ଚାମ୍ବା: ପାଣି ସୁଅରୁ ଉଦ୍ଧାର ହେଲେ ୪ ଶିଶୁ। ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ଭଟିୟାତ୍ ଅଞ୍ଚଳ ଦେଇ ଯାଇଥିବା ଏକ ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ୪ଜଣ ଶିଶୁ ଫସି ଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ବୁଧବାର ଦିନ ଭଟିୟାତ୍ ଅଞ୍ଚଳର ୪ଜଣ ଶିଶୁ କୁଡ୍ଡୀ ଗାଁରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାହାରି ଥିବାବେଳେ ଏଭଳି କିଛି ଘଟଣା ଘଟିଥିଲା। ଭଟିୟାତ୍ ଅଞ୍ଚଳ ଦେଇ […]
ନୂଆଦିଲ୍ଲୀ: କ୍ରମାଗତ ୫ଦିନ ଧରି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପ୍ରତି ୬୦ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୨୨ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ଟଙ୍କା […]
ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ଏବେ ଜଣେ ପାନ ଦୋକାନୀଙ୍କୁ GST ଠକେଇ ନେଇ ନୋଟିସ କରାଯାଇଛି । କୋଏଲନଗରର ଏଇ ପାନ ଦୋକାନୀଙ୍କ ନାଁ କାର୍ତ୍ତିକ କମିଲା। ଏତେ ଟଙ୍କାର GST ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାର୍ତ୍ତିକ। ଲକ୍ଷେ ବା ଦୁଇ ଲକ୍ଷ ନୁହେଁ, ୧୦୦ କୋଟି ୯ ଲକ୍ଷ ଟଙ୍କା ଠକିବା ନେଇ ଦୋକାନୀଙ୍କୁ GST ନୋଟିସ ଦେଇଛି । ଦୋକାନୀଙ୍କ ନାଁରେ ଚାଲିଥିବା ଫେକ୍ କମ୍ପାନୀ ଲିଙ୍ଗରାଜ […]
କଟକ: ପର୍ତ୍ତୁଗାଲ୍ରେ ନିଖୋଜ ଓଡ଼ିଆ ଛାତ୍ରୀ। କଟକ ପୁରୀଘାଟ ଥାନା ଅଞ୍ଚଳର ଜଣେ ଯୁବତୀ ପର୍ତ୍ତୁଗାଲ୍ରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସଂମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପୁଲିସ୍ରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଛାନ୍ଭିନ୍ ଆରମ୍ଭ ହୋଇଛି। ଏଥିସହ ପର୍ତ୍ତୁଗାଲ୍ ଦୂତାବାସ, ପୁଲିସ୍ ସହ ଯୋଗାଯୋଗ ମଧ୍ୟ କରାଯାଇଛି। ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ଉଚ୍ଚଶିକ୍ଷା ଲାଗି ଯୁବତୀ ଜଣକ ସ୍ପେନର ବାର୍ସିଲୋନା ଯାଇଥିଲେ। ସେଠାରେ MSC ପାଠ୍ୟକ୍ରମ […]
ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍ଡାଉନ, ସଟ୍ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି। ଆଜି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା […]
ନୂଆଦିଲ୍ଲୀ: ଦୀର୍ଘଦିନର ଦାବି ପୂରଣ ନେଇ ଦିଲ୍ଲୀ ଏମ୍ସର ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାୟୀ ନିଯୁକ୍ତି କରିବା ଓ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ନର୍ସ । ଫଳରେ ଏମ୍ସରେ ଜରୁରୀ ସେବା ଓ କ୍ରିଟିକାଲ୍ କେୟାର ଚିକିତ୍ସା ବାଧାପ୍ରାପ୍ତ ହୋଇଛି । ଗତକାଲି ଅପରାହ୍ଣରୁ ହସ୍ପିଟାଲର ପ୍ରାୟ ୫୦୦୦ ନର୍ସ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । […]
ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଆଜି ପୁଣିଥରେ ସୁନା ଦରରେ ବୃଦ୍ଧି ଘଟିଛି। India Bullion and Jewellers Association Ltd.ର ସୂଚନା (IBJA) ଅନୁସାରେ, ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପହଞ୍ଚିଛି। ଯଦିଓ ଦେଶରେ କରୋନା ଲକ୍ଡାଉନ୍ ଜାରି ରହିଛି ତେବେ ଲକ୍ଡାଉନ୍ କଟକଣାକୁ ମାନି ଅନେକ ବିବାହ କାର୍ଯ୍ୟକ୍ରମ ହେଉଛି। ଏହି ସମୟରେ ୧୮ କ୍ୟାରେଟ୍ ସୁନାଠୁ ଆରମ୍ଭ କରି ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା […]