ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ଏମିସାଟ୍ ସାଟେଲାଇଟ୍ ଉତ୍କ୍ଷେପଣ ହୋଇଛି। ଏହି ସାଟେଲାଇଟ୍ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ। ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ PSLV C-45 ଦ୍ୱାରା ଏହାର ଉତ୍କ୍ଷେପଣ ହୋଇଛି। ୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍କ୍ଷେପଣ ହୋଇଛି। ଏଥିସହ ଇସ୍ରୋ ପକ୍ଷରୁ ଦୀର୍ଘତମ ମିଶନ ହାତକୁ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସେନା-ଆତଙ୍କବାଦୀଙ୍କ ଗୁଳି ବିନିମୟ। ଅନନ୍ତନାଗର କୋକରନାଗ ଅଞ୍ଚଳରେ ଗତକାଲି ରାତିରୁ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଫଳରେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରାତି ପ୍ରାୟ ଗୋଟାଏରୁ ଏହି ଏନକାଉଣ୍ଟର ଜାରି ରହିଛି। ତେବେ ଏହି ଘଟଣାରେ କେତେ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି […]
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ବିଚାର କରୁଥିବା କହିଛନ୍ତି ନିଜେ କଂଗ୍ରେସ ହାଇକମାଣ୍ଡ୍ ରାହୁଲ ଗାନ୍ଧି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏନେଇ ସଙ୍କେତ ଦେଇଛନ୍ତି। ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ, ୨ଟି ଆସନରୁ ଲଢ଼ିବା ବଡ଼କଥା ନୁହେଁ। ତେବେ ତାଙ୍କର ଏମିତି ଉତ୍ତରରୁ ସେ ଦୁଇଟି ଆସନରୁ ଲଢ଼ିବା ଅନୁମାନ କରାଯାଉଛି। […]