ଶ୍ରୀନଗର : ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଗତକାଲି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ମରଶରୀରକୁ ଆଜି ଶ୍ରୀନଗର ଅଣାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି ଶ୍ରୀନଗର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ମରଶରୀରକୁ ଯବାନଙ୍କ ଜନ୍ମସ୍ଥାନ ଅଭିମୁଖେ ପଠାଯାଇଥିଲା। ନିଜେ ରାଜନାଥ କଫିନ୍ ବୋହି ଗାଡ଼ିକୁ ନେଇଥିଲେ। #WATCH: Home Minister Rajnath Singh and J&K DGP […]
ଶ୍ରୀନଗର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା। ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ସହ ଗୃହ ସଚିବ ରାଜୀବ ଗୁଆବା, ଡିଜି ସିଆର୍ପିଏଫ୍ ଆର୍ ଆର୍ ଭଟ୍ଟନାଗର୍, ଗୁଇନ୍ଦା ଅତିରିକ୍ତ ନିର୍ଦ୍ଦେଶକ ଅରବିନ୍ଦ କୁମାର ପ୍ରମୁଖ ଅଛନ୍ତି। ସେ ଶ୍ରୀନଗରରେ ସୁରକ୍ଷା ସ୍ଥିତିକୁ ନେଇ ଅନୁଧ୍ୟାନ କରିବେ। ସେପଟେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ ଦିଲ୍ଲୀରେ ସମସ୍ତ ସୁରକ୍ଷାବାହିନୀ, ଏଜେନ୍ସିର ଅଧିକାରୀଙ୍କ ସହ ବୈଠକ କରିଛନ୍ତି। […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗକୁ ନେଇ ଆଜି CAG ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇପାରେ। ୩୬ଟି ରାଫେଲ୍ ବିମାନ କିଣାକୁ ନେଇ ହୋଇଥିବା ଡିଲ୍ ସମ୍ପର୍କରେ ସବିଶେଷ ରିପୋର୍ଟ ଆଜି ପାର୍ଲାମେଣ୍ଟକୁ ହସ୍ତାନ୍ତର କରାଯାଇପାରେ। ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ ସିଏଜି ଏନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ। ଶୁକ୍ରବାର ରିପୋର୍ଟ ଛପା ହେବାକୁ ଦିଆଯାଇଥିଲା। ଯାହା ଆଜି ସଂସଦରେ ଉପସ୍ଥାପନ ହୋଇପାରେ। ଅନ୍ୟପଟେ ବଜେଟ୍ ଅଧିବେଶନ ସରିବାକୁ ଆଉ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ ୨୫ଟି ମାମଲା ରୁଜୁ କରିବା ସହିତ […]
ବିହାର : ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭର୍ତ୍ସନା କରିବା ଓ ଅଭିଯୋଗ ଲଗାଇବାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିହାରର ପାଟନାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି ଯେ, ସେ ବର୍ଷ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଛନ୍ତି। ତାଙ୍କ ସହ ସାଙ୍ଗ ହୋଇ କାମ କରିଛନ୍ତି। ମୋଦିଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଯାହା ଆଣୁଛ ଆଣ, ହେଲେ କେହି ତାଙ୍କର […]
ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ବୁଧବାର, ଗୁରୁବାର ଓ ଆଜିକୁ ମିଶାଇ ରବର୍ଟ ଭଦ୍ରାଙ୍କୁ ତିନି ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲଣ୍ଡନରେ ଥିବା ସଂପତ୍ତି ସଂପର୍କରେ ମଧ୍ୟ ଇଡି ପଚରାଉଚରା କରିଛି। ଏହାଛଡ଼ା ଜେରାବେଳେ ସଂଜୟ ଭଣ୍ଡାରୀ ଓ ଅନ୍ୟ ୨ ସହଯୋଗୀଙ୍କ ସଂପର୍କରେ ତଥ୍ୟ ଦେବାକୁ ଇଡି ରବର୍ଟ ଭଦ୍ରାଙ୍କୁ କହିଛି। ତେବେ ଭଣ୍ଡାରୀଙ୍କୁ ସେ ଜାଣିନଥିବା […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ଶାହରନପୁରରେ ଆଜି ସକାଳେ ୫ ଜଣଙ୍କ ମୃତ୍ୟୁ ହେବା ଓ ଗୁରୁତର ଅବସ୍ଥାରେ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହେବା […]
ରାଉଲକେଲା/ଦିଲ୍ଲୀ : ରାଜସ୍ଥାନରୁ ଉଦ୍ଧାର ହେଲେ ସୁନ୍ଦରଗଡ଼ ନାବାଳିକା। ୨୦୧୭ ମସିହା ଡିସେମ୍ବରରେ ରାଉରକେଲାରୁ ଚାଲାଣ ହୋଇଥିବା ଜଣେ ନାବାଳିକାଙ୍କୁ ଦିଲ୍ଲୀ ମହିଳା କମିଶନ ରାଜସ୍ଥାନର ଝୁନଝୁନରୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଏବେ ଏହି ନାବାଳିକା ଜଣକ ଗର୍ଭବତୀ ଅଛନ୍ତି। ସୁନ୍ଦରଗଡ଼ ଲାଠିକଟା ଥାନା ଅଞ୍ଚଳରେ ରହୁଥିବା ଏହି ନାବାଳିକାଙ୍କୁ ତାଙ୍କ ବାପାଙ୍କ ବିନା ସ୍ୱୀକୃତିରେ କିଛି ସମ୍ପର୍କୀୟ ଅର୍ଥ ଲୋଭରେ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ। ଝିଅର ଉଦ୍ଧାର […]
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା। ଉତ୍କ୍ଷେପଣ ହୋଇଛି ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍-୩୧। ଫ୍ରେଞ୍ଚ ଗୁଏନାରୁ ରାତି ୨ଟା ୩୧ରେ ସଫଳତାର ସହ ଉତ୍କ୍ଷେପଣ ହୋଇଛି। ଏହାର ଓଜନ ୨ ହଜାର ୫୩୫ କିଲୋଗ୍ରାମ। ଏହା ଇନ୍ସାଟ୍-୪ CRକୁ ସ୍ଥାନାନ୍ତର କରିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବାନ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ର : ୭ ଦିନ ପରେ ଅନଶନ ଭାଙ୍ଗିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରରେ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଆମରଣ ଅନଶନରୁ ଓହରି ଯାଇଛନ୍ତି। ଲୋକପାଳ ନିଯୁକ୍ତି ଓ ସ୍ୱାମିନାଥନ୍ କମିଶନ୍ଙ୍କ ରିପୋର୍ଟ ଲାଗୁ ଦାବିରେ ତାଙ୍କ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁ ସିଦ୍ଧିରେ ଆଜିକୁ ୭ ଦିନ ଧରି ଆମରଣ ଅନଶନରେ ବସିଥିଲେ ଆନ୍ନା। ଏହି ସମୟ ମଧ୍ୟରେ ତାଙ୍କ ଓଜନ ୪ […]
ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।
ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି ।