିସୋର୍ଟରେ […]
ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍ ହାଉସ୍। ଅଳ୍ପ କିଛି ଦିନ ଫଲୋ କରିବା ପରେ ପୁଣି ସେମାନଙ୍କୁ ଅନଫଲୋ କରି ଦେଇଛି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫୋଲ କରି ଦିଆଯାଇଛି। ତେବେ ଏମାନଙ୍କୁ କାହିଁକି ଅନଫଲୋ କଲା White […]
ୱାଶିଂଟନ:ଆମେରିକାର ଚିନ୍ତା ବଢାଇଛି କରୋନା। ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ରବିବାର ଓ ସୋମବାର ୨ ଦିନ ମୃତ୍ୟୁ ସଂଖ୍ୟା କମିବା ପରେ ପୁଣି ମୃତକ ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା ଜନ୍ସ ହପ୍କିନ୍ସ ବିଶ୍ୱବଦ୍ୟାଳୟ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ବଲ୍ଟିମୋର ସ୍ଥିତ ବିଶ୍ୱବିଦ୍ୟାଳୟ ଦେଇଥିବା ତଥ୍ୟ ଅନୁସାରେ ଆମେରିକାରେ ଏହି ସଂକ୍ରାମକ ରୋଗରେ ବର୍ତ୍ତମାନ ସୁଦ୍ଧା ୬୦, […]
ଲଣ୍ଡନ:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ବୁଧବାର ଲଣ୍ଡନର ଏକ ସରକାରୀ ଡାକ୍ତରଖାନାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଏହି ସନ୍ତାନ ଜନ୍ମ ଦେଇଥିଲେ ହେଁ ଉଭୟା ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ପୁତ୍ର ସନ୍ତାନକୁ ନେଇ ଉଭୟ ବୋରିସ୍ ଜନସନ୍ଓ ସାଇମଣ୍ଡସ୍ ଖୁସି ଅଛନ୍ତି । ଏ ନେଇଢ ଉଭୟ ଏନ୍ଏଚ୍ଏମ […]
ଚମୋଲି:ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର ଦୀର୍ଘ ୬ ମାସ ଧରି ବନ୍ଦ ରହିବା ପରେ ବୁଧବାର ସକାଳେ ଏହାକୁ ଖୋଲା ଯାଇଛି। ଆଜି ୬ଟା ୧୦ ମିନିଟ୍ରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ଏହି ଅବସରରେ ମନ୍ଦିରକୁ ୧୦ କୁଇଣ୍ଟାଲ ଫୁଲରେ ସଜା ଯାଇଥିଲା। ଦୀର୍ଘଦିନ ପରେ ଆଜି ସକାଳୁ ବାବାଙ୍କର ପ୍ରଥମ ପୂଜା ହୋଇଥିଲା ଏବଂ ଏହି ପୂଜା ପ୍ରଧାନମନ୍ତ୍ରୀଙ୍କ ତରଫରୁ ହୋଇଥିଲା। କରୋନା ଭାଇରସ […]
ନୂଆଦିଲ୍ଲୀ: କରୋନା ଭାଇରସ ଲକ୍ଡାଉନ ସମୟରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (CBSE) ପକ୍ଷରୁ ଏକ ବଡ ସୂଚନା ମିଳିଛି। ଲକ୍ଡାଉନ ଖୋଲିବା ପରେ ବାକି ଥିବା ବିଷୟର ପରୀକ୍ଷା କରାଯିବ । CBSEର ପକ୍ଷରୁ କୁହାଯାଇଛି, ଲକଡାଉନ ଉଠିବା ପରେ ହିଁ ବାକି ଥିବା ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହେବ। ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯିବ । ସିବିଏସ୍ଇ ଆଞ୍ଚଳିକ ମୁଖ୍ୟ ଟି. ମାଟେଙ୍କ […]
ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡ଼ି ଆସୁଥିବା ବଡ଼ ଉଲ୍କା ପିଣ୍ଡ ଆଜି ପୃଥିବୀର ଅତି ପାଖ ଦେଇ ଅତିକ୍ରିମ କରିପାରେ। ଏହାକୁ ନେଇ ଗବେଷକମାନେ ବିଭିନ୍ନ ପ୍ରକାର ଆଶଙ୍କା କରୁଥିଲେ। ଏପରିକି 1998OR2 ନାମ ଥିବା ଉଲ୍କା ପିଣ୍ଡରେ ଛୋଟ ଛୋଟ ପାହାଡ଼ ଥିବା ଦେଖାଯାଉଥିଲା। ଆଉ ଏଥିପାଇଁ ପୃଥିବୀ ପ୍ରତି ବିପଦ ଥିବା କୁହାଯାଉଥିଲା। ଉଲ୍କା ପିଣ୍ଡର ଗତି ଉପରେ ଗବେଷକମାନେ ନଜର ରଖିଛନ୍ତି। ପ୍ରାୟ ଏକ ମାଇଲରୁ ଲମ୍ବା ଏଇ ଆଷ୍ଟ୍ରଏଡ୍ ପୃଥିବୀ ନିକଟ […]
ଇସ୍ଲାମବାଦ: ପାକିସ୍ତାନର ଜଣାଶୁଣା ଜଣେ ମୌଲାନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପସ୍ଥିତିରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ‘ମହିଳାଙ୍କ ଖରାପ କାମ’ ଯୋଗୁ କରୋନା ଭାଇରସ ପରି ରୋଗ ସହ ପୃଥିବୀକୁ ଲଢିବାକୁ ପଡ଼ୁଛି। ମୌଲାନା ଏହି ଟିପ୍ପଣୀ ୨୩ ଏପ୍ରିଲରେ ଏକ ଟିଭି ଲାଇଭ୍ ପ୍ରୋଗ୍ରାମରେ ଦେଇଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଉପସ୍ଥିତ ଥିଲେ। ହେଲେ ସେ ଏପରି ଆପତ୍ତିଜନକ ବୟାନବାଜିରୁ ମୌଲାନାଙ୍କୁ ନିବୃତ୍ତ କରାଇ ନ ଥିଲେ କିମ୍ବା […]
ଲକ୍ଷ୍ନୌ:ଅଭିଭାବକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ କୌଣସି ବୋର୍ଡ ଅଧୀନରେ ଚାଲୁଥିବା ସ୍କୁଲ ସେମାନଙ୍କର ମାସିକ ଫି ବୃଦ୍ଧି କରି ପାରିବେ ନାହିଁ। ଯେଉଁମାନେ ବି ବର୍ଦ୍ଧିତ ଫି ନେଇଛନ୍ତି, ସେମାନଙ୍କୁ ଏହା ଫେରାଇବାକୁ ପଡ଼ିବ। ରାଜ୍ୟରେ କରୋନା ଜନିତ ଲକ୍ଡାଉନ ସ୍ଥିତିକୁ ଦେଖି ୟୁପି ସରକାର ଏମିତି ଘୋଷଣା କରିଛନ୍ତି। ସୂଚନାଥାଉ କି, ରାଜ୍ୟରେ UP secondary Education Board, CBSC,ICSE, IB (International Baccalaureate), IGCSE ଅଧୀନ ସ୍କୁଲରେ ଅନେକ ପିଲା ପଢୁଛନ୍ତି। […]
ଲଣ୍ଡନ: ଅଧିକାଂଶ ଦେଶ ଏବେ ନିଜର ପ୍ରତିରକ୍ଷା ବିଭାଗକୁ ସକ୍ରିୟ କରିବା ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି । ପ୍ରତିରକ୍ଷା ଖର୍ଚ୍ଚକୁ ମଧ୍ୟ ବଢାଇ ଦେଇଛନ୍ତି । ଆମେରିକା ପରେ ଚୀନ ଏବଂ ଭାରତ ସୈନ୍ୟମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି । ଏ ନେଇ ହୋଇଥିବା ଏକ ସର୍ଭେରେ ଚୀନ୍ ୨ୟ ଏବଂ ଭାରତ ତୃତୀୟ ସ୍ଥାନରେ ଅଛି । ଏ ସମ୍ପର୍କରେ ଷ୍ଟକହୋମ ସ୍ଥିତ ଏକ ଅନୁଷ୍ଠାନ ପକ୍ଷରୁ ସର୍ଭେ ହୋଇଥିଲା । ଏହି […]
ମୁମ୍ବଇ: ମୁମ୍ବଇରେ କରୋନା ଭାଇରସ ସ୍ଥିତି ଦିନକୁ ଦି ଭୟାବହ ରୂପ ଧାରଣ କରୁଛି। ଏହି ଭାଇରସ ଯୋଗୁ ମୁମ୍ବଇରେ ବର୍ତ୍ତମାନସୁଦ୍ଧା ୨୧୯ ଜଣଙ୍କର ମୃତ୍ୟୁ ଘଟିଲାଣି। କରୋନା ରୋଗୀଙ୍କ ସଂଖ୍ୟ ୫,୫୮୯ରେ ପହଞ୍ଚିଲାଣି। ଇତି ମଧ୍ୟରେ ତବଲିଗ୍ ଜମାତ୍ ଲିଙ୍କ ପୁଣି ଥରେ ଚିନ୍ତା ବଢାଇ ଦେଇଛି। ସବୁଠାରୁ ବେଶି ଚିନ୍ତାର କାରଣ ହେଉଛି, ଯେଉଁ ଜମାତିମାନଙ୍କୁ ଗିରଫ କରାଯାଇଛି, ସେମାନେ ସମସ୍ତେ ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଆୟୋଜିତ ତବଲିଗି ଜମାତରେ ସାମିଲ ହୋଇଥିଲେ ଏବଂ […]