ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ […]
କପଡ଼ା ଧୋଉଥିବା ସମୟରେ ହଠାତ୍ ଫାଟିଗଲା ୱାଶିଂମେସିନ୍। କିଛି ସମୟ ଭିତରେ ଧୂଆଁମୟ ହୋଇଯାଇଥିଲା ଘର ଓ ନଷ୍ଟ ହୋଇଯାଇଥିଲା ରୋଷେଇ ସାମଗ୍ରୀ। ଏମିତି କିଛି ଘଟଣାର ଦୃଶ୍ୟ ସୋସିଆଲ୍ ମିଡିଆରେ ଶେଆର କରିଛନ୍ତି ସ୍କଟ୍ଲ୍ୟାଣ୍ଡର ମହିଳା ଲୌରା ବିରେଲ୍। ଫେସ୍ବୁକ୍ରେ ଫଟୋ ଶେଆର କରି ଲୌରା ଲେଖିଛନ୍ତି, ‘ୱାଶିଂମେସିନ୍ର ଡ୍ରମ୍ ଫାଟି ଯିବା ଫଳରେ ରୋଷେଇ ଘରେ ଥିବା ଜିନିଷ ନଷ୍ଟ ହୋଇଯିବା ସହ ପାଇପ୍ ଇତ୍ୟାଦି ଫାଟି ଯାଇଥିଲା। ଏହାସହ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା […]
ଇଟାୱା : ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ଭାଙ୍ଗିଗଲା ସ୍ୱପ୍ନର ବାଲିଘର । ବେଦୀ ସଜା ହୋଇ ମଣ୍ଡପରେ ବସିଥିଲେ ବରକନ୍ୟା । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା । ଉତ୍ତରପ୍ରଦେଶ ଇଟାୱାରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି । ପାଲିଙ୍କିରେ ବସି ଶାଶୁ ଘର ଯିବା ପୂର୍ବରୁ କୋକେଇରେ ଯାଇଛି ଝିଅ । ଇଟାୱା ଭରଥନା ଅଞ୍ଚଳର […]
ନୂଆଦିଲ୍ଲୀ: କମିଲା Public Provident Fund(PPF) ସୁଧହାର। ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର କମାଇଛନ୍ତି କେନ୍ଦ୍ର ସରକାର। ଏହା ଆଜିଠାରୁ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ୨୦୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ପାଇଁ ଏହା ଲାଗୁ ହେବ। PPF ସୁଧହାର ବାର୍ଷିକ ୭.୧%ରୁ ୬.୪%କୁ କମାଯାଇଛି। NSC ସୁଧହାର ୬.୮%ରୁ ୫.୯%କୁ ହ୍ରାସ କରିଛନ୍ତି ସରକାର। ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ବି କମାଇଛନ୍ତି ସରକାର। ପୂର୍ବରୁ ଏହା ୭. ୫% ଥିବା […]
ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ବଢ଼ିଲା ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍। ମାର୍ଚ୍ଚ ୩୧ରେ ସରୁଥିବା ଏହି ଡେଡ୍ଲାଇନ୍ ଅର୍ଥାତ୍ ଅବଧିକୁ ଆସନ୍ତା ୩ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ଆୟକର ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଜୁନ୍ ୩୦, ୨୦୨୧ ଭିତରେ ପାନ୍ ସହ ଆଧାର କାର୍ଡ ଲିଙ୍କ୍ ନ ହୋଇଥିଲେ ଆୟକର ରିଟର୍ଣ୍ଣ ଦାଖଲ କରି ହେବ ନାହିଁ। ବୈଷୟିକ ତ୍ରୁଟି ଯୋଗୁ ବହୁ ଆୟକରଦାତା […]
ୟୁଟ୍ୟୁବ, ଫେସବୁକ୍ ପରି ଟ୍ୱିଟରରେ ମଧ୍ୟ ରୋଜଗାର କରିପାରିବେ ୟୁଜର । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଖୁବ ଶୀଘ୍ର ନୂଆ ଫିଚର ଯୋଡ଼ି ହେବାପାଇଁ ଯାଉଛି । ଏହି ଫିଚର ଦ୍ୱାରା ଟ୍ୱିଟରରେ ୟୁଜରଙ୍କ ପ୍ରୋଫାଇଲ ସାମ୍ନାରେ ସୁପର ଫଲୋ ବଟନର ଅପ୍ସନ ଦିଆଯିବ । ଟ୍ୱିଟରରେ ସୁପର ଫଲୋ ବଟନକୁ ବ୍ୟବହାର କରି ୟୁଜର୍ସ ଟଙ୍କା ଆୟ କରିପାରିବେ । 9To5Macର ଗବେଷକ Jane Manchun Wongଙ୍କ ଦ୍ୱାରା ଏହି ନୂଆ ଫିଚରକୁ ଡେଭଲପ୍ […]