ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ପୂର୍ବରୁ ସିନ୍ଧିଆ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଆଲୋଚନାବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହ ଉପସ୍ଥିତ ଥିଲେ। ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସ ନେତା […]
ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିପାରେ। ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବୟାନକୁ ଭିତ୍ତି କରି ପ୍ରିୟଙ୍କାଙ୍କୁ ଜେରା କରିବାକୁ ଯୋଜନା କରୁଛି ଇଡି । ଏଣୁ ଖୁବଶୀଘ୍ର ପ୍ରିୟଙ୍କାକୁ ସମନ କରିବା ସହ ସିମଳାରେ ଥିବା ତାଙ୍କ ଘରକୁ ଜବତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରବିବାର ରାଣା କପୁର କହିଥିଲେ ଯେ, ପ୍ରିୟଙ୍କାଙ୍କ […]
ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ। କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁ ବୃଦ୍ଧି ପାଇଛି। ଗତକାଲି କାନାଡ଼ାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି ଗୋଟିଏ ଦିନରେ କାଲି ଇଟାଲୀରେ ୧୭୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇଟାଲିରେ ଆଜି ସୁଦ୍ଧା ୯୭ ଜଣଙ୍କ ଜୀବନ ଯାଇଛି। ସେହିପରି ଇରାନରେ ନୂଆ ୫୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଚୀନରେ କରୋନା ମୃତ୍ୟୁ […]
ଭୋପାଳ: ମଧ୍ୟପ୍ରଦେଶରେ ୧୫ ମାସର ସରକାରକୁ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ କମଳନାଥ ଓ ବରିଷ୍ଠ ନେତା ଚଳାଇଛନ୍ତି ପ୍ରୟାସ। ଦଳ ଭିତରେ ଥିବା ଅସନ୍ତୋଷ ଦୂର କରିବା ସହ ବିଜେପିର ଚାଲ୍କୁ ସଫଳ ନ ହେବାକୁ ଦେବା ଲାଗି କମଳନାଥଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଳମ୍ବିତ ରାତିରେ କମଳନାଥଙ୍କ ସହ ବୈଠକ ପରେ ମନ୍ତ୍ରୀମାନେ ନିଜ ନିଜର ଇସ୍ତଫାପତ୍ର କମଳନାଥଙ୍କୁ ଦେଇଛନ୍ତି । ଏହାସହ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ […]
ଶ୍ରୀନଗର: ହୋଲିରେ ଏକ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଚାଲ୍ରେ ପାଣି ପକାଇ ଦେଇଛନ୍ତି। ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ମଧ୍ୟ ଆତଙ୍କବାଦୀ ପାଖରୁ […]
ନୂଆଦିଲ୍ଲୀ: ଭାରତକୁ ଆସିବନି କୌଣସି ବେଦେଶୀ କ୍ରୁଜ ସିପ୍। କୌଣସି ବିଦେଶୀ କ୍ରୁଜକୁ ଭାରତୀୟ ବନ୍ଦରକୁ ଆସିବାକୁ ଅନୁମତି ମିଳିବନି। ଆଜି ଏନେଇ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି ା କରୋନା କାୟା ବିସ୍ତାର କରୁଥିବା ଯୋଗୁଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେପଟେ ସିଙ୍ଗାପୁର କ୍ରୁଜ୍ ସିପକୁ ମିଳୁନି ବନ୍ଦର। ସିଙ୍ଗାପୁର, ମାଲେସିଆ,ଥାଇଲାଣ୍ଡ, ଚୀନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏହି କ୍ରୁଜକୁ […]
ନୂଆଦିଲ୍ଲୀ: ଦି ଦ୍ୱିପହର। ଲୋକ ଭିଡ଼। ହଠାତ୍ ପଶି ଆସିଲା ସିଂହ। ଯିଏ ଯୁଆଡେ ପାରିଲେ ଦୌଡିଲେ। ସିଂହ ବି ପଛେ ପଛେ ଦୌଡିଲା….ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଏକ ଗାଁରେ। ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଏହି ଭିଡିଓ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି। ଭିଡିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ବିସର ଜଣେ ଅଫିସର ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାର ୬ ହଜାର ଭିଉଜ୍ ହୋଇ […]
ନୂଆଦିଲ୍ଲୀ:କଂଗ୍ରେସ୍ର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାଶନିକ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୬୦ ବର୍ଷ ବୟସରେ ବନ୍ଧୁ ରବିନା ଖୁରାନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉପସ୍ଥିତିରେ ସେ ରବିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟର ବରିଷ୍ଠ ନେତା ବାଲକ୍ରିଷ୍ଣଙ୍କ ପୁଅ ମୁକୁଲ ୱାଶନିକ୍। ତାଙ୍କ ନାଁ ସେତିକିବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ […]
ଥିରୁଅନନ୍ତପୁରମ୍: ଭାରତରେ କରୋନା ଭାଇରସ୍ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲାଣି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଏହାକୁ ମିଶାଇ କେରଳରେ କରୋନା ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଶିଶୁଟି ନିଜ ପରିବାର ଲୋକଙ୍କ ସହ ଇଟାଲି ଯାଇଥିଲା। ଇଟାଲିରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଆଜି ଏହା କହିଛନ୍ତି। ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ କାମ କରୁଛି। ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଶେୟାର ଏସବିଆଇ କିଣିବ। ଏଥିପାଇଁ ଆରବିଆଇ ବୋର୍ଡ ଅନୁମତି ଦେଇଛି। ହେଲେ ଏସବିଆଇ ସହିତ ୟେସ୍ ବ୍ୟାଙ୍କ ମିଶ୍ରଣ […]
ବେଜିଂ: ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲରେ ଗପିବା ମନା। କାରଣ ଏଥିରେ ବିପଦର ଆଶଙ୍କା ରହିଛି। ହେଲେ ଲୋକେ ଫାଇନ୍ ଦେବାକୁ ପସନ୍ଦ କରୁଛନ୍ତି ପଛେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଏହାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ନମୁନା ଦେଖିବାକୁ ମିଳିଛି ଚୀନ୍ରେ। ଫେବ୍ରୁଆରୀ୨୧ ତାରିଖ ଘଟଣା। ଗଣମାଧ୍ୟମ ଖବର ଅନୁଯାୟୀ, ଚୀନ୍ର ଜଣେ ବ୍ୟକ୍ତି ଡ୍ରାଇଭିଂ ଟେଷ୍ଟ ପାସ୍ କରିବାର ୧୦ ମିନିଟ୍ ପରେ […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ମିଳିବ। ହେଲେ କେବେ ? ତାରିଖ ପରେ ତାରିଖ ଟାଳି ଚାଲିଛନ୍ତି ଦୋଷୀ। କୋର୍ଟ ମାର୍ଚ୍ଚ୨୦ ତାରିଖ ସାନି ଡେଥ୍ ୱାରେଣ୍ଟ ଜାରି କରିଥିଲେ ହେଁ ସେଦିନ ବି ଦୋଷୀଙ୍କୁ ଫାଶି ମିଳିବ କି ନାହିଁ ସନ୍ଦେହ ଦେଖା ଦେଇଛି। ଏମିତ ସମୟରେ ସୁପ୍ରିମ୍ କୋର୍ଟ ଜଣେ ହତ୍ୟାକାରୀଙ୍କ ଫାଶିଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଛତିଶଗଡ଼ର ମନୋଜ ସୂର୍ଯ୍ୟଭାନ୍ସି ନାମକ ଜଣେ ବ୍ୟକ୍ତି ୮ ରୁ ୬ ବର୍ଷ ବୟସର […]
ମୁମ୍ବଇ:ଦିନ ଥିଲା ତାଙ୍କ ଆଖି ସାମ୍ନାରେ ଥିଲା ଖାଲି ଅନ୍ଧାର ଆଉ ଅନ୍ଧାର। ଜୀବନ ହୋଇ ପଡ଼ିଥିଲା ଦୁର୍ବିସହ। ଜୀବନ ଯୁଦ୍ଧରେ ସତରେ କ’ଣ ମୁଁ ଲଢି ପାରିବି – ଏମିତି ଏକ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। କାରଣ ଏକ ଦୁର୍ଘଟଣାରେ ସେ ତାଙ୍କର ଦୁଇଟି ହାତ ହରାଇଥିଲେ। ଗୋଟିଏ ବର୍ଷ ଏପରି ଦ୍ୱନ୍ଦ୍ୱରେ କଟିଗଲା। ହେଲେ ଆଜି ତାଙ୍କ ପାଇଁ ସମୟ ବଦଳି ଯାଇଛି। ଏବେ ତାଙ୍କ ଆଖିରେ ଅନେକ ସ୍ୱପ୍ନ। […]
କାବୁଲ:ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। ସେହିପରି କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିପାରି ନାହିଁ। ଶୋଭାଯାତ୍ରାରେ ବିସ୍ଫୋରଣ କରି ଏଭଳି ହମଲା କରାଯାଇଛି। ପୁଲିସ୍ ଓ […]
ନୂଆଦିଲ୍ଲୀ:ମନପସନ୍ଦର ଜୀବନ ସାଥୀଟିଏ କିଏ ବା ନ ଚାହେଁ ? ମନର ମଣିଷକୁ ପାଇବା ପାଇଁ ମଣିଷ ତ କଷ୍ଟରୁ କଷ୍ଟ ପରୀକ୍ଷା ଦେଇପାରେ। ଜୀବନକୁ ବାଜି ବି ଲଗାଇପାରେ। ହେଲେ ବାଘଟିଏ ଯେ ତା’ର ପ୍ରେମିକା ପାଇଁ ଏତେ କଷ୍ଟ କରିପାରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମିକକୁ ପାଇବା ପାଇଁ ବାଘ ୨୦୦୦ କିମି ବାଟ ଚାଲିଛି। ଭାରତୀୟ ବନ ଅଧିକାରୀ (IFS) ପରବୀନ କସ୍ୱାନ ଟ୍ୱିଟ କରି ଏହି ପ୍ରେମିକ ବାଘର କାହାଣୀ କହିଛନ୍ତି […]
ନୂଆଦିଲ୍ଲୀ: ପୁଣି ଆଇନର ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପୁଣି ତାରିଖକୁ ଟାଳିବା ପାଇଁ ନୂଆ ଭେଳିକି ଆରମ୍ଭ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ଦୋଷୀ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଦାବି କରିଛି। ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ ଯଥାକ୍ରମେ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହା ଖାରଜ […]
ନୂଆଦିଲ୍ଲୀ: ପୁଣି ଜଣେ କରୋନା ଆକ୍ରାନ୍ତ ଠାବ ହେଲେ ଦିଲ୍ଲୀରୁ। ଦିଲ୍ଲୀ ଉତ୍ତମ ନଗର ଅଞ୍ଚଳରୁ ଆଉ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆରୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ୩୧ କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଏହା ପୂର୍ବରୁ ଗାଜିଆବାଦ୍ରେ ଜଣେ ୫୭ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେ ଇରାନରୁ ଫେରିଥିଲେ। ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସୋଲେସନରେ […]