ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ଲଢ଼େଇର ପ୍ରଭାବ ସୀମାରେ ଦେଖିବାକୁ ମିଳିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨ଶହ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲଗାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ଟ୍ରେଡର୍ସମାନେ ସ୍ୱାଗତ କରିଛନ୍ତି। ଏହା ଫଳରେ ଭାରତ-ପାକିସ୍ତାନ ଅଟାରୀ ବର୍ଡରରେ ଶହ ଶହ ଟ୍ରକ୍ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଟ୍ରେଡ୍ ୟୁନିୟନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ […]
ନୂଆଦିଲ୍ଲୀ : ବିରୋଧୀ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ତାମିଲନାଡୁରେ ଡିଏମ୍କେର ହାତ ଧରିଲା କଂଗ୍ରେସ। ୨୦୧୯ ମସିହା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଓ ଡିଏମ୍କେ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମେଣ୍ଟ ବୁଝାମଣା ଅନୁସାରେ ରାଜ୍ୟରେ ୩୯ ଲୋକସଭା ଆସନରୁ କଂଗ୍ରେସ ୯ଟି ଲଢ଼ିବ। ସହଯୋଗୀ ଡିଏମ୍କେ ୨୦ରୁ ୨୫ ଆସନରେ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ଆସନ ଛୋଟ ଛୋଟ ସହଯୋଗୀ ଦଳକୁ ଦେବାକୁ ସ୍ଥିର ହୋଇଛି। ଏହା ପୂର୍ବରୁ […]
ନୂଆଦିଲ୍ଲୀ : ଚିରାଚରିତ ଢଙ୍ଗରେ ଭାରତ ଉପରେ ପୁଣି ଦୋଷ ଲଦିଲା ପାକିସ୍ତାନ। ପୁଲୱାମା ହମ୍ଲାରେ ବିନା କୌଣସି କାରଣରେ ଭାରତ ପାକିସ୍ତାନକୁ ଦାୟୀ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପୁଲୱାମା ଘଟଣାର ୬ ଦିନ ପରେ ମୁହଁ ଖୋଲିଛନ୍ତି ଇମ୍ରାନ୍। ଆଉ ପୁରୁଣା ଢଙ୍ଗରେ ଭାରତ କୋର୍ଟକୁ ବଲ୍ ଫୋପାଡ଼ିଛନ୍ତି। ଆତଙ୍କବାଦକୁ କୌଣସି ମତେ ପାକିସ୍ତାନ ସମର୍ଥନ କରେ ନାହିଁ । ଏପରିକି ଖୋଦ୍ ପାକ୍ ଏବେ ଆତଙ୍କବାଦର ପଞ୍ଝାରେ ରହିଛି । […]
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏୟାର ସୋ’ ପାଇଁ ଅଭ୍ୟାସ ବେଳେ ଅଘଟଣ ଘଟିଛି। ଭାରତୀୟ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ସୂର୍ଯ୍ୟକିରଣ ଜେଟ୍ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏୟାରକ୍ରାଫ୍ଟର ଦୁଇ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେଲେଙ୍କା ଏୟାରବେସ୍ରୁ ବିମାନ ଦୁଇଟି ଉଡ଼ାଣ ଭରି ସମରାଭ୍ୟାସ କରୁଥିଲେ। କିନ୍ତୁ କିଛି ସମୟ ପରେ ବିମାନ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆସନ୍ତାକାଲି ଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ଭାରତୀୟ ବାୟୁସେନା ପକ୍ଷରୁ […]
ଡ଼େରାଡ଼ୁନ : ପୁଲୱାମା ପିଙ୍ଗଲାନ୍ରେ ସହିଦ୍ ମେଜର ବି.ଏସ୍. ଡୌଣ୍ଡିଆଲ୍ଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ସହିଦ୍ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସେନା ଅଫିସର ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ତେବେ ତା ଭିତରେ ସ୍ପଷ୍ଟ ବାରି ହୋଇ ପଡିଥିଲା ସହିଦ୍ ଡୌଣ୍ଡିଆଲ୍ଙ୍କ ପତ୍ନୀଙ୍କ ଅନାବିଳ ପ୍ରେମର ପରିଭାଷା। ସ୍ୱାମୀଙ୍କ ପାର୍ଥୀବ ଶରୀରରୁ ବାରମ୍ବାର ଛୁଇଁ ଦେଉଥିଲେ, ଆଉ ଚୁମ୍ବନ ଦେଉଥିଲେ। ଏ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଅଧିକ ଭାବ […]