ବନାସକାଣ୍ଠା : ମନ୍ଦିରର ଦେଶ ଭାରତ । ଆମ ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ । ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ସେହିପରି ଭାବେ ଭାରତରେ ମା’ ଦୁର୍ଗାଙ୍କର ଅନେକ ମନ୍ଦିର ରହିଛି । ଦେବୀ ସତୀଙ୍କ ଶରୀରକୁ କୌଣସି ନା କୌଣସି ଅଂଶ ଖସିଥିବା ସ୍ଥାନରେ ତିଆରି ହୋଇଛି ଏପରି କିଛି […]
ବାରାଣାସୀ : ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା ସ୍ନାନରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ତଥା ନଦୀ ବିଜ୍ଞାନୀ ପ୍ରଫେସର ଡ। […]
କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ । ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ […]
ମୁମ୍ବାଇ : ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ । ଆମ୍ବୁଲାନ୍ସରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଥିବା ବାପାକୁ ବଞ୍ଚାଇବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଅସହାୟ ପୁଅ । କରୋନା ସଂକ୍ରମଣରେ ଅଣନିଶ୍ୱାସୀ ହୋଇଯାଉଥିବା ବାପାଙ୍କୁ ହସ୍ପିଟାଲରୁ ହସ୍ପିଟାଲକୁ ନେଇ ଥକିଗଲେଣି ଯୁବକ, କୋଉଠି ହେଲେ ବେଡ଼ ଗୋଟିଏ ମିଳୁନି । ବୋଉ ସିଆଡ଼ୁ ଫୋନ୍ କରି କରି ଅଥୟ କରିଦେଉଛି । ହେଲେ ଅଭାଗା ପୁଅ ବାପା ବିଷୟରେ […]
ନୂଆଦିଲ୍ଲୀ : କରୋନାର ବଢ଼ୁଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି […]
ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ମାସ୍କ ନପିନ୍ଧିବା ମୃତ୍ୟ ସହ ଖେଳିବା ସହ ସମାନ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଶେଷଜ୍ଞଙ୍କ ମତ ଅନୁସାରେ ମାତ୍ର ଏକ ମିନିଟ ପାଇଁ ମଧ୍ୟ ସଂକ୍ରମିତଙ୍କଙ୍କ ସମ୍ପର୍କରେ ଆସିଲେ କରୋନା ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଛି । ଏଥିପାଇଁ ଘରୁ ବାହାରିବା ପୂର୍ବରୁ ମନେକରି ମାସ୍କ […]
ଦ୍ୱାରିକା : ବର୍ଷା ନେହେବାରୁ ସଙ୍କଟମୋଚନ ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ । ଖରାରେ ଜନଜୀବନ ସନ୍ତୁଳି ହେଉଥିବା ବେଳେ ଦିଲ୍ଲୀର ଦ୍ୱାରିକା ଜିଲ୍ଲାର କକରୋଲା ଗାଁରେ ନବରାତ୍ରିର ପ୍ରଥମ ଦିନରେ ଏକ ମନ୍ଦିରରେ ହନୁମାନଙ୍କ ସମେତ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି । ମହେଶ ନାକମ ଯୁବକ ଏପରି କରିଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଜଣାପଡ଼ିବା ପରେ ବଜରଙ୍ଗ ଦଳ ସମେତ ଅନେକ ହିନ୍ଦୁ ସଂଗଠନ ବିରୋଧ ପ୍ରଦର୍ଶନ […]
ଲୁଧିଆନା : ଦେହରେ ଧୋବ ଫରଫର ଧଳା ଧୋତି ସାଙ୍ଗକୁ ମୁଣ୍ଡରେ ପଗଡ଼ି ଆଉ ମୁହଁରେ ସୂତି କପଡ଼ାର ମାସ୍କ । ମଫସଲି ମଣିଷ ପରି ହାତରେ ଦା’ ଧରି ଜମିରେ କାମ କରୁଛନ୍ତି ଆଇଏଏସ୍ ଅଫିସର । ସହରୀ ଜୀବନର ଚାକଚକ୍ୟ ତାଙ୍କୁ ମା’ ମାଟି ଠାରୁ ଦୂରେଇ ରଖିପାରିନି । ଚାକିରି କରିବା ସହ ଜମିରେ ଚାଷ କରୁଛନ୍ତି ୨୦୦୯ ବ୍ୟାଚର ଆଇଏଏସ୍ ଅଫିସର ରାମବୀର ସିଂ । ସେ ଏବେ ପଞ୍ଜାବର ସଙ୍ଗରୁରରେ […]
ନୂଆଦିଲ୍ଲୀ : ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୦୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ […]
କଟିହାର : ଚୋରି କରୁଥିବାବେଳେ ଧରା ପଡ଼ିବାରୁ ଲଣ୍ଡା କରି ନିସ୍ତୁକ ମାଡ଼ । ମାନବିକତା ଭୁଲିଗଲେ ଲୋକେ । ବିହାର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବାର ବର୍ବର ଚିତ୍ର ସାମ୍ନାକୁ ଆସିଛି । ଚୋରକୁ ଶାସ୍ତି ଦେବା ଆଳରେ ନିଜେ ଅଭିଯୁକ୍ତ ସାଜିଗଲେ । ଦୁଇ ମହିଳାଙ୍କୁ ମାଡ଼ ମାରିବା ପରେ ଲଣ୍ଡା କରିବା ସହ ସାରା ଗାଁରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ । […]
କାଙ୍କେର : ଭାଲୁ ଖାଉଛି ଆଇସକ୍ରିମ । ଟାଇଁ ଟାଇଁ ଖରାରେ ଲୋକଙ୍କ ତଣ୍ଟି ଶୁଖି ଯାଉଥିବା ବେଳେ ଜଙ୍ଗଲୀ ଭାଲୁକୁ ଆଇସକ୍ରିମ ଖିଆ ନିଶା ଲାଗିଛି । ଛତିଶଗଡ଼ର କାଙ୍କେର ସହରରେ ଶିତଲାପାରା ଅଞ୍ଚଳରେ କିଛିଦିନ ହେବ ଜଙ୍ଗଲୀ ଭାଲୁ ଆଇସକ୍ରିମ ଲୋଭରେ ଜନବସତି ଆଡ଼କୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି । ଠେଲାରେ ଥିବା ସମସ୍ତ ଆଇସକ୍ରିମ ଖାଇଯାଉଥିବାରୁ ଆଇସକ୍ରିମ ଦୋକାନୀ ବିରକ୍ତ ହେଉଛନ୍ତି । ଭାଲୁମାନେ ଏପର୍ଯ୍ୟନ୍ତ ପାଖାପାଖି ପଚାଶ ହଜାର ମୂଲ୍ୟର […]
ରୁଷରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିକୁ ବ୍ୟବହାର ଲାଗି କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । କୋଭାକ୍ସିନ, କୋଭିସିଲ୍ଡ ପରେ ଦେଶରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ୍ ଭି ପହଞ୍ଚିଯାଇଛି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ପୁଟନିକ୍ ଭିକୁ ରୁଷ ରାଷ୍ଟ୍ରପତି ସମର୍ଥନ ଦେଇଥିଲେ ତେବେ ଏହି ଟିକାର ନାଁ ସ୍ପୁଟନିକ୍ କାହିଁକି ରଖାଗଲା, ଆସନ୍ତୁ ଜାଣିବା … ଗତବର୍ଷ ଅଗଷ୍ଟ ମାସ ବିଶ୍ୱ ଯେତେବେଳେ କରୋନା କବଳରୁ ତ୍ରାହି ତ୍ରାହି ଡାକୁଥିଲା, […]
ନୂଆଦିଲ୍ଲୀ : ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା । ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ଇସି ଭାବେ କାର୍ଯ୍ୟ କରୁଥିବା ସୁନୀଲ ଅରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶିଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ଭାବେ ନିଯୁକ୍ତି ପାଇଛନ୍ତି । ପଶ୍ଚିମବଙ୍ଗରେ ବାକି ଥିବା […]
ଗୌହାଟି: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆସାମରେ ମୋଟ୍ ୧୨୬ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଆଜି ୪୭ଟି ଆସନ ପାଇଁ ମତଦାନ ଚାଲିଛି। ନିର୍ବାଚନ ମୈଦାନରେ ୨୬୪ଜଣ ପ୍ରାର୍ଥୀ ଅଛନ୍ତି। ମତଦାନକୁ ସୁରୁଖୁରୁରେ କରିବା ପାଇଁ ଆସାମର ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ଟି ବୁଥ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୋନିତପୁର, ବିଶ୍ୱନାଥ, ନଗାଓଁ, ଗୋଲଘାଟ, ଜୋରହାଟ, ମଜୁଲି, ଶିବସାଗର, ଚରାଇଦେଓ, ଲକ୍ଷିମପୁର, […]
୨୪ ଘଣ୍ଟା ପାଇଁ କରିପାରିବେନି ପ୍ରଚାର ଗତକାଲି ରାତି ୮ଟାରୁ ଆଜି ରାତି ୮ଟା ଯାଏ କଟକଣା ନିର୍ବାଚନ ପ୍ରଚାରରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ ପୂର୍ବରୁ ମମତାଙ୍କୁ ଦୁଇ ଥର ନୋଟିସ୍ କରିଥିଲେ EC ପ୍ରତିବାଦରେ କୋଲକାତାରେ ଧାରଣା ଦେବେ ଦିଦି କୋଲକାତା : ମହଙ୍ଗା ପଡ଼ିଲା ବୟାନ । ୨୪ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବ୍ୟାନ୍ କଲେ ନିର୍ବାଚନ କମିଶନ୍ । ମମତାଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି […]
ମୁଜାଫରନଗର : ଆତ୍ମହତ୍ୟା କରୁଥିଲେ ମହିଳା, ବଞ୍ଚାଇବେ ପରିବର୍ତ୍ତେ ମରିବା ପର୍ଯ୍ୟନ୍ତ ଭିଡ଼ିଓ ସୁଟ୍ କଲେ ଶାଶୁଘର ଲୋକ । ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରରେ ଏପରି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଶାଶୁଘରର ନିତିଦିନିଆ ନିର୍ଯାତନା ସହିନପାରି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ବୋହୂ ଆତ୍ମହତ୍ୟା କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଶାଶୁ ଘର ଲୋକେ । ତାଙ୍କ ଆଖି ସାମ୍ନାରେ ସବୁକିଛି ଘଟୁଥିଲା, ଆଉ […]
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ସାଢ଼େ ୬ଟା ଯାଏ ଜାରି ରହିବ।ପଶ୍ଚିମବଙ୍ଗର ୩୦ଟି ଆସନରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଲକ୍ଷ ଭୋଟର। ଏମାନଙ୍କ ମଧ୍ୟରେ ୩୭.୫ ଲକ୍ଷ ପୁରୁଷ ଓ ୩୬ ଲକ୍ଷ ମହିଳା ଭୋଟର ଅଛନ୍ତି। ପୁରୁଲିଆ ଜିଲ୍ଲାର ୯ଟି, ପୂର୍ବ ମେଦିନିପୁର ଜିଲ୍ଲାର ୭ଟି, ପଶ୍ଚିମ ମେଦିନିପୁର […]