ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ […]
ଜୋଧପୁର: କୁହାଯାଏ ବାପା ଥିବା ସନ୍ତାନ କେଉଁଠି ହାରେନି। ମା’ ସ୍ନେହ, ଆଦର ଦେଇ ପାଳିଥାଏ, ଆଉ ବାପା ଢାଲ ପରି ବିପଦ ଆପଦରେ ପିଲାଙ୍କ ସାମ୍ନାରେ ଛିଡ଼ା ହୋଇଥାଏ। ହେଲେ ଆମେ ଏମିତି ଜଣେ ବାପାଙ୍କ କଥା ଜଣାଇବାକୁ ଯାଉଛୁ, ଯିଏ ବାପା ନାମରେ ଥିଲେ ଜଣେ ରାକ୍ଷସ। ଯିଏ ନିଜ ପିଲାକୁ କଳଙ୍କର କାଦୁଅ ଭିତରକୁ ଠେଲି ଦେଇଥିଲେ। ଯନ୍ତ୍ରଣାର ବେଡ଼ିରେ ବାନ୍ଧି ଦେଇଥିଲେ। ଏଇ ରାକ୍ଷସ ବାପା ହେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲ୍ଲାର। […]
ଓଟାବା: କରୋନା ଭାଇରସ ବିରୋଧରେ ଲଢିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ତଥାପି ଭାଇରସର ସମ୍ପୂର୍ଣ୍ଣ ମୁକାବିଲା କରିବାରେ ଅସମର୍ଥ । କୋଭିଡ ମୁକାବିଲା ପାଇଁ ଏକମାତ୍ର ବିକଳ୍ପ ଭ୍ୟାକ୍ସିନ। ତେବେ ଟିକାକରଣ ପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏସବୁ ଦ୍ୱନ୍ଦ୍ୱ ଏବଂ ଭୟ ଭିତରେ ଗୋଟିଏ ଆଶ୍ୱାସନା ସାମ୍ନାକୁ ଆସିଛି। ଗବେଷକମାନେ ଏପରି ଏକ ନାଜାଲ ସ୍ପ୍ରେ ବାହାର କରିଛନ୍ତି, ଯାହା କରୋନା ଭାଇରକୁ ମାରିବାରେ ପ୍ରାୟ ଶତ ପ୍ରତିଶତ ସଫଳ ହୋଇଛି। […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ନୂଆଦିଲ୍ଲୀ:ଝିଅଟିଏ ଜନ୍ମହେଲେ ଉଦାସ ହୋଇଯାଏ ମା’ର ମନ । ସମସ୍ତଙ୍କ ଅଗୋଚରରେ ଆଖିରୁ ଝରିପଡେ ଲୁହ । ହେଲେ କାହିଁକି ? ସତରେ କ’ଣ ମା’ କୋଳ ପୁଅଟିଏ ଖୋଜୁଥାଏ ବୋଲି ? ପୁଅଟଏ ନ ହେଲେ କିଏ ତାକୁ ବାର୍ଦ୍ଧକ୍ୟରେ ଆଶ୍ରୟ ଦେବ ଏମିତି କିଛି ଭାବି ? ନା, ନାରୀ ଜୀବନର ଅକୁହା ଯନ୍ତ୍ରଣାକୁ ଅଙ୍ଗେ ନିଭାଉଥିବା ମା’ ନିଜ ଝିଅର ଭବିଷ୍ୟତ ଆକଳନ କରି ଦୁଃଖରେ, ଭୟରେ, ଆଶଙ୍କାରେ ଏମିତି ଅଧିର ହୋଇପଡେ […]
କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ଆଜି । ହୁଗୁଳି, ହାଓଡା, ଦକ୍ଷିଣ ୨୪ ପ୍ରଗଣା, ଅଲିପୁରଦ୍ୱାର, କୁଚ ବିହାର ଆଦି ଆସନ ସମେତ ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି। ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍ଚି ବିଧାନସଭା ଅନ୍ତର୍ଗତ ଜୋରପଟ୍ଟିର ଏକ ମତଦାନ କେନ୍ଦ୍ରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ପିଟିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, CISF ପକ୍ଷରୁ ଏହି କେନ୍ଦ୍ରରେ ଫୁଟିଛି […]
ଟ୍ରି ମ୍ୟାନ ନରୋତ୍ତମ ଦାସ। ଘର ମୟୂରଭଞ୍ଜି ଜିଲ୍ଲା ନାବରା ଗ୍ରାମରେ । ଗଛ ଲଗାଇବା ସହ ଜଙ୍ଗଲର ସୁରକ୍ଷା ପାଇଁ ବ୍ରତୀ ନରୋତ୍ତମ ସାର। ତାଙ୍କ ପ୍ରଚେଷ୍ଟାରେ ଖାଲି ପଡିଥିବା ଟାଙ୍ଗରା ପଡିଆ ଆଜି ସବୁଜିମାରେ ହସୁଛି।
ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ନିଜର ଅପାରଗତାରୁ ଧ୍ୟାନ ହଟାଇବାକୁ ନିନ୍ଦନୀୟ ପ୍ରୟାସ କରୁଛନ୍ତି କିଛି ରାଜ୍ୟ ।କୋଭିଡ୍ ଭ୍ୟାକ୍ସିନ ସଙ୍କଟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟ ପ୍ରଶ୍ନ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଟୁଇଟ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦର୍ଶାଇଛନ୍ତି, କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବା ପାଇଁ କିଛି ନେତାଙ୍କ ଏଭଳି […]
ଭୁବନେଶ୍ୱର: ଲାଲ ଟହ ଟହ କଙ୍କଡ଼ା ଝୋଳ… ବାମ୍ବୋ ଚିକେନ୍ .. ନାରିୟଲ ଚିକେନ୍। ଆଃ ! ଦେଖୁ ଦେଖୁ ଜିଭ ବୁଲିଲାଣି ଯିଏ ଖାଇଛି ସେ ପାଇଛି ଏହାର ମଜା। ଓଡ଼ିଆ ଷ୍ଟାଇଲର ସେଇ ପାଟି ସୁଆଦିଆ ଡିସ୍କୁ ଏବେ ଅର୍ଡର କରିଛନ୍ତି ଖୋଦ୍ ବଲିଉଡ୍ ଷ୍ଟାର ଅଜୟ ଦେବଗନ୍ । ରାଜଧାନୀର ରୋଜିସ୍ କିଚେନ୍ରେ ଏସବୁ ଭଳିକି ଭଳି ତରକାରୀର ରୋଷେଇ ସରିଛି । ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ […]
ବେଜିଂ:ଏକ ବିବାହ ଭୋଜିରେ ମସ୍ଗୁଲ ଥିଲେ ସମସ୍ତେ। ବନ୍ଧୁବାନ୍ଧବଙ୍କ ଗହଣରେ ଚାଲିଥିଲା ବାହାଘର। ବରକନ୍ୟା ବସିଥାନ୍ତି । ପାରମ୍ପରିକ ରୀତିରେ ଚାଲିଥାଏ ବାହାଘର। ହଠାତ୍ ଶାଶୂମା’ଙ୍କ ନଜର ଭାବି ବୋହୂ ଉପରେ ପଡ଼ିଲା। ବୋହୂର ହାତକୁ ଦେଖିବା କ୍ଷଣି ଶାଶୂମା’ଙ୍କ ହୋସ ଉଡ଼ିଗଲା। ଭୋ ଭୋ କାନ୍ଦି ଉଠିଲେ ମା’। ମହତ୍ସୋବର ମାହୋଲ କିଛି ସମୟ ପାଇଁ ନିରବି ଗଲା। ସମସ୍ତ ଥିଲେ ଚୁପ୍। କାହା ମୁହଁରେ ଭାଷା ନ ଥିଲା। ଶାଶୂମା’ ବୋହୂର ହାତ ଦେଖି […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର […]
ବିଜାପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ । କୁହାଯାଉଛି, ମାଓବାଦୀମାନେ ତାଙ୍କୁ ନିଜ କବ୍ଜାରେ ରଖିଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ମଧ୍ୟ ଲାଲବାହିନୀ ତରଫରୁ ଫୋନ୍ କରି କୁହାଯାଇଥିଲା ଯେ, ନିଖୋଜ ସିଆରରପିଏଫ୍ କୋବ୍ରା ଯବାନଙ୍କୁ ସେମାନେ ନିଜ କବ୍ଜାରେ ରଖିଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରୀୟ ରିଜର୍ଭ ପୋଲିସର କୋବ୍ରା କମାଣ୍ଡୋ ରାକେଶ୍ୱର […]
ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ […]