କାମ କରିବା ଲାଗି ମନା କପିଦେବାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ। ଜାଳିବା ପୂର୍ବରୁ ଯୁବକଙ୍କୁ ମାଡ ମର।ଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଘଟଣାରୁ ଆପଣ ଜାଣିପାରିବେ ଯେ, ମଣିଷ କେତେ ନିଷ୍ଠୁର ହୋଇପାରେ।
ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ
ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ। କହିଲେ, ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।
ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ। ବାରଣାସୀ ଗୁରୁଧାମ କଲୋନୀରେ ଥିବା ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି।
ମାଆ ହେବେ ନେହା କକ୍କର। ଏହି ଖବର ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଲବାରେ ଲାଗିଛି। ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଅଯାଇଛନ୍ତି। କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ।
ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଚାଷୀଙ୍କୁ ନେଇ ଲଗାତାର ଭାବରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରେଧୀ। ତେବେ ଏହାରି ମଧ୍ୟରେ ଚାଷୀ ପ୍ରସଙ୍ଗରେ ପୁଣି ଥରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେପଟେ ଚାଷୀ ଆନ୍ଦୋଳନ ସମୟରେ ମଧ୍ୟପ୍ରଦେଶରେ ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମୁଖ୍ୟମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏମିତି ସେମିତି ମାମଲା ନୁହେଁ ବରଂ ଆସିଛି ଦୁଷ୍କର୍ମ ପରି ସଙ୍ଗୀନ ମାମଲା। ତେବେ ଏପରି ସାଙ୍ଗାତିକ ଅଭିଯୋଗ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ମୁମ୍ବାଇର ଜଣେ ମଡେଲ। ଏହି ମାମଲା ସାମ୍ନାକୁ ଆସିବା ପରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି।
ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହର ପ୍ରତିଶୃତି ଦେଇ ଏଣିକି ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ମହିଳା ୨୦୦୮ ମସିବାରଉ ଲିଭଇନ ରିଲେସନରେ ଥିଲେ।
ନିଯୁକ୍ତି ଜାଲିଆତି ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଜେରା କରୁଛି ଏସଆଇଟି। କ୍ରାଇମବ୍ରାଞ୍ଚ ଅଫିସରରେ ସର୍ବେଶ୍ୱର ରାଓଙ୍କୁ ପଚରାଉଚରା ଚାଲିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ।
କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବା ପାଇଁ ଆତ୍ମା ଯୋଜନା ମାଧ୍ୟମରେ ସବସିଡି ଯୋଗାଇ ବି ଦେଉଛନ୍ତି। ହେଲେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲେଜି ମ୍ୟାନେଜର୍ କୃଷି ଉପକରଣ ଯୋଗାଇ ଦେବା ନାଁରେ ଗରିବ ଚାଷୀଙ୍କୁ ଠକି ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି
ଏମିତି ବି ଆସେ ବିପଦ। ରାଜସ୍ଥାନ ଭରତପୁର ଅଂଚଳରେ ଦୁଇଜଣ ଚାଲି ଚାଲି ଯାଉଥିବା ବେଳେ ଅଚାନକ ସେମାନଙ୍କ ଉପରେ ଏକ କଂକ୍ରିଟ୍ ପିଲର ଖସି ପଡିଥିଲା। ତେବେ ସୌଭାଗ୍ୟ ବଶତଃ ଜଣେ ବର୍ତ୍ତି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଅବରୋଧ ହଟାଇବା ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ। ଗତକାଲି ମାମଲାର ଶୁଣାଣି କରି ଚାଷୀଙ୍କ ଦାବିର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଥିଲେ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମକଥାକୁ ନେଇ ବିବାଦ ମୁହାଁମୁହିଁ। ପୁଅ ଅଭିଜିତ୍ ଓ ଝିଅ ଶର୍ମିଷ୍ଠା ରୁପା ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ଆତ୍ମକଥାରେ ପ୍ରଣବ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦାୟୀ କରିଛନ୍ତି।
ଆସାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆସାମ୍ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସେ ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତରେ ଯାଇଛନ୍ତି। ଆଜି ଗୌହାଟି ବିମାନବନ୍ଦରରେ ପହଞ୍ଚିବା ପରେ ଆସାମ ବିଜେପି ସଭାପତି ରଣଜିତ ଦାସଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ବାସଗୃହ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି। PMAY ଯୋଜନାରେ ଫନି ପ୍ରଭାବିତ ୧୪ ଜିଲ୍ଲାକୁ ୭ କୋଟି ୮୭ ଲକ୍ଷ ଘର ଦାବି କରିଛନ୍ତି ନବୀନ।
ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଗତ ୨୧ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏକ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ନୂଆଦିଲ୍ଲୀ : କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୦ ଦିନରେ ପହଁଚିଥିବା ବେଳେ ଆଜି ପୁଣି ଆଇନ ସପକ୍ଷରେ ଯୁକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନ୍ ନେଇ ବିରୋଧୀ ଦଳ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ତେବେ ନୂଆ କୃଷି ଆଇନରେ ଫାଇଦା କଣ ଏବଂ ଚାଷୀ ଏହାଦ୍ୱାରା କେତେ ଲାଭବାନ ହେବେ , ସେନେଇ ସରକାର ଚାଷୀଙ୍କ ସହ ଆଲୋଚନା ଜାରି ରଖିବେ ପ୍ରଧାନମନ୍ତ୍ରୀ। ଆହୁରି ମଧ୍ୟ […]
ଫୋନରେ ଆପଣଙ୍କୁ କେହି ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗୁଛନ୍ତି କି? ଆପଣ ଅନଲାଇନ୍ କାରବାର କରୁଛନ୍ତି କି? ତେବେ ସାବଧାନ। ଯେକୌଣସି ସମୟରେ ଆପଣ ହୋଇପାରନ୍ତି ଲୁଟର ଶୀକାର। କାରଣ, ରାଜ୍ୟରେ ସକ୍ରିୟ ହୋଇଛନ୍ତି ଝାଡଖଣ୍ଡର ସାଇବର ଠକ ଜାମତାରା ଗ୍ୟାଙ୍ଗ। ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର।
କେମିତି ଦିଆଯିବ କରୋନା ଟୀକା? ଆସନ୍ତା ଜାନଆରୀରେ ଦେଶରେ କରୋନା ଟୀକା ମିଳିବା ସମ୍ଭାବନା ଥିବାରୁ ଟୀକାକରଣ ପ୍ରକ୍ରିୟାକୁ ନେଇ ତତ୍ପର ହୋଇପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କେଉଁମାନଙ୍କୁ ପ୍ରଥମେ ଟୀକା ଦିଆଯିବ ଓ କିଭଳି ଦିଆଯିବ ସେନେଇ କେନ୍ଦ୍ର ସରକାର ବିସ୍ତୃତ ଗାଇଡଲାଇନ ଜାରି କରିସାରିଛନ୍ତି।
କରୋନା ମୁକାବିଲା ଲାଗି ପ୍ରତ୍ୟେକ ଦିନ କିଛି ନା କିଛି ଖବର ପ୍ରକାଶିତ ହେଉଛି । କରୋନା ଟିକା କେବେ ଆସିବ ଓ ଆସିଲେ କାହାକୁ ଦିଆଯିବ ସେନେଇ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରାଯାଇଛି
ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣାନାମାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ୟୁପିରେ ୨୦୨୨ ମସିହାରେ ବିଧାନସଭା ପାଇଁ ନିର୍ବାଚନ ହେବ
ନିଦ ହେଲା କାଳ । ରାତି ଅଧରେ ମନ୍ଦିରରେ ଚୋରି କରିବାକୁ ଯାଇଥିଲେ ଦୁର୍ବୃତ୍ତ । କିନ୍ତୁ ନିଦ ଏମିତି ଭାବରେ ଆସଲା ଯେ, ସେହିଠାରେ ହିଁ ଶୋଇ ପଡିଲା ଚୋର । ତେବେ ମନ୍ଦିରରେ ଥିବା ଅନେକ ସାମଗ୍ରୀକୁ ନିଜ ବ୍ୟାଗରେ ବାନ୍ଧି ରଖିଥିଲା ଚୋର ।