ନୂଆଦିଲ୍ଲୀ: ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଏ ପ୍ରସଙ୍ଗ ନେଇ ଆଜି ସଂସଦରେ ଏକାଠି ହୋଇଛନ୍ତି ୨୧ଟି ବିରୋଧୀ ରାଜନୈତିକ ଦଳର ନେତା। ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଦଳ ଦେଶବାସୀଙ୍କ ସାଙ୍ଗରେ ଥିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ଭାରତୀୟ ବାୟୁସେନା କାର୍ଯ୍ୟାନୁଷ୍ଠାନ ବେଳେ ଜଣେ ପାଇଲଟ୍ ନିଖୋଜ ହୋଇଥିବାରୁ ଏଥିପାଇଁ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା। ସେହିପରି ଯବାନଙ୍କ ବଳିଦାନକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି […]
ଗାନ୍ଧିନଗର: ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଗୁଜୁରାଟର ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବାବେଳେ ହଠାତ୍ ବସ୍ରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁରେ ବସ୍ଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ତେବେ ଡ୍ରାଇଭର ଜଣକର ଉପସ୍ଥିତ ବୁଦ୍ଧି ଯୋଗୁ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ପରେ ବସ୍କୁ ଡ୍ରାଇଭର ଜଣକ ରାସ୍ତା କ଼ଡ଼କୁ ନେଇ ଯାଇଥିଲେ। ଏହାପରେ ବସ୍ରେ ନିଆଁ ଲାଗିବା ଅବସ୍ଥାରେ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍ ସେନା ଦାବି କରିଛି। ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ […]
ନୂଆଦିଲ୍ଲୀ: ଗଠନ ହେବ ରେଳବାଇର ନୂଆ ଜୋନ୍। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନ ୨୦୧୪ ଅନୁସାରେ ଏହି ଜୋନ୍ ଗଠନ କରାଯିବା ସହ ଏହାକୁ ସାଉଥ୍ କୋଷ୍ଟ ରେଲେଓ୍ୱ ନାଁରେ ନାମିତ କରାଯାଇଛି। ସବୁ ପକ୍ଷଙ୍କ ସହ ବଚାରବିମର୍ଶ ପରେ ନୂଆ ଜୋନ୍ ଗଠନ ଲାଗି ନିଷ୍ପତ୍ତି ହୋଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ବିଶାଖାପାଟଣା ସାଉଥ୍ କୋଷ୍ଟ ରେଲୱେର ମୁଖ୍ୟାଳୟ ରହିବ ଗୁଣ୍ଟକଲ, ଗୁଣ୍ଟୁର୍ ଓ ବିଜୟଓ୍ୱାଡ଼ା ଡିଭିଜନ୍ କୁ ଏଥିରେ ସାମିଲ କରାଯାଇଛି। ସେହିପରି […]
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହେବ। ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା। କ୍ଷମତାଶୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଫ୍ଲୋର୍ ଟେଷ୍ଟଦେବ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି […]
କାଠମାଣ୍ଡୁ: ନେପାଳର ତେହରାଥୁମ୍ ଜିଲ୍ଲାରେ ଏକ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍ ଯାଉଥିବା ବେଳେ ହଠାତ୍ ହେଲିକପ୍ଟର୍ ଟି ତଳକୁ ଖସିପଡ଼ିଥିଲା। ତେବେ କେଉଁ କାରଣରୁ ହେଲିକପ୍ଟର୍ଟି ତଳକୁ ଖସିପଡ଼ିଲା ତାହା ଜଣାପଡ଼ିନାହିଁ।
ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଦେଶର ସାଂପ୍ରତିକ ସୁରକ୍ଷା ନେଇ ମୋଦିଙ୍କୁ ଅବଗତ କରାଇଛନ୍ତି। NSA ବିଜ୍ଞାନ […]
ଜମ୍ମୁ-କଶ୍ମୀର : ଭାରତୀୟ ବାୟୁସେନାର MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଜି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍ ଅଂଚଳରେ ଉଡାଣ କରୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ହେଲିକପ୍ଟରଟି ଖସି ପଡ଼ିଛି। ସେଥିରେ ନିଆଁ ଲାଗି ଯିବାରୁ ପୂରା ଜଳି ଯାଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି ଏବଂ ୨ଟି ମୃତଦେହ ପଡ଼ିଥିବା ସ୍ଥାନୀୟ ପୁଲିସ୍ କହିଛି।