• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyclone
୧୪ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର: ମାଡି ଆସୁଛି ମହାବାତ୍ୟା ଅମ୍ପନ୍ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ରେ ଏ ନେଇ ସୂଚନା ଦିଆଯାଇଛି । ଏହା ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ଏହା ସିଧା ସଳଖ […]

  • Tuesday, 13 July 2021
mask-111
କରୋନା ରୋଗୀଙ୍କୁ ଚିହ୍ନଟ କରିବ ମାସ୍କ, ଦେଖିବା ମାତ୍ରେ ଜଳି ଉଠିବ ଲାଇଟ୍‌

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି କରୋନା ସହ ମହାଯୁଦ୍ଧ ଚାଲିଛି। ହେଲେ କିଛି ଲାଭ ମିଳୁନି। ଏବେ କରୋନା ସହ ବଞ୍ଚିବା ପାଇଁ ମଣିଷ ପ୍ରସ୍ତୁତ ହୋଇଗଲାଣି। ସେଥିପାଇଁ ସାନିଟାଇଜର, ମାସ୍କକୁ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ବୋଲି ଗ୍ରହଣ କରି ନେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ବାହାରିନାହିଁ। ହେଲେ କରୋନାରୁ ବର୍ତ୍ତିବା ପାଇଁ ଗବେଷକମାନେ ଭିନ୍ନ ଭିନ୍ନ ଉପାୟ ଖୋଜୁଛନ୍ତି। ଇତି ମଧ୍ୟରେ ହାଓଡା ଏବଂ ଏମଆଇଟ ପରି ବିଶ୍ୱବିଦ୍ୟାଳୟରେ ଏମିତି ମାସ୍କ ତିଆରି ପାଇଁ […]

  • Tuesday, 13 July 2021
Untitled-1
ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ଶ୍ରେଣୀ ବାକି ରହି ଯାଇଥିବା ପରୀକ୍ଷା। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ୧ରେ ହୋମ୍ ସାଇନ୍ସରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି CBSE । ସବୁ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ସାନିଟାଇଜର ନେଇ ଆସିବେ। ନାକ, ମୁହଁ ଘୋଡ଼ାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରଖିବେ। ତେବେ ପିଲା […]

  • Tuesday, 13 July 2021
obama
ଓବାମାଙ୍କୁ ଅଯୋଗ୍ୟ ରାଷ୍ଟ୍ରପତି କହିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏପରି ପରିସ୍ଥିତିରେ ଟ୍ରମ୍ପ ପ୍ରଶାସନ କଡ଼ା ସମାଲୋଚନାର ଶିକାର ହେଉଛି। ଏ ନେଇ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଛନ୍ତି ଟ୍ରମ୍ପ। ଶନିବାର ଛାତ୍ରମାନଙ୍କ ସହ ଏକ ଭିଡିଓ ଲିଙ୍କରେ ଆଲୋଚନା ସମୟରେ ଓବାମା ଟ୍ରମ୍ପ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ,‘ଏମିତି ଅନେକ ଅଛନ୍ତି […]

  • Tuesday, 13 July 2021
who
କରୋନା ମୁକାବିଲାରେ WHOର ଭୂମିକା: ଯାଞ୍ଚ ପାଇଁ ଆସିବ ଚିଠା ପ୍ରସ୍ତାବ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିିକାକୁ ନେଇ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଭାରତ, ଅଷ୍ଟ୍ରେଲିଆ ଓ ୟୁରୋପିଆନ୍ ୟୁନିୟନ୍ ସମେତ ୬୨ ଟି ଦେଶ ସ୍ୱତନ୍ତ୍ର ଯାଞ୍ଚ୍ ପାଇଁ ଆହ୍ୱାନ ଦେଇଛନ୍ତି । ଆଜିଠାରୁ ଜେନେଭାରେ ଆରମ୍ଭ ହେଉଥିବା ୭୩ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ବୈଠକରେ ଏ ନେଇ ଆସିବ ଚିଠା ପ୍ରସ୍ତାବ। ଏଥିରେ କରୋନା ସଙ୍କଟର ନିରପେକ୍ଷ, ସ୍ୱତନ୍ତ୍ର ଓ ବ୍ୟାପକ ଯାଞ୍ଚ କରିବା ପାଇଁ ପ୍ରସ୍ତାବ ରହିଛି । […]

  • Tuesday, 13 July 2021
india-china
ଭାରତ ହାତରେ ସୁଯୋଗ; ଅଜହର ମାମଲାରେ ଚୀନ ସହ ହେବ ହିସାବ ନିକାଶ

ନୂଆଦିଲ୍ଲୀ:କରୋନାସଂକ୍ରମଣକୁ ରୋକିବା ଦିଗରେ ଚୀନ ଉଚିତ୍‌ ପଦକ୍ଷେପ ନେଇ ନାହିଁ। ଚୀନର ଏହି ସାମାନ୍ୟ ଅବହଳା ଆଜି ବିଶ୍ୱବାସୀଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଆଉ ଏଥିପାଇଁ ଆମେରିକା ସମେତ ଅନେକ ରାଷ୍ଟ୍ର ଚୀନକୁ ଘେରିଛନ୍ତି। ଆଗକୁ ଚାଇନା ପାଇଁ ଆହୁରି କଠିନ ସମୟ ଆସୁଛି। କାରଣ ମେ’ ୨୨ ତାରିଖରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେୟାରମ୍ୟାନ ପଦ ସମ୍ଭାଳିବାକୁ ଯାଉଛି। ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଏହାର ତଦନ୍ତ ପାଇଁ ଅନୁମତି ଦେଇପାରେ। […]

  • Tuesday, 13 July 2021
covid-1
କରୋନା ଚିନ୍ତା ବଢିଲା; ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇସରସ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି । ଦେଶରେ ଲକ୍‌ଡାଉନ ୪.୦ ଲାଗୁ ହୋଇଯାଇଛି। ୪ର୍ଥ ପର୍ଯ୍ୟାୟର ଏହି ଲକ୍‌ଡାଉନ୍‌ରେ କଟକଣା କୋହଳ କରାଯାଇଥିବାବେଳେ ଆଜି ପ୍ରଥମ ଦିନରେ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୯୬,୦୦୦ ଅତିକ୍ରମ କରିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ […]

  • Tuesday, 13 July 2021
lock
୩୧ ମେ’ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ୪.୦: କୋହଳ ହୋଇପାରେ ଏସବୁ କଟକଣା

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସାରା ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ୩.୦ରବିବାର ଶେଷ ହେବ। ଏତେ ଦିନର ଲକଡାଉନ ସତ୍ତ୍ୱେ କରୋନା ଭାଇରସକୁ ନିୟନ୍ତ୍ରଣ କରାଯାଇ ନାହିଁ। ବରଂ ଏହାର ସଂଖ୍ୟା ଆହୁରି ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳୁଛି। ତା ଛଡା ପ୍ରଧାନମନ୍ତ୍ରୀ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସମ୍ପର୍କରେ ସଙ୍କେତ ଦେଇ ସାରିଛନ୍ତି। ତେବେ ଯାହା ଅନୁମାନ କରାଯାଉଛି ଲକ୍‌ଡାଉନ ଅବଧି ୩୧ ମେ’ […]

  • Tuesday, 13 July 2021
dandi yatra
ଆଖି ବୁଜିଲେ ଐତିହାସିକ ‘ଦାଣ୍ଡି ଯାତ୍ରା’ର ଶେଷ ସାକ୍ଷୀ

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କ ଐତିହାସିକ ଦାଣ୍ଡି ଯାତ୍ରାର ଶେଷ ସାକ୍ଷୀ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଗୁରୁବାର ଜୋହାନ୍ସବର୍ଗରେ ତାଙ୍କର ମୃତ୍ୟୁ ଘଟିଛି। ୯୬ ବର୍ଷ ବୟସ୍କ ଏହି ଶେଷ ସାକ୍ଷୀ ହେଉଛନ୍ତି ଛୋଟୁ ଭାଇ ମାକନ। ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକାର ଅନ୍ତିମ ଜୀବିତ ବ୍ୟକ୍ତି ଥିଲେ ଛୋଟୁ ଭାଇ। ସେ ଦକ୍ଷିଣ ଆଫ୍ରିକାର ପୁରୁଣା ଟ୍ରାନ୍ସବାଲ୍ଡ ପ୍ରବିନ୍ସର ହିନ୍ଦୁ ସମାଜ ସେବାର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରୁଥିଲେ। ଗାନ୍ଧିବାଦୀ ନେତା […]

  • Tuesday, 13 July 2021
ajit
ଆତଙ୍କବାଦୀ ଲଢେଇରେ ଭାରତକୁ ବଡ଼ ସଫଳତା, ୨୨ ଉଗ୍ରବାଦୀ ପ୍ରତ୍ୟର୍ପଣ କଲା ମ୍ୟାମାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲଢେଇରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। NSA (National Security Advisor) ଅଜିତ୍‌ ଡୋଭାଲଙ୍କ  ତତ୍ତ୍ୱାବଧାନରେ ଚାଲିଥିବା ଏକ ଗୁପ୍ତ ଅଭିଯାନ ଅନୁଯାୟୀ ମ୍ୟାଁମାର ୨୨ ଉଗ୍ରବାଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ଏପରି ବ୍ୟାକ୍‌ଡୋର ଡିପ୍ଲୋମାସିର ଫଳ ମିଳିଛି। ଏହି ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ କରି ମ୍ୟାଁମାର ଆତଙ୍କବାଦ ଲଢେଇରେ ଭାରତ ସହ ଅଛି ବୋଲି ସ୍ପଷ୍ଟ କରିଛି। ଏହି ମିଶନ ସମ୍ପୂର୍ଣ୍ଣ ଭାବେ NSA (National Security […]

  • Tuesday, 13 July 2021
bhrta
୨୪ ଘଣ୍ଟାରେ ୧୦୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨,୭୫୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦ ଛୁଇଁଲାଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଲାଣି। ବର୍ତ୍ତମାନସୁଦ୍ଧା ୫୩ […]

  • Tuesday, 13 July 2021
haridwar
ସୁରତ୍‌ରୁ ଆସୁଥିବା ୧୬୭ ଯାତ୍ରୀ ହରିଦ୍ୱାର ଷ୍ଟେସନରୁ ନିଖୋଜ

ହରିଦ୍ୱାର:ହରିଦ୍ୱାର ଷ୍ଟେସନରେ ୧୬୭ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି।  ଏହି ଯାତ୍ରୀମାନେ  ସୁରତରୁ ହରିଦ୍ୱାର ଆସୁଥିଲେ। ସୁରତରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଯାଇଥିଲା।  ଏଥିରେ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳର ଶ୍ରମିକମାନେ ଫେରୁଥିଲେ । ସୁରଟ ପ୍ରଶାସନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୩୪୦ ଜଣ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମେ‘ ୧୨ ତାରିଖ ସୁରଟରୁ ବାହାରିଥିଲା। ହେଲେ ହରିଦ୍ୱାରରେ ପହଞ୍ଚିବା ପରେ […]

  • Tuesday, 13 July 2021
supreme
ବାତିଲ ହେଲା ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ: ଏଥର ବାତିଲ ହେବ ସୁପ୍ରିମ୍‌କୋର୍ଟ ଗ୍ରୀଷ୍ମ ଛୁଟି । ଶୁକ୍ରବାର ଏକ ଫୁଲ କୋର୍ଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିବ। ସୂଚନାଥାଉ କି, ମେ’ ୧୮ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟ ଗ୍ରୀଷ୍ମ ଅବକାଶ ଘୋଷଣା ହେବାର ଥିଲା । ହେଲେ ଏହି ଛୁଟି ହେବ ନାହିଁ ବୋଲି ଆଜିର ବୈଠକ ପରେ ସ୍ପଷ୍ଟ ହୋଇଛି। ମେ’ ୧୮ରୁ ଜୁନ୍ ୧୯ ପର୍ଯ୍ୟନ୍ତ ଖରାଛୁଟି […]

  • Tuesday, 13 July 2021
nirab
ଭାରତ ପ୍ରତ୍ୟାର୍ପଣ ନେଇ ନୀରବ ମୋଦି ଓକିଲଙ୍କ ଅଜବ ଯୁକ୍ତି: କହିଲେ, ଜେଲ୍‌ରେ ମୂଷା ଅଛନ୍ତି

ନୂଆଦିଲ୍ଲୀ:ବ୍ୟାଙ୍କ ମହାଠକେଇ କରି ଲଣ୍ଡନ ପଳାଇଥିବା ନୀରବ ମୋଦିଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଅଦାଲତରେ ଆଜି ଶୁଣାଣି ହୋଇଥିଲା। ନୀରବଙ୍କ ଓକିଲ ପ୍ରଥମେ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଉପରେ ଅଦାଲତଙ୍କୁ ଜଣାଇ ମୁମ୍ବାଇ ଆର୍ଥର ରୋଡ ଜେଲରେ ମାନସିକ ରୋଗୀଙ୍କ ପାଇଁ ଡାକ୍ତର ନ ଥିବା କହିଥିଲେ। ଏବେ ଏକ ନୂଆ ବାହନା କରିଛନ୍ତି। ନୀରବଙ୍କୁ ବଞ୍ଚାଇବା  ଲାଗି ତାଙ୍କ ଓକିଲ କହିଛନ୍ତି, ଆର୍ଥର ରୋଡ ଜେଲ୍‌ରେ ମୂଷା ଥିବା ନେଇ ଏକ […]

  • Tuesday, 13 July 2021
china-america
କୋଭିଡ-୧୯ ପାଇଁ ଚୀନ-ଆମେରିକା ମୁହାଁମୁହିଁ, ନିବେଶ ପ୍ରତ୍ୟାହାର କରିବ ଟ୍ରମ୍ପ ପ୍ରଶାସନ

ଏଜେନ୍ସି: କରୋନା ଭାଇରସ ସଂକ୍ରମଣକୁ ନେଇ ଆମେରକା-ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରିଛନ୍ତି। ତଥ୍ୟ ଲୁଚାଇବା ଏବଂ କରୋନା ମୁକାବିଲା ପାଇଁ ସହଯୋଗ ନ କରିବା ନେଇ ଚୀନ୍ ଉପରେ ଅଭିଯୋଗ ଆଣିଛନ୍ତି। ଇତି ମଧ୍ୟରେ ଆମେରିକାର ଏକ ଶୀର୍ଷ ସାଂସଦ ଚୀନ୍‌ ସରକାରକୁ କୋଭିଡ-୧୯ ପାଇଁ ଚୀନ୍‌କୁ ଦୋଷ ଦେବା ସହ ମିଛ କହିବା, ସାରା ବିଶ୍ୱକୁ ଠକିବା, ତଥ୍ୟ ଲୁଚାଇବା ପରି ୧୮ଟି  ଅଭିଯୋଗ […]

  • Tuesday, 13 July 2021
pak airforce
ପିଓକେରେ ପାକିସ୍ତାନର ସେନା ଏୟାରେବେସ, ସାଟେଲାଇଟ୍‌ ଚିତ୍ର କଲା ଖୁଲାସା

ଇସଲାମା‌ବାଦ: ଭାରତ ବିରୋଧରେ ନିଜର ଯୁଦ୍ଧ ପ୍ରସ୍ତୁତିକୁ ଆହୁରି ମଜବୁତ୍‌ କରିବା ପାଇଁ ପାକ୍‌ ସେନା ସ୍କାର୍ଦ୍ଦୁରେ ଏକ ନୂଆ ଏୟାରବେସ ତିଆରି କରୁଛନ୍ତି। ପାକ୍‌ ଏୟାରଫୋର୍ସ ଭାରତ ବିରୋଧରେ ଏହି ଏୟାରେବେସ୍‌କୁ ବ୍ୟବହାର କରିପାରେ। ଭାରତୀୟ ଗୁଇନ୍ଦା ବିଭାଗ ସାଟେଲାଇଟ ଦ୍ୱାରା ନିଆଯାଇଥିବା ଫଟୋରେ ଏହି ନୂଆ ଏୟାରବେସ୍‌କୁ ଚିହ୍ନଟ କରାଯାଇଛି। ଏହି ଫଟୋ ଓପେଟ ସୋର୍ସ ଇଣ୍ଟେଲିଜେନ୍ସ ଏନାଲିଷ୍ଟ Detresfa ଜାରି କରିଛି। ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପାକିସ୍ତାନର ନିଦ ହଜାଇ ଦେଇଛି। କାଳେ […]

  • Tuesday, 13 July 2021
gujrat
ମହାରାଷ୍ଟ: ୨ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୧୦୦

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ଗମ୍ଭୀର ରୂପ ନେଉଛି। ଏଠାରେ କରୋନା ଯୋଗୁ ପ୍ରତି ୨ ଦିନରେ ୧୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ରାଜ୍ୟରେ କୋଭିଡ-୧୯ରେ ୨୭ ହଜାର ୫୨୪ ଆକ୍ରାନ୍ତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଏକ ହଜାର ପାର କରିସାରିଲାଣି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୧୯ । ଏପରି ସ୍ଥିତିକୁ ଦେଖି ହଟ ସ୍ପଟ ଇଲାକାରେ ମେ’ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇ ଦିଆଯାଇଛି। ମହାରାଷ୍ଟ୍ରରେ ଲକ୍‌ଡାଉନ ସତ୍ତ୍ୱେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ […]

  • Tuesday, 13 July 2021