• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

wb mla
କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ପାର୍ଟି ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ମେ’ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୬୦ ବର୍ଷ ବୟସ୍କ ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ ଦଳ ପାଇଁ ଗତ ୩୫ ବର୍ଷ ଧରି କାମ କରି ଆସୁଥିଲେ।  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ ଏକ ଟ୍ୱିଟ କରି କହିଛନ୍ତି, ଫଲ୍‌ଟାରୁ […]

  • Tuesday, 13 July 2021
nepal
ଭାରତ ପରେ ନେପାଳ ସୀମାରେ ଚୀନର ଦାଦାଗିରି; ନିଜ କବ୍‌ଜାକୁ ନେଲା ୩୩ ହେକ୍କର ଅଞ୍ଚଳ

କାଠମାଣ୍ଡୁ: ଭାରତ ସୀମା ଉପରେ ନଜର ପକାଇଥିବା ଚୀନ ଏବେ ପୁଣି ନେପାଳ ସୀମା ଉପରେ ନଜର ପକାଇଛି। ନେପାଳ କୃଷି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା କ୍ରମେ ଦେଶର ପ୍ରାୟ ୧୦ଟି ସ୍ଥାନ  ଚୀନ ନିଜ କବ୍‌ଜାକୁ ନେଇ ଯାଇଛି। ସେତିକି ନୁହେଁ, ପେଇଚିଂ ୩୩ ହେକ୍ଟର ଜମିରେ ନଦରର ଧାରାକୁ ବଦଳାଇ ଏହାକୁ ପ୍ରାକୃତିକ ସୀମା କରି ଦେଇଛି ଏବଂ ଏହାକୁ ନିଜ କବ୍ଜାରେ ରଖିଛି। ଭାରତୀୟ ସୀମାକୁ ନିଜର ବୋଲି କହି ନୂଆ […]

  • Tuesday, 13 July 2021
petrol pump
ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଅଧିକ ହେଲା ଡିଜେଲ ଦର

ନୂଆଦିଲ୍ଲୀ: ଗତକିଛି ଦିନ ଧରି ଲଗାତାର ତେଲ ଦର ବଢି ଚାଲିଥିବା ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନ ବଢି କେବଳ ଡିଜେଲ ଦର ବଢିଛି। ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ପେଟ୍ରୋଲ ଦରଠାରୁ ଅଧିକ ରହିଛି । ଦିଲ୍ଲୀରେ ଡିଜେଲ ୪୮ ପଇସା ବଢି ହେଲା ୭୯ ଟଙ୍କା ୮୮ ପଇସା ହୋଇଥିବାବେଳେ  ପେଟ୍ରୋଲ ଲିଟର ପିଛା ଦର ୭୯. ୭୬ ଟଙ୍କା ରହିଛି। ସୂଚନାଥାଉ କି, […]

  • Tuesday, 13 July 2021
rajnath singh
ମସ୍କୋରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିବେନି ରାଜନାଥ

ମସ୍କୋ: ରୁଷିଆର ମସ୍କୋରେ ୭୫ ତମ ବିଶ୍ୱଯୁଦ୍ଧ ବିଜୟ ଉତ୍ସବ ସମାରୋହରେ ଯୋଗ ଦେବାକୁ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେ ଫେଞ୍ଜଙ୍କ ସହ ବୈଠକ କରିବେ ନାହିଁ। ଆଜି ମସ୍କୋରେ ହେଉଥିବା ବିଜୟ ଦିବସ ପରେଡ କାର୍ଯ୍ୟକ୍ରମରେ ରାଜନାଥ ଓ ୱେ ଫେଞ୍ଜ (Wei Fenghe) ଅତିଥି ହୋଇଥିଲେ ବି ଦୁହେଁ କୌଣସି ବୈଠକ କରିବେ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ରାଜନାଥ […]

  • Tuesday, 13 July 2021
indo-pak
ପାକିସ୍ତାନକୁ କଡା ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ହାଇ କମିଶନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ଅଧା କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କୂଟନୈତିକ ଯୁଦ୍ଧ ଜୋର ଧରିଛି  । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୭ ଦିନ ମଧ୍ୟରେ ଅଧା କରିଦେବାକୁ ପାକିସ୍ତାନକୁ କୁହାଯାଇଛି । ୨୦୦୧ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏଥି ସହିତ ଇସଲାମାବାଦସ୍ଥିତ ନିଜ ହାଇ କମିଶନ କାଯର୍ୟାଳୟରୁ ୫୦ପ୍ରତିଶତ ଷ୍ଟାଫଙ୍କୁ ଫେରାଇ […]

  • Tuesday, 13 July 2021
Capture
ଶେଷରେ ସେନା ପ୍ରତ୍ୟାହାର ପାଇଁ ରାଜି ହେଲା ଚୀନ୍‌

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ଦେଶର ଜେନେରାଲ ସ୍ତରୀୟ ଆଲୋଚନା ପରେ ଚୀନ ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ସେନା ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଛି। ସୂଚନାଥାଉ କି, ଏହି ଜାଗାରେ ଚୀନ-ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ୪୦ ସୈନ୍ୟ ନିହତ ହୋଇଥିଲେ। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା […]

  • Tuesday, 13 July 2021
Untitled-1
ଗଲୱାନା ଆକ୍ରମଣକୁ ନେଇ ଆମେରିକା ଗୁଇନ୍ଦା ସଂସ୍ଥାର ଖୁଲାସା, ସାମ୍ନାକୁ ଆସିଲା ଏମିତି ତଥ୍ୟ

ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଗଲୱାନ ଘାଟି ଆକ୍ରମଣ ନେଇ ବଡ ଧରଣର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନର ବରିଷ୍ଠ ଜନରାଲ ନିଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଭାରତ-ଚୀନ ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକା ରିପୋର୍ଟ ଅନୁସାରେ ଚୀନ୍‌ର ପଶ୍ଚିମି ଥିଏଟର କମାଣ୍ଡ ପ୍ରମୁଖ ଜେନରାଲ ଝାଓ ଜୋଙ୍ଗକି […]

  • Tuesday, 13 July 2021
murder
ପତ୍ନୀ, ଶାଶୂଙ୍କୁ ହତ୍ୟା କରିବା ପରେ ଗୁଳି କରି ଆତ୍ମହତ୍ୟା କଲେ ଯୁବକ

କୋଲକାତା: ପାରିବାରିକ ଅଶାନ୍ତିର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଏକ ନଗ୍ନରୂପ ଦେଖିବାକୁ ମିଳିଛି ବାଙ୍ଗାଲୁରରେ। ଚାପଗ୍ରସସ୍ତ ଜଣେ ବ୍ୟକ୍ତି ବେଙ୍ଗଲୁରରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କୋଲକାତା ଯାଇଥିଲେ। ତଥାପି ତାଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା। ସେଠାରେ ତାଙ୍କ ଶାଶୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶେଷରେ ଆତ୍ମଗ୍ଳାନିରେ ନିଜକୁ ଗୁଳିକରି ଦେଇ ଥିଲେ । ବ୍ୟକ୍ତି ଜଣକ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ପୋଲିସ ଘଟଣାର ଯାଞ୍ଚ କରୁଛି। ପୋଲିସ […]

  • Tuesday, 13 July 2021
coronavirus
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା

ନୂଆଦିଲ୍ଲୀ:ଭାରତରେ ବଢିବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ସବୁ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪,୨୫,୨୮୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୩, ୩୬୬ ରହିଛି। ଦେଶରେ ଆକ୍ଟିଭ କେସ ୧, ୭୪, ୩୮୭ ଥିବାବେଳେ ୨, ୩୭, ୧୯୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ବର୍ତ୍ତମାନସୁଦ୍ଧା […]

  • Tuesday, 13 July 2021
crpf
ପୁଲୱାମାରେ ଏନକାଉଣ୍ଟର; ୨ ଆତଙ୍କୀ ନିପାତ, ଯବାନ ସହିଦ୍‌

ଜମ୍ମୁ:ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥରେ ଜଣେ ଯବାନଙ୍କର ବୀରଗତିପ୍ରାପ୍ତ ହୋଇଛି। ଜମ୍ମୁ-କାଶ୍ମୀରର ପୁଲୱାମା ସ୍ଥିତ ବାନ୍ଦଜୁ ଇଲାକାରେ ଆତାଙ୍କବାଦୀ ଲୁଚି ରହିଥିବା ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ।  ଏହି ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ ହୋଇ ଯାଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ପ୍ରାଣ ହରାଇଥିବାବେଳେ ସିଆରପିଏଫର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସୂଚନାଥାଉ କି, ୨୧  ତାରିଖ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ […]

  • Tuesday, 13 July 2021