• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

OTV-KHABAR-CHASI
ଚାଷୀ ଆନ୍ଦୋଳନକୁ ନେଇ ମୁହାଁମୁହିଁ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ ଆରମ୍ଭ ହୋଇଯାଇଛି। ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ ହେଉଛି। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ଦିଲ୍ଲୀ ପୋଲିସ ନିଜକୁ ପ୍ରସ୍ତୁତ କରୁଛି। ଗତ ୨୯ରେ ୟୁପିର ମୁଜାଫରନଗର ପରେ ଗତକାଲି ହରିୟାଣାର ଜିନ୍ଦରେ ଅନୁଷ୍ଠିତ ହୋଇଥିଲା ଚାଷୀ ମହାପଞ୍ଚାୟତ। ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ସିଂହ ଟିକାୟତ ଏଥିରେ ସାମିଲ […]

marrrriage
ସଫଳ ହେଲା ୧୨ ବର୍ଷର ସ୍ୱପ୍ନ ! ସମୁଦ୍ର ଭିତରେ ହେଲା ବାହାଘର

ଚେନ୍ନାଇ: ବାହାଘର ଭଳି ଜୀବନର ବଡ଼ ପର୍ବକୁ ସ୍ମରଣୀୟ କରିବା ଲାଗି କାହିଁ କେତେ ଆୟୋଜନ ହୋଇଥାଏ। ତାମିଲନାଡୁ ଚେନ୍ନାଇର ସଫ୍ଟେଓ୍ୱର ଇଞ୍ଜିନିଅର ଭି. ଚିନ୍ନାଦୁରାଇ ଏବଂ ଏସ୍. ଶ୍ୱେତା ନିଜ ଜୀବନର ଏହି ବଡ଼ ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି। ଦୁହେଁ ପାଣି ଭିତରେ ବିବାହ କରିଛନ୍ତି। ଚେନ୍ନାଇଠାରୁ ଅଳ୍ପ ଦୂର ନିଲାନକରାଇର ବଙ୍ଗୋପସାଗରରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। ଫେବ୍ରୁଆରି ୧ ତାରିଖ ସକାଳେ ଶୁଭ ମୁହୂର୍ତ୍ତ ଦେଖି ଚିନ୍ନାଦୁରାଇ ଓ […]

  • Thursday, 15 July 2021
baeee
ଗାଜିପୁର ସୀମାରେ ତିଆରି ହେଲା ବିଶାଳ କଂକ୍ରିଟ୍ ପାଚେରି

ନୂଆଦିଲ୍ଲୀ: ଆସନ୍ତା ୬ରେ ଦେଶବ୍ୟାପୀ ଚକାଜାମ୍‌ କରିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି। କୌଣସି ଅଘଟଣକୁ ଲକ୍ଷ୍ୟ ରଖି ଦିଲ୍ଲୀ ଗାଜିପୁର ସୀମାରେ ପୋଲିସର କଡ଼ା ପହରା ଦେଉଛି। କଂକ୍ରିଟ ବ୍ୟାରିକେଡ୍ ଓ୍ୱାଲ ବିଚ୍ ରାସ୍ତାରେ ପକାଯାଇଛି। କଣ୍ଟା ଲାଗିଥିବା ପ୍ଲେଟ କଣ୍ଟା ତାର ବି ପୋଲିସ୍ ବିଛାଇଛି। ଦିଲ୍ଲୀ ଭିତରକୁ ଚାଷୀଙ୍କ ପ୍ରବେଶ ରୋକିବା ଲାଗି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଉତ୍ତରପ୍ରଦେଶ ପୋଲିସ ସୀମାକୁ ସିଲ କରିଛି। ସେହିପରି ଦିଲ୍ଲୀ-ହରିଆଣା ସିଙ୍ଘୁ […]

  • Thursday, 15 July 2021
cbse
ଆସିଲା CBSE ବୋର୍ଡ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ନେଇ କେନ୍ଦ୍ର ସରକାର ସୂଚୀ ପ୍ରକାଶ କରିଛନ୍ତି। CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଟ୍ୱିଟ୍ କରିଛନ୍ତି। ପ୍ରକାଶିତ ସୂଚୀ ଅନୁସାରେ ମେ ୪ରୁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ।ମେ ୪ରେ ଓଡ଼ିଆ ବିଷୟରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୪ରେ ଇଂଲିଶରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ। […]

  • Thursday, 15 July 2021
corna
ଦେଶରେ କେତେ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ କରୋନା ?

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜାଲରୁ କରୋନା ଯୋଦ୍ଧା ବି ବର୍ତ୍ତିପାରିନାହିନ୍ତି। ଯିଏ ନିଜ ଜୀବନ ବାଜି ଲଗାଇ କୋଟି କୋଟି ଲୋକଙ୍କ ସେବା କରୁଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଚାଲିଯାଇଛି। ଦେଶରେ କରୋନା ସଂକ୍ରମିତ ହୋଇ ୧୬୨ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ୨୨ ସୁଦ୍ଧା ୧୦୭ ନର୍ସ, ୪୪ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି। ଏନେଇ ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଲିଖିତ ଭାବେ ଉତ୍ତର ରଖିଛନ୍ତି। କରୋନା ମୁକାବିଲା ପାଇଁ […]

  • Thursday, 15 July 2021
chaka-jam
୬ରୁ ତୀବ୍ର ହେବ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ଆନ୍ଦୋଳନ ଜୋର ଧରୁଛି। ଆସନ୍ତା ୬ତାରିଖରୁ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ କରିବେ। ଏହି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି ଭାରତୀୟ କିଶାନ ସଂଘ ଚେତାନବୀ ଦେଇଛି। ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ଏପଟେ ଗାଜିପୁର ସୀମାରେ ପହଞ୍ଚି ଦିଲ୍ଲୀ ପୋଲିସ କମିଶନର ଏସ.ଏନ ଶ୍ରୀବାସ୍ତବ ସୁରକ୍ଷା […]

  • Thursday, 15 July 2021
atma-nirvar-bharat
ବଜେଟ୍-୨୦୨୧: ୬ ପିଲାର୍‌ ଉପରେ ସବୁଠୁ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇବାର ଚ୍ୟାଲେଞ୍ଜ ଭିତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ କରିଛନ୍ତି ଆୟବ୍ୟୟ ଅଟକଳ। ଯେଉଁଥିରେ ଛଅଟି ପିଲାର୍‌ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯାହା ମଧ୍ୟରେ ସର୍ବେଗ୍ରେ ରହିଛି ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି କ୍ଷେତ୍ର ନିର୍ମଳାଙ୍କ ବଜେଟ୍ ପେଡ଼ିରୁ ସବୁଠୁ ବଡ଼ ଘୋଷଣାକ୍ରମେ ଦେଶରେ ମିଶନ ପୋଷଣ ୨.୦ର ଶୁଭାରମ୍ଭର ସୂଚନା ମିଳିଛି। […]

hasuina
୧୮ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ଭାରତ ଫେରିଲେ ହସିନା

ଭୁବନେଶ୍ୱର: ୧୮ବର୍ଷ ପରେ ପାକିସ୍ତାନରୁ ଭାରତ ଫେରିଲେ ହସିନା ବେଗମ। ମହାରାଷ୍ଟ୍ର ଓରଙ୍ଗବାଦର ୬୫ ବର୍ଷୀୟ ହସିନା ୨୦୦୨ରେ ସମ୍ପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ତେବେ ଲାହୋରରେ ପାସପୋର୍ଟ ହଜିଯିବାରୁ ସେ ଆଉ ଭାରତ ଫେରିପାରିନଥିଲେ। ପାକିସ୍ତାନରେ ଅବୈଧ ପ୍ରବେଶ ଅଭିଯୋଗରେ ତାଙ୍କୁ ବନ୍ଦୀ କରିଥିଲେ ପାକ୍ ସରକାର। ଭାରତ ଫେରିବା ନେଇ ହସିନା, ପାକିସ୍ତାନ ସରକାର ଏବଂ କୋର୍ଟଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ। ତେବେ ପ୍ରମାଣ ନଥିବାରୁ ହସିନାଙ୍କୁ ପାକ୍ ଜେଲରେ ୧୮ ବର୍ଷ […]

  • Thursday, 15 July 2021
01-joe-and-jill-biden
ଜିଲ୍‌ଙ୍କୁ ମ୍ୟାରେଜ୍‌ ପାଇଁ ୪ ଥର ପ୍ରପୋଜ କରିଥିଲେ ବାଇଡେନ୍

ୱାଶିଂଟନ୍: ‘ଜୋ ବାଇଡେନ’ ନାଁଟି ଏବେ ସାରା ବିଶ୍ୱରେ ଜଣାଶୁଣା। ଛୋଟ ପିଲା ହୁଅନ୍ତୁ କି ବୟସ୍କ ସମସ୍ତେ ଜାଣନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ହେଉଛନ୍ତି ଜୋ ବାଇଡେନ। ହେଲେ ବାଇଡେନଙ୍କ ବିଷୟରେ ଆମେ କହୁଛୁ ଏମିତି କଥା ଯାହାକୁ ଜାଣିନଥିବେ ଅନେକ। ଆପଣମାନେ ଦେଖିଥିବେ ଜୋ ବାଇଡେନ ଯେଉଁଦିନ ଆମେରିକା ରାଷ୍ଟ୍ରପତି ହେଲେ ସେଦିନ ସାଙ୍ଗରେ ଥିଲେ ଜଣେ ମହିଳା। ସବୁବେଳେ ବାଇଡେନଙ୍କ କାନ୍ଧରେ କାନ୍ଧ ମିଳାଇ ଏହି ମହିଳା ଜଣକ ଆଗକୁ ଆସିଥାନ୍ତି। ଯାହାଙ୍କ […]

  • Thursday, 15 July 2021
riots
ହିଂସାକାଣ୍ଡକୁ ନେଇ ଚାଷୀ ନେତାଙ୍କ ପ୍ରତିକ୍ରିୟା: ସେମାନେ ଆମର ଲୋକ ନୁହଁନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ରାଲି ଆନ୍ଦୋଳନ ନାଁରେ ଉତ୍ପାତ ଓ ଅସଭ୍ୟ ଆଚରଣ ଦେଖାଇଲେ ଚାଷୀ। ପବିତ୍ର ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗରିମାର ସାଂଘାତିକ ଉଲଙ୍ଘନ କଲେ। ଯେଉଁ ଲାଲକିଲାରେ କେବଳ ଦେଶର ଅଖଣ୍ଡତାର ପରିଚୟର ପ୍ରତୀକ ତ୍ରିରଙ୍ଗା ଉଡ଼େ, ସେ ଐତିହାସିକ ସ୍ଥାନକୁ କବ୍‌ଜା କରି ଆଜି ଏମିତି ଢଙ୍ଗରେ ଆନ୍ଦୋଳନ ନାଁରେ ବିକ୍ଷୋଭକାରୀ ଉଡ଼ାଇଲେ। ସେଠି ନିଜ ଝଣ୍ଡା ଏମିତିକି ଦେଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତିଶ୍ରୁତିର ଧଜ୍ଜିଆ ଉଡ଼ାଇ ତଲଓ୍ୱାର, ଲାଠି […]

strike
ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଚାଷୀଙ୍କୁ ଅପିଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିଲେ, ଆଉ ଅନୁମତି ବି ମିଳିଲା। କିନ୍ତୁ ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଟ୍ରାକ୍ଟର ଉପରେ ବସି ଲାଲକିଲା ଆଡ଼କୁ ମାଡ଼ିଆସିଲେ। ହଜାର ହଜାର ଚାଷୀଙ୍କ ହାତରେ ଥିଲା ଖଣ୍ଡା। ଖଣ୍ଡା ବୁଲାଇ ପୋଲିସ୍ ପାଖକୁ ମାଡ଼ିଆସିଲେ। ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର […]

ram-nath-kovind
'କୃଷକ, ଯବାନ ଓ ବୈଜ୍ଞାନିକଙ୍କ ପାଇଁ ଏ ଦେଶ ଗର୍ବିତ'

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି , ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି , ଅନେକ ସମସ୍ୟା ଏବଂ କୋଭିଡ ଭଳି ବିପଦ ସତ୍ତ୍ୱେ ଆମର ପରିଶ୍ରମୀ କୃଷକ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି। ସେନାର ବାହାଦୂର ଯବାନ କଠୋରତମ ପରିସ୍ଥିତିରେ ମଧ୍ୟ ଦେଶର ସୀମାକୁ ସୁରକ୍ଷା ଯୋଗାଇଛନ୍ତି। ସିଆଚେନ୍ ଏବଂ ଗଲୱାନ ଘାଟିରେ ସଜାଗ ଯବାନଙ୍କ ବୀରତ୍ୱ, ଦେଶପ୍ରେମ ଓ ବଳିଦାନ ପାଇଁ […]

  • Thursday, 15 July 2021
padma
୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ସେହିପରି ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମଳିବ ପଦ୍ମଶ୍ରୀ ମିଳିବ। ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇବେ। ସମାଜ ସେବା ଲାଗି […]

  • Thursday, 15 July 2021
oli
ନିଜ ଦଳରୁ ବହିଷ୍କୃତ ହେଲେ ଓଲି

କାଠମାଣ୍ଡୁ: ନେପାଳରେ ଘନଉଛି ରାଜନୈତିକ ସଂକଟ। ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଦ କରିଛି କେନ୍ଦ୍ରୀୟ କମିଟି। ଓଲିଙ୍କ ବିରୋଧୀ ତଥା ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ଗୋଷ୍ଠୀ କେନ୍ଦ୍ରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବେଳେ, ଏନେଇ ପ୍ରବକ୍ତା […]

  • Thursday, 15 July 2021
srusti
କଲେଜ ଛାତ୍ରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ !

ନାୟକ ଫିଲ୍ମର ରୋମାଞ୍ଚକର କାହାଣୀ, ସତ ହୋଇଛି ହରିଦ୍ୱାରର କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀଙ୍କ ଜୀବନରେ। ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ୨୦ ବର୍ଷୀୟା ସୃଷ୍ଟି। ବିଧାନସଭାରେ ସମୀକ୍ଷା କରିଛନ୍ତି ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର। ରୁର୍କିରେ କୃଷିରେ ସ୍ନାତକ କରୁଥିବା ସ୍ରିଷ୍ଟିଙ୍କ ବାପା ଜଣେ ତେଜରାତି ଦୋକାନୀ, ମା ଗୃହିଣୀ ହେଲେ ଝିଅ ନିଜ ମେଧା, ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ଏଭଳି ବିରଳ ସୁଯୋଗ ପାଇବା ପରେ, ସେମାନଙ୍କ ଛାତି କୁଣ୍ଢେମୋଟ। […]

  • Thursday, 15 July 2021
modi
ପରାକ୍ରମ ଦିବସରେ କଣ କହିଲେ ମୋଦି?

କୋଲକାତା: ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ୧୨୫ ଜୟନ୍ତୀ ସମାରୋହ ଅବସରରେ କୋଲକାତାର ଭିକ୍ଟୋରିଆଲ ମେମୋରିଆଲରେ ଯୋଗ ଦେଇ ମୋଦି କହିଛନ୍ତି ଯେ ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ।ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ […]

  • Thursday, 15 July 2021
biden
ବାଇଡେନ୍-ହାରିସ୍‌ଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ୱାସିଂଟନ୍: ବାଇଡେନ୍-ହାରିସଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା। ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଶୈଳୀରେ ବାଇଡେନଙ୍କ ଉପରେ ଅନ୍ତର୍ଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ଏଫ୍‌ଟିଆଇ ଓ ଆମେରିକା ପ୍ରତିରକ୍ଷା ବିଭାଗ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ପୁରା ଓ୍ୱାଶିଂଟନ ଡିସିକୁ ନାକାବନ୍ଦୀ କରାଯାଇଛି। ୨୫ ହଜାର ସୈନ୍ୟ ସହରର ଗଳିକନ୍ଦିରେ ମୁତୟନ ରହିଛନ୍ତି। ଉତ୍ସବରେ ମାତ୍ର ଏକ ହଜାର ଅତିଥି ଉପସ୍ଥିତ ରହିବେ। ସେହିପରି […]

  • Thursday, 15 July 2021
cry
ଚାରି ଚାରିଟା ପୁଅକୁ ହରାଇ ପରିବାର ଏବେ ମୂରବୀ ଶୂନ୍ୟ

ଭୁବନେଶ୍ୱର: ଅତୀତର ଆତଙ୍କ ଆଜି ଆଖି ସାମନାରେ ନାଚିଯାଉଛି ଗଞ୍ଜାମ ଜିଲ୍ଲା ଅଙ୍ଗାର ଗାଁର ସୁଜାତା ସାହୁଙ୍କର। ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିନେଇଥିବା ମହାମାରୀର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେପଡୁଛି। କେବଳ ସେ ଯେ ସ୍ୱାମୀହରା ହୋଇଛନ୍ତି ତାନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ଭାଇ ଆଗପଛ ହୋଇଚାଲିଯିବା ପରେ ସାହୁ ପରିବାର ଏବେ ମୂରବୀ ଶୂନ୍ୟ। ଦିନେ ଏହି ପରିବାରରେ ଥିଲେ ୫ ଭାଇ। ୨ […]

  • Thursday, 15 July 2021