ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 29 ବର୍ଷୀୟ ଯୁବକଙ୍କ ଘର ଭଦ୍ରକ ଜିଲ୍ଲାରେ। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ କରୋନାରେ ଆକ୍ରାନ୍ତ କି ନାହିଁ ସେନେଇ ତାଙ୍କ ସାମ୍ପଲ ପରୀକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ପଠାଯାଇଥିଲା। ଯେଉଁଥିରେ ସମ୍ପୃକ୍ତ ଯୁବକଙ୍କ ଶରୀରରେ […]
ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ଭିତରେ ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଅଶୋକ ଗେହଲଟ ସରକାର ସଂପୂର୍ଣ୍ଣ ସୁରକ୍ଷିତ ଥିବା ଦଳ କହିଛି । ସରକାର ସପକ୍ଷରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ରାଜସ୍ଥାନ କଂଗ୍ରେସ । ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ ଆଉ କିଛି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଫୋନରେ କଥା ହୋଇଥିବା ସେ […]
ନୂଆଦିଲ୍ଲୀ: କଗ୍ରେସର ମଙ୍ଗ ପୁଣି ସମ୍ଭାଳିବେ ରାହୁଲ ଗାନ୍ଧି ! ଏପରି ଦାବି କରିଛନ୍ତି ଦଳର ବରିଷ୍ଠ ନେତାଗଣ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ଦଳର ଲୋକସଭା ସଦସ୍ୟଙ୍କ ସହ ଏକ ଡିଜିଟାଲ୍ ବୈଠକ କରି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ କରୋନାଭାଇରସ୍ ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଅନେକ ସାଂସଦ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦବୀ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସୂଚନାନୁସାରେ, ଏହି […]
ଜମ୍ମୁ: ଶନିବାର ଜାମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ସେନା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଲଓସିରେ ଏବେ ୨୫୦ରୁ ୩୦୦ ଆତଙ୍କବାଦୀ ଠୁଳ ହୋଇଛନ୍ତି। ଏମାନେ ପାକିସ୍ତାନରୁ LoC ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆତଙ୍କବାଦୀଙ୍କ ଏହି ପ୍ରୟାସକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି ଯେ ନିହତ ୨ ଆତଙ୍କବାଦୀଙ୍କ ନିକଟରୁ […]
ସୁରଟ: କରୋନାର ଭୟବହତା ମଧ୍ୟରେ ବି ଅନେକ ଲୋକ ବିବାହ କରୁଛନ୍ତି। ଗୁଜୁରାଟ ସୁରଟର ଏକ ଅଳଙ୍କାର ଦୋକାନ କରୋନା ସମୟରେ ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା କରିଛି। ଏହି ଅଳଙ୍କାର ଦୋକାନରେ ଏକ ବିଶେଷ ପ୍ରକାରର ମାସ୍କ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ ୧.୫ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ହେବ । ଏହି ମାସ୍କ ହୀରା ଖଚିତ। ବିଶେଷ କରି ବର କନ୍ୟାଙ୍କ ପାଇଁ ଏପରି ମାସ୍କ ପ୍ରସ୍ତୁତ ହୋଇଛି। […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନୂଆ ବୈଜ୍ଞାନିକ ତଥ୍ୟ ଘୋଷଣା କରାଯାଇଛି । କରୋନା ଭୂତାଣୁ ନିବୁଜ ଜାଗାରେ ବାୟୁରେ ରହିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେଣୁ ବାୟୁ ମାଧ୍ୟମରେ କରୋନା ସଂକ୍ରମଣ ଆଶଙ୍କାଙ୍କୁ ଏଡାଇ ଦିଆଯାଇ ପାରିବ ନାହିଁ। ନିବୁଜ ଅଞ୍ଚଳରେ କରୋନା ଭାଇରସ ବାୟୁ ମାଧ୍ୟମରେ ଡ୍ରପଲେଟ ସହାୟତରେ ବ୍ୟାପିବାର ଆଶଙ୍କା ରହିଛି । ବିଶେଷ କରି ରେଷ୍ଟୁରାଣ୍ଟ ଓ ଫିଟନେସ ସେଣ୍ଟରରେ […]
ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଜଣେ ପୋଲିସ ଅଫିସର ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି। ତାଙ୍କୁ ଗିରଫ କରାଯାଇଛି। ହେଲେ ଘଟଣାର ଖୋଳତାଡ ପରେ ଯାହା ଜଣାପଡ଼ିଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଲାଞ୍ଚ ନେଇ ଧରା ପଡ଼ିଥିବା ଏହି ଇନ୍ସପେକ୍ଟର ଜଣକ ଜଣେ ପେଷାଦାର ଲାଞ୍ଚୁଆ। ଯାଞ୍ଚବେଳେ ତାଙ୍କର ସମ୍ପତ୍ତି ବିଷୟରେ ଯେତେବେଳେ ଜଣାପଡ଼ିଲା, ତଦନ୍ତକାରୀ ଅଫିସର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯାଞ୍ଚରୁ ଜଣାପଡ଼ିଥିଲା ସେ ଜଣେ କୋଟିପତି ବୋଲି। ଦୁର୍ନୀତି ନିବାରଣ ଶାଖା […]
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ୬ ଜଣ ଉଗ୍ରବାଦୀଙ୍କୁ ଆସାମ ରାଇଫଲ୍ସ ଓ ଅରୁଣାଚଳ ପୋଲିସର ନିପାତ କରିଛନ୍ତି। ନିହତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ଜବତ ଗୁଳିଗୁଳାକୁ ଦେଖି ଅନୁମାନ କରାଯାଉଛି, ମାଓବାଦୀମାନେ ଏକ ବଡ଼ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ଆସାମ ରାଇଫଲ୍ସ ଓ ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆସାମ ରାଇଫଲ୍ସକୁ […]
ଶ୍ରୀନଗର:ଶନିବାର ସକାଳେ ଜାମ୍ମୁ କାଶ୍ମୀରର କୁପୱାରାର ନାଉଗାମ ସେକ୍ଟର ଲୋସି ନିକଟରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଆଜି ସକାଳେ ଭାରତୀୟ ଯବାନମାନେ ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ନାଉଗାମ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିବାକୁ ପାଇଥିଲେ। । ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହାଫଳରେ ୨ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୮ ଲକ୍ଷ ଟପିଲା। ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୨୨ ହଜାର ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୭, ୧୧୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୧୯ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍-୨,୮୩,୪୦୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୫,୧୫,୩୮୫। ମହାରାଷ୍ଟ୍ରରେ ସର୍ବାଧିକ ୨ […]