ୱାସିଂଟନ୍ : କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ୯୦ ଦିନ ଭିତରେ ରିପୋର୍ଟ ଦିଅ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକୁ କୋଭିଡ -୧୯ (କରୋନାଭାଇରସ) ମହାମାରୀର ଅନୁସନ୍ଧାନ ପାଇଁ ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସଂକ୍ରମିତ ପ୍ରାଣୀ ଠାରୁ ମଣିଷକୁ କିମ୍ବା ଲାବୋରେଟୋରୀରେ ଘଟିଥିବା ଦୁର୍ଘଟଣାରୁ କରୋନା ଭାଇରସ ସୃଷ୍ଟି ହୋଇଛି ତାହାର ସିଦ୍ଧାନ୍ତ ନେବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଯାଂଚରେ ସହଯୋଗ କରିବାକୁ […]
ନୂଆଦିଲ୍ଲୀ : ପିଏନବି ସ୍କାମ ମାମଲାରେ ଗତ ଦୁଇ ବର୍ଷ ଧରି ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ଶେଷରେ ଡୋମିନିକାରେ ଧରାପଡ଼ିଛନ୍ତି । କ୍ୟୁବା ଯିବାପାଇଁ ଚେଷ୍ଟା ଚଳାଉ ଥିବାବେଳେ ଗିରଫ ହୋଇଛନ୍ତି ମେହୁଲ । ଡୋମିନିକାର କାରିବିଆନ୍ ଦେଶରେ ମେହୁଲ ଚୋକସି ଥିବା ଖବର ମିଳିବା ପରେ ସେଠାକାର ପୋଲିସ ତାଙ୍କୁ ଗିରଫ କରିଛି । ଅନେକ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଆଣ୍ଟିଗୁଆକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଇଣ୍ଟରପୋଲର […]
ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ସର୍ବବୃହତ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ହ୍ୱାଟସଆପ୍ । ବୁଧବାର ଠାରୁ କାର୍ୟ୍ୟକାରୀ ହେବାକୁ ଥିବା ନୂତନ ନୀତି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର, କାରଣ ଏଥିରେ ଗୋପନୀୟତା ଶେଷ ହୋଇଯାଉଛି । ଏଥିପାଇଁ ଭାରତ ସରକାରଙ୍କ ନୂଆ ନିୟମକୁ ବିରୋଧ କରି ଏକ ମାମଲା ଦାୟର କରିଛି ହ୍ୱାଟସଆପ୍ । ରଏଟର୍ସ ଅନୁସାରେ ଦିଲ୍ଲୀ ହାଇକୋର୍ଟରେ ଦାଏର ମାମଲାରେ କୁହାଯାଇଛି, ଭାରତ ସକାରଙ୍କ ନୂଆ […]
ଦେଶରେ କରୋନା ମାହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ସମସ୍ତ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନଲାଇନ୍ ସେବା ପ୍ରଦାନ କରୁଛନ୍ତି । ଅତି ଅବାଶ୍ୟକ ନପଡ଼ିଲେ ବ୍ୟାଙ୍କ ନଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ କଟକଣା ମଧ୍ୟରେ ବ୍ୟାଙ୍କକୁ ଗ୍ରାହକଙ୍କ ଯିବା ଆସିବା ମଧ୍ୟ କମ୍ ରହିଛି । ତଥାପି ଜୁନ ମାସରେ ବ୍ୟାଙ୍କରେ କୌଣସି ଜରୁରୀ କାମ ଥିଲେ, କେତେ ଦିନ ଛୁଟି ରହିବ ଜାଣିବା ଉଚିତ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ […]
– ଦେଶରେ ସଫାଇ ଅଭିଯାନ ଆରମ୍ଭ କରିଛନ୍ତି କିମ୍ ଜୋଙ୍ଗ ଉନଙ୍କ ଭଉଣୀ – କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି – ତାଙ୍କର ଏହି ଆଦେଶ,ଉତ୍ତର କୋରିଆର ଅଧିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଦିଶାରେ ଭଉଣୀ କିମ୍ ୟୋ ଜୋଙ୍ଗ୍ । ଭାଇ ପରି କ୍ରୁର, ନୃଶଂସ ଓ ନିର୍ଦ୍ଦୟ । ଦେଶରେ ଏବେ ସଫାଇ […]
ଆଲର୍ଟରେ ଦିଲ୍ଲୀ ପୋଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ । ସଂକ୍ରମଣ ଭୟ ଭିତରେ କୃଷକ ସଂଗଠନ କରୁଥିବା ବିକ୍ଷୋଭକୁ ଆଜି ୬ ମାସ ପୂରିଛି । ସାରା ଦେଶରେ କଳା ଦିବସ ପାଳନ କରାଯାଉ ବୋଲି କୃଷକମାନେ ଆହ୍ୱାନ ଦେଇଛନ୍ତି । ସମସ୍ତଙ୍କ ଘରେ ଓ ଗାଡ଼ିରେ କଳା ପତାକା ଲଗାଇ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ କରିବାକୁ ଦେଶବାସୀଙ୍କୁ […]
ମିର୍ଜାପୁର : ଇ ରିକ୍ସାରେ ବସି ବସି ଅସହ୍ୟ କଷ୍ଟ ପାଉଥିବା କୁନି ଦିବ୍ୟାଙ୍ଗ ଝିଅ । କହି, ଶୁଣି ପାରୁନଥିଲେ ବି ତା’ର ମୁହଁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା ଯନ୍ତ୍ରଣା ତା’ପାଇଁ ଅସହ୍ୟ ହେଉଛି । ଉତ୍ତରପ୍ରଦେଶ ମିର୍ଜାପୁରରେ ଜଣେ ଅସୁସ୍ଥ ଦିବ୍ୟାଙ୍ଗ ନାବାଳିକା ରିକ୍ସାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା ମାତ୍ର କିଛି ଦୂରରେ ଥିବା ହସ୍ପିଟାଲକୁ ଯିବାକୁ ଦେଲେନି ପୋଲିସ୍ କର୍ମୀ । ତୁରନ୍ତ ହସ୍ପିଟାଲ ନପହଞ୍ଚିଲେ ଝିଅର କିଛି ବି ହୋଇପାରେ […]
ଲକଡାଉନରେ ଜିଲ୍ଲାପାଳଙ୍କ ଦାଦାଗିରି ଫୋନ୍ ଭାଙ୍ଗିବା ସହ ଯୁବକଙ୍କୁ ମାଡ଼ ମାରିଲେ ତୁରନ୍ତ ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ ସୁରଜପୁର : ଲକଡାଉନରେ ଯୁବକଙ୍କୁ ମାଡ଼ ମାରିବା କଲେକ୍ଟରଙ୍କୁ ମହଙ୍ଗା ପଡ଼ିଲା । ବଡ଼ ବାବୁଙ୍କ ଦାଦାଗିରି ପାଇଁ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମାମଲାକୁ ଗୁରୁତର ସହ ନେଇ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବି ସରକାରୀ କର୍ମଚାରୀଙ୍କ ଏପରି ଆଚରଣ […]
ଲକ୍ଷ୍ନୌ : କରୋନା ସଂକ୍ରମଣ ରୋକିବାକୁ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କରୋନା ଚେନ୍ ଭାଙ୍ଗିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ତଥା ସହରାଞ୍ଚଳ ୱାର୍ଡରେ ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଏବଂ ‘ମୋ ୱାର୍ଡ କରୋନା ମୁକ୍ତ ୱାର୍ଡ’ ଅଭିଯାନ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ତିନୋଟି ଗାଁ ଏବଂ ତିନୋଟି ୱାର୍ଡକୁ […]
ନୂଆଦିଲ୍ଲୀ : ପ୍ରଖ୍ୟାତ ରେସଲର ସୁଶୀଲ କୁମାର ଗିରଫ । ମେ ୪ ଛତ୍ରଶାଲ ଷ୍ଟାଡିୟମ ଧସ୍ତାଧସ୍ତି ଘଟଣାରେ ଜଣେ ପୂର୍ବତନ ରେସଲରଙ୍କ ମୃତ୍ୟୁ ମାମଲାରେ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦୀର୍ଘ ୧୫ ଦିନର ଖୋଜାଖାଜି ପରେ ପଞ୍ଜାବର ଜଳନ୍ଧର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ସୁଶୀଲଙ୍କ ସହ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ମେ ୪ ତାରିଖ ଦିନ ଛତ୍ରଶାଲ […]