ଲଣ୍ଡନ- ଇଂଲଣ୍ଡର ନଟିଙ୍ଗମଶାୟର (Nottinghamshire) ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଆଶ୍ଚର୍ଯ୍ୟ ହେବେନି ବରଂ ମାନବିକତା ପରି ଏକ ଶବ୍ଦ ଉପରୁ ବିଶ୍ୱାସ ତୁଟିଯିବ । ଏଠାରେ ୧୯ ମାସର ଏକ ଶିଶୁକୁ ତା’ର ନିଶାଗ୍ରସ୍ତ ମା’ ଫୁଟନ୍ତା ପାଣିରେ ପକାଇ ଦେଇଛି । କୋକିନ ନିଶାରେ ପିଲାଟିକୁ ଖାଲି ଫୋପାଡ଼ି ଦେଇନି, ବରଂ ଏକ ଘଣ୍ଟା ପର୍ଯ୍ୟନ୍ତ ପିଲାଟିକୁ ସେମିତି କଷ୍ଟରେ ଛଟପଟ […]
ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ ଅଢେଇ ବର୍ଷର ଶିଶୁ ନିଜ ଜୀବନ ବଦଳରେ ୭ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି। ଅଢେଇ ବର୍ଷର ଶିଶୁ ୟଶ। ଗୁଲୁଗୁଲୁ ସୁନ୍ଦର ଚେହେରାରେ ସମସ୍ତଙ୍କ […]
ୱାଶିଂଟନ: ନିର୍ବାଚନରେ ଆନୁଷ୍ଠାନିକ ଭାବେ ଜିତିବା ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୱିଲମିଙ୍ଗଟନ୍ କ୍ୱିନ ଭେନ୍ୟୁରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ତାଙ୍କର ଏହି ଅଭିଭାଷଣକୁ ସାରା ଆମେରିକାରେ ଲୋକମାନେ ଟେଲିଭିଜନ ଜରିଆରେ ଦେଖିଥିଲେ । ସେ କହିଥିଲେ, ଏହି ନିର୍ବାଚନ ହେଉଛି ଆମେରିକା ଲୋକଙ୍କ ପ୍ରକୃତ ଇଛାର […]
ନୂଆଦିଲ୍ଲୀ: ଲଗାତାର ଷଷ୍ଠ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୫୭ ପଇସା ଓ ଡିଜେଲ ୫୯ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ୫୭ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୮୧ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୬ଟଙ୍କା ୪୮ପଇସା ଓ ୬୮ଟଙ୍କା ୭୦ପଇସା ରହିଛି। […]
ନୂଆଦିଲ୍ଲୀ: ଚୋରକୁ ଧରିବା ହେଉ କି, ଚୋରି ସାମଗ୍ରୀ ଠାବ କରିବା, ସବୁଠି କାମରେ ଆସେ ସନ୍ଧାନୀ କୁକୁର ରୁବି । ଏଥିପାଇଁ ରୁବିକୁ ସମ୍ମାନିତ କରିଛି ଛତିଶଗଡ଼ର ରାଇଗଡ଼ ପୋଲିସ । ପୋଲିସ କର୍ମଚାରୀଙ୍କୁ ପଛରେ ପକାଇ ରୁବିକୁ ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ଦିଆଯାଇଛି । ବଛା ବଛା ପୋଲିସ ଅଧିକାରୀଙ୍କୁ ପଛରେ ପକାଇ ଦେଲା ସନ୍ଧାନୀ କୁକୁର। ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ହାତେଇଲା ସନ୍ଧାନୀ କୁକୁର ରୁବି । ଛତିଶଗଡ ରାଇଗଡ […]
ଭୁବନେଶ୍ୱର: ରାଜମିସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପଟ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ୍ ଅଭିଯୁକ୍ତ ସନାତନ ମୁଣ୍ଡାକୁ ଗିରଫ କରିଛି। ମୃତକ ବ୍ୟକ୍ତିଙ୍କ ନାଁ ଦୀପକ। ସେ ଜଣେ ରାଜମିସ୍ତ୍ରୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଦୀପକ ଘର ବାହାରେ ବସିଥିଲେ। ଏହି ସମୟରେ ସନାତନ ନିଶାସକ୍ତ ଅବସ୍ଥାରେ ଆସି ଦୀପକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ଉଭୟଙ୍କ […]
ଭୁବନେଶ୍ୱର: ଅଭିନେତାଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ ଅଭିଯୋଗରେ ପୁଲିସ୍ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଜଣେ ଦୁର୍ବୃତ୍ତ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କୋଏମ୍ବାଟୁରରେ ଫସି ରହିଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରିବା ପାଇଁ ଦୁର୍ବୃତ୍ତ ଜଣଙ୍କ ୬ହଜାର ୫ଶହ ଟଙ୍କା ଜମା […]
ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏଥିସହ ନୂତନ ରାଷ୍ଟ୍ରଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ଯୁଦ୍ଧର ସ୍ମାରକୀ ଭାବେ ଚଳିତବର୍ଷକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ […]
ୱାଶିଂଟନ:ଆନୁଷ୍ଠାନିକ ଭାବେ ଜୋ ବାଇଡେନଙ୍କୁ ଆମେରିକାର ନୂଆ ରାଷ୍ଟ୍ରପତି ଘୋଷଣା କରିଛି ଇଲେକ୍ଟୋରାଲ କଲେଜ । ଗତମାସରେ ହୋଇଥିବା ନିର୍ବାଚନରେ ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ୨୩୨ ଇଲେକ୍ଟୋରାଲ ଭୋଟ୍। ଟ୍ରମ୍ପ ପୂର୍ବରୁ ନିର୍ବାଚନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଇଡେନଙ୍କ ବିଜୟକୁ ଗ୍ରହଣ କରୁନଥିଲେ। ଏବେ ଇଲେକ୍ଟୋରାଲ କଲେଜ ଆନୁଷ୍ଠାନିକ ଭାବେ ବାଇଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବା ପରେ ଆମେରିକା ରାଜନୀତିରେ […]
ବାଲେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ମିଳିଲାନି ଜାଗା, ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରବାସୀଙ୍କୁ ଶ୍ମଶାନରେ ରହିବାକୁ ପଡ଼ିଛି। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜୁଣୁଦା ଗାଁରେ। ସୂଚନା ଅନୁସାରେ, କାମ ପାଇଁ ଉତ୍ତରପ୍ରଦେଶ ଯାଇଥିବା ୫ ଜଣ ଶ୍ରମିକ ଗତକାଲି ଗାଁକୁ ଫେରିଥିଲେ। ସେଠାରୁ ଫେରିବା ପରେ ଗାଁ ଲୋକେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ ପରାମର୍ଶ […]
ନୂଆଦିଲ୍ଲୀ:ପୁଣି ବଢିଲା ଏଲପିଜି ଦାମ୍। ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୫ କିଲ ସିଲିଣ୍ଡରର ଦାମ ୧୮ ଟଙ୍କା ବଢିଛି। ସେହିପରି ୧୯ କିଲ ସିଲିଣ୍ଡରର ଦାମ ୩୬.୫୦ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିନା ସବ୍ସିଡିରେ ମିଳୁଥି ୧୪.୨ କିଲ ସିଲିଣ୍ଡରର ଦାମ୍ ୬୪୪ ହୋଇଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୬୬୦ ହୋଇଛି। ସେହିପରି […]