ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ମୁମ୍ବାଇ ଏବଂ ମହାରାଷ୍ଟ୍ରକୁ ଚଳାଚଳା କରୁଥିବା କେତେକ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ ହୋଇଛି। ମୁମ୍ବାଇ-ପୁଣେ ରୁଟ୍ରେ ଥିବା ଟ୍ରାକ୍ରେ ପାଣି ଜମିଥିବାରୁ କୋଣାର୍କ ଏକ୍ସପ୍ରେସ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବାଇରୁ ବାହାରୁଥିବା କୋଣାର୍କ ଏକ୍ସପ୍ରେସ୍ ମୁମ୍ବାଇରୁ କଲ୍ୟାଣ ଷ୍ଟେସନ୍, ମନମାଡ ଓ ନାନ୍ଦେଡ୍ ହୋଇ ତେଲଙ୍ଗାନାର ସିକନ୍ଦରାବାଦ ଦେଇ ଯାତ୍ରା […]
ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କେବଳ ମୃତ୍ୟୁ ସଂଖ୍ୟା ୭୯କୁ ଛୁଇଁଛି। ଗତକାଲି କେରଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଓ୍ୱାୟନାଡ୍ ଓ ମଲ୍ଲାପୁରମ୍ରେ ବଡ ଧରଣର ମାଟି ଅତଡା ଧସି ଯିବା ଫଳରେ ମାଟି ଅତଡ଼ା ତଳେ ୪୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। […]
ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସନିକ ଏହି ପଦବୀ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତାମାନେ ସର୍ବସମ୍ମତିକ୍ରମେ ମୁକୁଲଙ୍କ ନାଁରେ ମୋହର ମାରିଛନ୍ତି। ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା […]
କୋଲକାତା: ଖୁବ୍ଶୀଘ୍ର ଭାରତରେ ପ୍ରଥମ ଅଣ୍ଡର୍ ୱାଟର୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏନେଇ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଘୋଷଣା କରିଛନ୍ତି। କୋଲକାତାର ହୁଗ୍ଲୀ ନଦୀରେ ଏହି ଟ୍ରେନ୍ ଗଡ଼ିବ। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ଭାରତର ପ୍ରଥମ ଅଣ୍ଡର୍ ୱାଟର୍ ଟ୍ରେନ୍ ଖୁବ୍ଶୀଘ୍ର କୋଲକାତାର ହୁଗଲୀ ନଦୀରେ ଗଡ଼ିବ। ଉତ୍କୃଷ୍ଟ ଇଞ୍ଜିନିୟରିଂର ଉଦାହରଣ କୁହାଯାଉଥିବା ଏହି ଟ୍ରେନ୍ ଦେଶର ରେଳ ବିକାଶର ଏକ ପ୍ରତୀକ।ଏହାଦ୍ୱାରା କୋଲକାତାବାସୀଙ୍କୁ ସୁବିଧା ମିଳିବା […]
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ସାରିବା ପାଇଁ ସପ୍ତାହକରେ ୫ ଦିନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ମୁସଲିମ୍ ବୋର୍ଡ୍ ସମର୍ଥନ କରିନାହିଁ। ସୁପ୍ରିମକୋର୍ଟରେ ମୁସଲିମ୍ ପକ୍ଷର ଓକିଲ ରାଜୀବ ଧାୱନ କହିଛନ୍ତି ଏହା କେବେ ସପ୍ତାହକର ମାମଲା ନୁହେଁ। ଲମ୍ୱା ସମୟ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଚାଲିବ। ପ୍ରତିଦିନ ଅନେକ କାଗଜ ପତ୍ର ପଢ଼ିବା ସହ ଅନ୍ୟ କାମ ମଧ୍ୟ ରହିଛି । […]
ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବାବଦରେ ଲୋକଙ୍କ ପାଖକୁ ଯିବ ଶାସକ ଦଳ ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେପି ଦେଶର ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବ।ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ସମସ୍ତ ରାଜ୍ୟର ଦଳୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଗାମୀ ଦୁଇ ତିନ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କରିବ ବିଜେପି। ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ […]
ନୂଆଦିଲ୍ଲୀ: ଲଗାଣ ବର୍ଷା ପରେ ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁର ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି। ତେବେ ସବୁଠାରୁ କେରଳ ଅଧିକ ପ୍ରଭାବିତ ହୋଇଛି। କୋଚିନ୍ ଏୟାରପୋର୍ଟ ଜଳମଗ୍ନ ହୋଇଥିବାରୁ ବିମାନବନ୍ଦରକୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ବିମାନ ବନ୍ଦର ନିକଟରେ ଥିବା ପେରିୟାର ନଦୀ ଏବଂ କେନାଲର ଜଳସ୍ତର ବୃଦ୍ଧି ପାଉଛି। କେରଳର ବିଭିନ୍ନ […]
ଇସଲାମାବାଦ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ପାକିସ୍ତାନ ଏକ ପ୍ରକାର ବିଭ୍ରାନ୍ତ ହୋଇଯାଇଛି। ଏହି ଘଟଣା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ସହ ରାଗରେ ବିଳିବିଳେଇ ହେଉଛି। ଏପରିକି ଭିତରେ ଭିତରେ ଷଡ଼ଯନ୍ତ୍ର ରଚିବାରେ ଲାଗି ପଡ଼ିଛି। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ପାକିସ୍ତାନ ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିପଡ଼ିଛି। ଏନେଇ ଗୃହ ମନ୍ତ୍ରାଳୟକୁ ସୁରକ୍ଷା ଏଜେନ୍ସି ରିପୋର୍ଟ ପ୍ରଦାନ କରିଛନ୍ତି। […]
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆବେଦନକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରି ଦେଇଛି। ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଜାତିସଂଘ ପରାମର୍ଶ ଦେଇଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା ପରେ ସେଠାକାର ସ୍ଥିତି ଗମ୍ଭୀର ରହିଛି। ତେଣୁ ଏପରି ପରିସ୍ଥିତିରେ ଉଭୟ ଦେଶ ଯଥା ସମ୍ଭବ ସଂଯମତା ରଖିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ସ୍ ପରାମର୍ଶ ଦେଇଛନ୍ତି। ତେବେ କାଶ୍ମୀର ମାମଲାରେ କୌଣସି ଅନ୍ତର୍ଜାତୀୟ ଭୂମିକା ବା […]
ଶ୍ରୀନଗର: ଧୀରେ ଧୀରେ ଜମ୍ମୁ ଓ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ଦିନ ଧାରା ୩୭୦ ପ୍ରତ୍ୟାହାର ନେଇ ରାଜ୍ୟସଭାରେ ବିଲ୍ ଆଗତ ପୂର୍ବରୁ ସାରା ଜମ୍ମୁ ଓ କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିଲା। ତେବେ ୧୪୪ ଧାରା ଲାଗୁ ହେବା ସତ୍ତ୍ୱେ ଜମ୍ମୁରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଲୋକମାନେ ଘରୁ ବାହାରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ଲୋକମାନେ ପନିପରିବା, କ୍ଷୀର ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ […]