ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ ସୁନାର ସଂସାର ଚୂନା ହୋଇଯାଉଛି। ଯେଉଁ ସମୟରେ ଉଭୟ ବାପାମା’ଙ୍କ ସ୍ନେହ ଦରକାର, ସେ ସମୟରେ ଅଲଗା ରହିବାକୁ ବାଧ୍ୟ ହୁଅନ୍ତି ଦୁନିଆ କ’ଣ ଜାଣିନଥିବା କୁନି […]
ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ତେବେ ଏନେଇ ଜଣେ ଭାରତୀୟ ବରିଷ୍ଠ ସେନାଅଧିକାରୀ କହିଛନ୍ତି, ଭାରତୀୟ […]
ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଥିଲା ବୈଠକ ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଚୀନକୁ ଚରମବାଣୀ ଶୁଣାଇଲା […]
କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ କାହିଁକି ଚିହିଙ୍କି ଉଠୁଛନ୍ତି ଦିଦି ? ପ୍ରଭୁଙ୍କ ନାମ ଶୁଣି ରାଗିପାଚି ଲାଲ୍ ହୋଇଯାଉଛନ୍ତି । ପୁରୁଷୋତ୍ତମ ରାମଙ୍କ ନା ଶୁଣି ଭାଷଣ ଦେବାକୁ ମନା କରିବା […]
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି । ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ । […]
ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ । ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ମାତ୍ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍ […]
ହାଇଦ୍ରାବାଦ: ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ ପତ୍ନୀ। ଆଉ ପତ୍ନୀ ଛାଡ଼ି ଚାଲିଯିବା ଦୁଃଖରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଏପରି ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶେଷରେ ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ୍ ଗିରଫ କରିଛି। ସେ ପଥର କାଟନ୍ତି ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ୨୧ ବର୍ଷ ବୟସରେ […]
ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୯୭ ଟଙ୍କା ହ୍ରାସ ପାଇ ୪୮,୮୪୬ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ସେହିପରି ରୂପାଦର ୪୦୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୬୬,୧୩୦ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ସୁନା କାରବାର ୭.୭୧ ଡଲାର ହ୍ରାସ ସହ ପ୍ରତି ounceକୁ […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ଗାଜିପୁର୍, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ […]