ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛି। ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ କରିବା ପାଇଁ ଇମ୍ରାନ୍ ଖାନ୍ ସରକାର ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ପାକ ଅଧିକୃତ କାଶ୍ମୀର ଉପରେ ବନ୍ଧୁକ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସରକାର ଗୁଳି ଚଳାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପାକିସ୍ତାନର ସମର୍ଥକମାନେ କେବଳ ଜମ୍ମୁ-କାଶ୍ମୀରରେ ନୁହେଁ ଭାରତର ନାଗାଲ୍ୟାଣ୍ଡରେ ମଧ୍ୟ ହିଂସା […]
ପାଟନା: ମଦ ପରେ ଏବେ ବିହାର ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି। ବିହାରର ଫୁଡ୍ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡ୍ର ପାନ ମସଲା ପ୍ୟାକେଟ୍ ଜବତ କରିଥିଲା। ଏସବୁକୁ ନେଇ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା କି ଏଥିରେ ମାଗ୍ନେସିୟମ କାରବୋନେଟ୍ […]
ନୂଆଦିଲ୍ଲୀ: ସପ୍ତାହକ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ଭାଷା ଶିଖିବା ଚ୍ୟାଲେଞ୍ଜକୁ ସାଂସଦ ଶଶି ଥରୁର ଗ୍ରହଣ କରିଛନ୍ତି। ଶଶି ଥରୁର କହିଛନ୍ତି, ଏଥର ସେ ପ୍ରତ୍ୟେକ ଦିନ ହିନ୍ଦୀ, ଇଂରାଜୀ ଏବଂ ମାଲାୟାଲମରେ ଟ୍ୱିଟ୍ କରିବେ। 2/2 In response to the PM’s #LanguageChallenge, I will tweet a word daily in English, Hindi & […]
ନୂଆଦିଲ୍ଲୀ: ଗୁଜରାଟରେ ସାଂପ୍ରଦାୟିକ ହିଂସା ତଥା ଆତଙ୍କବାଦ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ। ସମୁଦ୍ର ପଟେ ପାକିସ୍ତାନର କମାଣ୍ଡୋ କିମ୍ବା ଆତଙ୍କବାଦୀମାନଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ନେଇ ପାକିସ୍ତାନ ଯୋଜନା ଚଲାଇଛି। ପାକିସ୍ତାନର ଏହି ତାଲିମପ୍ରାପ୍ତ କମାଣ୍ଡୋ କିମ୍ବା ଅଆତଙ୍କବାଦୀମାନେ ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ସମୁଦ୍ର ପଥ ଦେଇ କଚ୍ଛ ଉପକୂଳ ଓ ସାର୍ କ୍ରିକ୍ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ […]
ନୂଆଦିଲ୍ଲୀ: ଜଣେ ଦର୍ଜୀ(ଟେଲର୍)ଙ୍କ ପୁଅ ସହ ମିଶିକି ପାଠ ପଢ଼ିବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକଥା ଆମେ କହୁନୁ ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହା କହିଛନ୍ତି। ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ କୋଚିଂ ଦେବାପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଫ୍ରି କୋଚିଂ ସ୍କିମ୍ ଆରମ୍ଭ ହୋଇଛି। ଏହି ସ୍କିମ୍ ଅନୁସାରେ ଜଣେ ଗରିବ ଶ୍ରେଣୀର ପିଲା ବି ମାଗଣାରେ ପାଠ ପଢ଼ିପାରିବେ। ଫଳରେ ଧନୀ […]
ନୂଆଦିଲ୍ଲୀ: ଏଫ୍ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍ବ୍ୟତୀତ ସିଙ୍ଗିଲ୍ ବ୍ରାଣ୍ଡ୍ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଗତକାଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ […]