ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ ରୋଡ଼ରେ ଟ଼୍ରାକ୍ଟର ରାଲିରେ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୂଚନାଥାଉ କି, ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆନ୍ଦୋଳନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ […]
ନୂଆଦିଲ୍ଲୀ: ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି । ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ […]
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍କୁ ବଡ ଆଶ୍ୱସ୍ତି ମିଳିଛି । ସୂଚନାଯୋଗ୍ୟ ଯେ ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର […]
ନୂଆଦିଲ୍ଲୀ: ଫେସବୁକ୍ର ଡାଟା ଲିକ୍ ମାମଲାରେ ସିବିଆଇ ମାମଲା ରୁଜୁ କରିଛି। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଦେଇଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କର ଡାଟାକୁ କେମ୍ବ୍ରିଜ ଆନାଲିଟିକା ବିକି କରିଦେଇଥିବା ୨୦୧୮ ମାର୍ଚ୍ଚରେ ଅଭିଯୋଗ ଆସିଥିଲା । ଯେଉଁମାନଙ୍କର ଡାଟାକୁ ବିକ୍ରି କରାଯାଇଥିଲା, ସେମାନଙ୍କ ମଧ୍ୟରେ ୫ […]
କେନ୍ଦୁଝର(ପ୍ରଣୟ କୁମାର ପାଣି): ମଣିଷ ଆକାଶରେ ଉଡ଼ି ପାରୁଛି। ପାଣିର ବି ବୁଡ଼ି ପାରୁଛି। ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ହୋଇ ପାରୁଛି। ମାଟି ତଳେ ସହର ତିଆରି କରିପାରୁଛି ପୁଣି ମାଟି ତଳୁ ଘରକୁ ଉଠାଇ ପାରୁଛି। କାରଣ ଆଜିର ବିଜ୍ଞାନ ଦୁନିଆରେ ସବୁ କିଛି ସମ୍ଭବ। ଏହିପରି ଏକ ଅସମ୍ଭବ କାମ ସମ୍ଭବ ଆଜି କେନ୍ଦୁଝରରେ ପ୍ରଥମ ଥର ପାଇଁ ସମ୍ଭବ ହେବାକୁ ଯାଉଛି । ଏକ ଛାତ ଘରକୁ ମାଟି ତଳୁ ୪ ଫୁଟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିବାସ ଅର୍ଥାତ୍ ହ୍ୱାଇଟ ହାଉସ୍ର ରୋଷେଇଘରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଏହା ପୂର୍ବରୁ ଏହି ରୋଷେଇଘର ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରର ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଥିଲା। ଏବେ ରାଷ୍ଟ୍ରପତି ବାଇଡେନ୍ଙ୍କ ପସନ୍ଦ ଅନୁସାରେ ହେବ। ଆସନ୍ତୁ ଜାଣିବା, କେମିତି ଏଇ ହ୍ୱାଇଟ ହାଉସ୍ର କିଚେନ ଏବଂ ବାଇଡେନ୍ଙ୍କ ପାଇଁ ଏଠାରେ କ’ଣ ସବୁ ପ୍ରସ୍ତୁତ ହେବ ? ହ୍ୱାଇଟ୍ ହାଉସ୍ ଏବେ ଆଗାମୀ ୪ ବର୍ଷ ପାଇଁ ବାଇଡେନ୍ଙ୍କ ସରକାରୀ […]
–ସମ୍ବଲପୁରରେ ବିଜେପି ପକ୍ଷରୁ ଚାଷୀ ସମାବେଶ -ସାମିଲ ହେଲେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର -ଉତ୍ପାଦିତ ସମସ୍ତ ଧାନ କିଣିବାକୁ ଦାବି କଲା ବିଜେପି -ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବି ତେଜିଲା -କଟନୀ ଛଟନୀ ବନ୍ଦ ପାଇଁ ମଧ୍ୟ ଦାବି କଲେ ଚାଷୀ ସମ୍ବଲପୁର: ବିଭିନ୍ନ ଦାବି ନେଇ ରାସ୍ତାରୋକ, ଆନ୍ଦୋଳନ ପରେ ଆଜି ବିଜେପି ପକ୍ଷରୁ ବିଶାଳ ଜନ ସମାବେଶ କରାଯାଉଛି । ସମ୍ବଲପୁରରେ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା […]
ୱାଶିଂଟନ:ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଯୁଗ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୭୭ ବର୍ଷୀୟ ଜୋ ବାଇଡେନ୍। ତାଙ୍କ ସହ ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସିୟ ଏବଂ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ୍ । ବାଇଡେନଙ୍କୁ ଚିଫ୍ ଜଷ୍ଟିସ୍ ଜନ୍ ରୋବର୍ଟ୍ସ୍ ଏବଂ କମଳା ହାରିସଙ୍କୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ […]
ଭୁବନେଶ୍ୱର: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ କୌଣସି ରାୟ ଦିଆଯିବ ନାହିଁ । ଏ ନେଇ ଉପଯୁକ୍ତ ନିଷ୍ପତ୍ତି ଓ ପଦକ୍ଷେପ ନେବା ଦିଲ୍ଲୀ ପୋଲିସର ଦାୟିତ୍ୱ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ଜାନୁଆରି ୨୬ରେ ଦିଲ୍ଲୀ ଭିତରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଚାଷୀଙ୍କ ଟ୍ରାକ୍ଟର ରାଲି ବନ୍ଦ କରିବା ଦାବିରେ […]
ନୂଆଦିଲ୍ଲୀ: ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପୂର୍ବରୁ କେନ୍ଦ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣାକୁ ନେଇ […]