ମହିଳା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା ମନ୍ତ୍ରୀ ପୁଅଙ୍କୁ ତାଗିଦ୍। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅ ପ୍ରକାଶ କନନୀ ଓ ତାଙ୍କୁ ଦୁଇ ସାଙ୍ଗ ଗିରଫ ହେବା ପରେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କନଷ୍ଟେବଳ ସୁନୀତା ଯାଦବଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ ବଦଳି ହେବା ନେଇ କନଷ୍ଟେବଲ ସୁନୀତା ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ଏବେ ସେ ଟ୍ୱିଟରରେ ଟ୍ରେଣ୍ଡିଂ କରୁଛନ୍ତି। #Gujarat. […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାସ୍ତାରେ ରାଜସ୍ଥାନ ରାଜନୈତିକ ଡ୍ରାମା। ଉପ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ପରେ ସରକାର ବଞ୍ଚାଇବାକୁ ଲାଗି ପଡିଛି କଂଗ୍ରେସ। ସୋନିଆ ଓ ରାହୁଲ, ସଚିନଙ୍କ ସହ ସିଧାସଳଖ କଥା ହୋଇନଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ରଖାଯାଇଥିବା କଂଗ୍ରେସ କହିଛି। ଏଣେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ନିଜ ଘରେ ବିଧାୟକଙ୍କ ବୈଠକ ଡାକିବା ସହ ତାଙ୍କ ନିକଟରେ ପର୍ଯ୍ୟାପ୍ତ ବହୁମତ ଥିବା ଦାବି କରିଛନ୍ତି। […]
ହାଇଦ୍ରାବାଦ: ଭୟରେ କେହି ଛୁଇଁଲେନି। ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ପେଡ୍ଡାପଲୀ ଜିଲ୍ଲାରେ। ଜିଲ୍ଲାର ସରକାରୀ ହସ୍ପିଟାଲରେ ଜଣେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କର ମୃତଦେହ ସେଠାରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା। ତାଙ୍କ ମୃତଦେହକୁ ନେବା ପାଇଁ କେହିବି ଆସିଲେ ନାହିଁ। ଏପରିକି ନଗର ନିଗମର ଡ୍ରାଇଭର୍ ମଧ୍ୟ ମୃତଦେହକୁ ଶ୍ମଶାନ ନେବା ପାଇଁ ଅରାଜି ହୋଇଥିଲେ। ତେବେ ଏହା […]
ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ରେ ଦୀପାବଳି ଉତ୍ସବ ପାଳନ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ଜାଳି ଉତ୍ସବ ପାଳନ କରିଥିଲେ। ଏହାସହ ଭାରତୀୟ ଓ ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ସବରେ ଆମେରିକା ସରକାରଙ୍କ ୨୪ରୁ ଅଧିକ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ରାଷ୍ଟ୍ରଦୂତ ନବତେଜ ସିଂହ ସରନା ଏବଂ ସ୍ତ୍ରୀ ଅବିନା ସରନାଙ୍କ ସମେତ ଦୂତାବାସ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। […]