ଦେଶରେ କରୋନା ମାହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ସମସ୍ତ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନଲାଇନ୍ ସେବା ପ୍ରଦାନ କରୁଛନ୍ତି । ଅତି ଅବାଶ୍ୟକ ନପଡ଼ିଲେ ବ୍ୟାଙ୍କ ନଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ କଟକଣା ମଧ୍ୟରେ ବ୍ୟାଙ୍କକୁ ଗ୍ରାହକଙ୍କ ଯିବା ଆସିବା ମଧ୍ୟ କମ୍ ରହିଛି । ତଥାପି ଜୁନ ମାସରେ ବ୍ୟାଙ୍କରେ କୌଣସି ଜରୁରୀ କାମ ଥିଲେ, କେତେ ଦିନ ଛୁଟି ରହିବ ଜାଣିବା ଉଚିତ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ […]
– ଦେଶରେ ସଫାଇ ଅଭିଯାନ ଆରମ୍ଭ କରିଛନ୍ତି କିମ୍ ଜୋଙ୍ଗ ଉନଙ୍କ ଭଉଣୀ – କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି – ତାଙ୍କର ଏହି ଆଦେଶ,ଉତ୍ତର କୋରିଆର ଅଧିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଦିଶାରେ ଭଉଣୀ କିମ୍ ୟୋ ଜୋଙ୍ଗ୍ । ଭାଇ ପରି କ୍ରୁର, ନୃଶଂସ ଓ ନିର୍ଦ୍ଦୟ । ଦେଶରେ ଏବେ ସଫାଇ […]
ଆଲର୍ଟରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ । ସଂକ୍ରମଣ ଭୟ ଭିତରେ କୃଷକ ସଂଗଠନ କରୁଥିବା ବିକ୍ଷୋଭକୁ ଆଜି ୬ ମାସ ପୂରିଛି । ସାରା ଦେଶରେ କଳା ଦିବସ ପାଳନ କରାଯାଉ ବୋଲି କୃଷକମାନେ ଆହ୍ୱାନ ଦେଇଛନ୍ତି । ସମସ୍ତଙ୍କ ଘରେ ଓ ଗାଡ଼ିରେ କଳା ପତାକା ଲଗାଇ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ କରିବାକୁ ଦେଶବାସୀଙ୍କୁ […]
ମିର୍ଜାପୁର : ଇ ରିକ୍ସାରେ ବସି ବସି ଅସହ୍ୟ କଷ୍ଟ ପାଉଥିବା କୁନି ଦିବ୍ୟାଙ୍ଗ ଝିଅ । କହି, ଶୁଣି ପାରୁନଥିଲେ ବି ତା’ର ମୁହଁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା ଯନ୍ତ୍ରଣା ତା’ପାଇଁ ଅସହ୍ୟ ହେଉଛି । ଉତ୍ତରପ୍ରଦେଶ ମିର୍ଜାପୁରରେ ଜଣେ ଅସୁସ୍ଥ ଦିବ୍ୟାଙ୍ଗ ନାବାଳିକା ରିକ୍ସାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା ମାତ୍ର କିଛି ଦୂରରେ ଥିବା ହସ୍ପିଟାଲକୁ ଯିବାକୁ ଦେଲେନି ପୋଲିସ୍ କର୍ମୀ । ତୁରନ୍ତ ହସ୍ପିଟାଲ ନପହଞ୍ଚିଲେ ଝିଅର କିଛି ବି ହୋଇପାରେ […]
ଲକଡାଉନରେ ଜିଲ୍ଲାପାଳଙ୍କ ଦାଦାଗିରି ଫୋନ୍ ଭାଙ୍ଗିବା ସହ ଯୁବକଙ୍କୁ ମାଡ଼ ମାରିଲେ ତୁରନ୍ତ ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ ସୁରଜପୁର : ଲକଡାଉନରେ ଯୁବକଙ୍କୁ ମାଡ଼ ମାରିବା କଲେକ୍ଟରଙ୍କୁ ମହଙ୍ଗା ପଡ଼ିଲା । ବଡ଼ ବାବୁଙ୍କ ଦାଦାଗିରି ପାଇଁ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମାମଲାକୁ ଗୁରୁତର ସହ ନେଇ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବି ସରକାରୀ କର୍ମଚାରୀଙ୍କ ଏପରି ଆଚରଣ […]
ଲକ୍ଷ୍ନୌ : କରୋନା ସଂକ୍ରମଣ ରୋକିବାକୁ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କରୋନା ଚେନ୍ ଭାଙ୍ଗିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ତଥା ସହରାଞ୍ଚଳ ୱାର୍ଡରେ ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଏବଂ ‘ମୋ ୱାର୍ଡ କରୋନା ମୁକ୍ତ ୱାର୍ଡ’ ଅଭିଯାନ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ତିନୋଟି ଗାଁ ଏବଂ ତିନୋଟି ୱାର୍ଡକୁ […]
ନୂଆଦିଲ୍ଲୀ : ପ୍ରଖ୍ୟାତ ରେସଲର ସୁଶୀଲ କୁମାର ଗିରଫ । ମେ ୪ ଛତ୍ରଶାଲ ଷ୍ଟାଡିୟମ ଧସ୍ତାଧସ୍ତି ଘଟଣାରେ ଜଣେ ପୂର୍ବତନ ରେସଲରଙ୍କ ମୃତ୍ୟୁ ମାମଲାରେ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦୀର୍ଘ ୧୫ ଦିନର ଖୋଜାଖାଜି ପରେ ପଞ୍ଜାବର ଜଳନ୍ଧର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ସୁଶୀଲଙ୍କ ସହ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ମେ ୪ ତାରିଖ ଦିନ ଛତ୍ରଶାଲ […]
ଡେରାଡ଼ୁନ : କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର । ଉତ୍ତରାଖଣ୍ଡରେ ସଂକ୍ରମଣରେ ବାପାମା’ଙ୍କ ମୃତ୍ୟୁ ପରେ ଅନାଥ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ‘ମୁଖମନ୍ତ୍ରୀ ବାତ୍ସଲ୍ୟ ଯୋଜନା’ ଆରମ୍ଭ କରିଛନ୍ତି। ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ପଢାଖର୍ଚ୍ଚ ବହନ କରିବା ସହ ମାସକୁ ୩ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ତୀରଥ ସରକାର । ତୀରଥ ସିଂ ରାୱତ କହିଛନ୍ତି, କରୋନାରେ ନିଜ ବାପାମା’ଙ୍କୁ […]
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଟିକା ଅଭାବ । ସଂକ୍ରମଣ ସମୟରେ ଟିକା ଉପଲବ୍ଧ କରାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। କରୋନା ବିରୋଧରେ ଟିକା ହେଉଛି ସବୁଠାରୁ ବଡ ଅସ୍ତ୍ର । ଦିଲ୍ଲୀକୁ ଟିକା ପ୍ରଦାନ କଲେ ପୁଣି ଥରେ ଟିକାକରଣ ଆରମ୍ଭ ହୋଇପାରିବ । ଏଥିସହ ଦିଲ୍ଲୀରେ ଟିକା କୋଟା ମଧ୍ୟ ବୃଦ୍ଧି କରାଯିବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ପ୍ରତି […]
ସଂକ୍ରମଣରେ ଜୀବନ ହାରିଲା ମା’ ୧୮ ଦିନର ଛୁଆ ଠାରୁ ହାରିଲା ଅଦୃଶ୍ୟ ଭାଇରସ୍ ସ୍ତ୍ରୀ ନାମରେ ଝିଅର ନାଁ ରଖିଲେ ବାପା ଭୋପାଳ : କୁନି ଯୋଦ୍ଧା କରୋନାକୁ ହରାଇଲା । ୧୮ ଦିନର କୁନି ଝିଅ ଠାରୁ ହାରିଗଲା ମହାମାରୀ । ହେଲେ ସବୁଦିନ ପାଇଁ ମା’ ଡାକ ଲିଭିଗଲା । ଗର୍ଭାବସ୍ଥାରେ ସଂକ୍ରମିତ ହୋଇଥିବା ମହିଳା ଶିଶୁର ଜନ୍ମ ପରେ କରୋନାରେ ଜୀବନ ହାରିଲେ । ଉଭୟଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ […]