ଭୁବେଶ୍ୱର: କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍ କର୍ଣ୍ଣାଟକକୁ ବ୍ୟାପିଥିବା ଜଣା ପଡ଼ିବା ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠନ ହୋଇଛି। ନିପା ଭାଇରସ୍କୁ ନେଇ ରାଜ୍ୟରେ କ’ଣ ପଦକ୍ଷେପ ନିଆଯିବ ? କ’ଣ କରିବା ଏବଂ ନ କରିବା ଉଚିତ୍ ? ସେ ସମ୍ପର୍କରେ ଏହି ଟିମ୍ ଅନୁଧ୍ୟାନ କରୁଛି। ସମସ୍ତ […]
ଭୁବନେଶ୍ୱର: ବାଂଲାଦେଶରୁ ବେଙ୍ଗାଲୁରୁ ଭାୟା ଓଡ଼ିଶା ଦେଇ ଟ୍ରେନରେ ଚାଲାଣ ହେଉଛି ଜାଲ୍ ନୋଟ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କମିଶନ ନେଇ ଏଜେଣ୍ଟ ବା କ୍ୟାରିୟରମାନେ ଚାଲାଣକାରୀଙ୍କ ପାଖରୁ ଗ୍ରାହକଙ୍କ ପାଖରେ ଏହି ନୋଟ୍ ପହଞ୍ଚାଉଛନ୍ତି। ଶୁକ୍ରବାର ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଜଣେ ଯୁବକକୁ କାବୁ କରିବା ପରେ ଜାଲ୍ ନୋଟ କାରବାର ସମ୍ପର୍କରେ ସୁରାକ୍ ମିଳିଛି। ବାଂଲାଦେଶ ସୀମା ମାଲଦାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଜାଲ୍ ନୋଟ […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମୋଦି ସରକାରଙ୍କ ୪ ବର୍ଷର ଉପଲବ୍ଧି ଏବଂ ଓଡ଼ିଶା ପ୍ରତି ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଦେଇ ସମ୍ବିତ କହିଛନ୍ତି ଯେ, ୨୦୧୪ରେ ମୋଦି ଆସିବା ପୂର୍ବରୁ ଅବିଶ୍ୱାସର ବାତାବରଣ ଥିଲା। ୪ ବର୍ଷ ମଧ୍ୟରେ ଆମେ କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଛୁ। […]
ସମ୍ବଲପୁର: ଆଞ୍ଚଳିକ କୋଇଲା ଖଣି ଭବିଷ୍ୟତ ନିଧି କାର୍ଯ୍ୟାଳୟ(ସିଏମ୍ପିଏଫ୍ଓ)ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଆଞ୍ଚଳିକ କମିଶନର ଉପେନ୍ଦ୍ର ପଣ୍ଡାଙ୍କ ନାଁରେ ଏହି ଅଭିଯୋଗ ଆସିଛି। ଅଫିସରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଉପେନ୍ଦ୍ରଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ। ଏପରିକି ଘଟଣା ସମ୍ପର୍କରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଫଳ […]
ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗ୍ଜାମିନେସନ ବା ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି।। ଏଥିରେ MBA, MCA, M.TECH ଆଦି ୧୨ଟି ବିଭାଗରେ ମୋଟ ୪୨, ୨୮୮ ଜଣ ପିଲା ପରୀକ୍ଷା ଦେଇଥିଲେ । ପ୍ରକାଶିତ ପରୀକ୍ଷାଫଳରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। MBAରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଥିବା ବେଳେ MCA ରେ ବିପ୍ଳବ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଶୁଭମ ବି.ଫାର୍ମରେ ଟପ୍ପର ହୋଇଥିବା ବେଳେ ତନୁଶ୍ରୀ ବେହେରା ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଡେରାବିଶ ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ନାବାଳିକା ଜଣକ ବାହାରେ ବୁଲୁଥିବା ବେଳେ ଟଙ୍କା ଦେବାକୁ କହି ନାବାଳିକା ସହ ତାର ଛୋଟ ଛୋଟ ଭାଇଭଉଣୀଙ୍କୁ ଅଭିଯୁକ୍ତ ଏକ ଘର ମଧ୍ୟକୁ ନେଇଯାଇଥିଲା ସେହି ଘରେ ଅନ୍ୟମାନଙ୍କୁ ବାହାରକୁ ପଠାଇ ଦେଇ ନାବାଳିକା ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଡେରାବିଶ ଥାନାରେ ମାମଲା ପରେ ଟାଙ୍ଗୀ ହଳଦିଆ ଅଞ୍ଚଳର ଜଣେ […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ ହେବ ନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ଦଳଠାରୁ ବିଜେଡି ସମଦୂରତ୍ୱ ରଖିବ ଓ କଂଗ୍ରେସ ସହ ମେଣ୍ଟକୁ ନେଇ ହେଉଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିସହିତ ଆସନ୍ତାକାଲି ମୋଦିଙ୍କ ଗସ୍ତ ଦ୍ୱାରା ଓଡ଼ିଶାରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଭାବୁ ନାହାନ୍ତି ବୋଲି ସେ କହିଛନ୍ତି।
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି। କୁମାର ସ୍ୱାମୀଙ୍କୁ ମ୍ୟାଜିକ୍ ନମ୍ବର ୧୧୨ ଆବଶ୍ୟକ ଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଶାଇ ତାଙ୍କୁ ୧୧୭ ବିଧାୟକ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପୂର୍ବରୁ ବିଜେପି କକ୍ଷ ତ୍ୟାଗ କରିଥିଲା। ୟେଦ୍ୟୁରପ୍ପା କକ୍ଷ ତ୍ୟାଗ ପୂର୍ବରୁ ତାତ୍ସଲ୍ୟ କରି କହିଥିଲେ ଯେ “ ତୁମ ପାଖରେ ବହୁମତ ଅଛି , ଦେଖାଯାଉ କେତେଦିନ ସରକାର ତିଷ୍ଠୁଛି। ସୂଚନାକୁ ଥାଉ କି, ମୁଖ୍ୟମନ୍ତ୍ରୀ ପଦରୁ […]
ଭୁବନେଶ୍ୱର: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଲା ମୋସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି। ମୌସୁମୀ ପ୍ରଭାବରେ ଆଣ୍ଡାମାନ ଦ୍ୱୀପରେ ବର୍ଷା ହୋଇଛି। ‘ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ବର୍ଷା ହୋଇଛି। ୨୩ରେ ଆଣ୍ଡାମାନ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ସେ ଦୃଷ୍ଟିରୁ ମୌସୁମୀ ଆସିବାରେ ୩ ଦିନ ବିଳମ୍ବ ହୋଇଛି’ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ। ଆସନ୍ତା ୨୯ରେ କେରଳ […]
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଧମକପୂର୍ଣ୍ଣ ଟେଲିଫୋନ୍ କଲ୍ କରିଥିବା ଅଭିଯୁକ୍ତ ଜଣକ ଶେଷରେ ପୋଲିସ୍ ହାତରେ ଧରାପଡ଼ିଛି। ଆଉ ସନ୍ଦିଗ୍ଧ ଫୋନ୍ କଲ୍ର ଗୁମର ଫିଟିଛି। ଜାଣନ୍ତୁ ପୂରା ଘଟଣା କ’ଣ… ଗତକାଲି ଏୟାରପୋର୍ଟକୁ ଧମକପୂର୍ଣ୍ଣ ଟେଲିଫୋନ୍ କଲ୍ ମିଳିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ଏୟାରଫିଲ୍ଡ ପୋଲିସ ନୟାଗଡ଼ର ବସନ୍ତ ପୃଷ୍ଟିକୁ ଗିରଫ କରିଛି। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ବସନ୍ତ ମାନସିକ ଚିନ୍ତାଗ୍ରସ୍ତ ଥିଲେ। […]
ଭୁବନେଶ୍ୱର: ସାବଧାନ ! ବିମୁଦ୍ରୀକରଣ ପରେ ବି ଜାଲ୍ ନୋଟ୍ ଦଲାଲଙ୍କ କବଳରୁ ମୁକ୍ତି ନାହିଁ । ପୁଣି ମାର୍କେଟ୍କୁ ଆସିଛି ପୁଳା ପୁଳା ଜାଲ୍ ନାଟ୍ । ଆସିଛି ସେହି ଗୋଲାପି ଗୋଲାପି ଜାଲ୍ ନୋଟ୍ ଯାହା କେତେବେଳେ ବି ଆପଣଙ୍କ ପାଖକୁ ଆସିପାରେ। ଗୋଟିଏ ଆସିଗଲେ ପାଞ୍ଚଶହ ନ ହେଲେ ଦୁଇ ହଜାର ଟଙ୍କା ଘାଟା । ଟ୍ରେନ୍ରେ ଚାଲାଣ ବେଳେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଆଜି ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ଆଜି ୫ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବି ଫାର୍ମ, ଏମ୍ ଫାର୍ମ, ଏମ୍ବିଏ ଓ ଲାଟେରାଲ ଏଣ୍ଟ୍ରିରେ ବି ଟେକ୍, ବି ଫାର୍ମ ଓ ଏମ୍ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ୪୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଗତ […]
ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବନ୍ଦ ରହିଛି ଘରୋଇ ହସ୍ପିଟାଲ। ରାଜ୍ୟର ସବୁ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ବନ୍ଦ ରହିବ। କ୍ଲିନିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ରାଜ୍ୟର ପ୍ରାୟ ୨ ହଜାରରୁ ଅଧିକ କ୍ଲିନିକ, ଲ୍ୟାବ୍ ସାମିଲ ହୋଇଛନ୍ତି। ଘରୋଇ ମେଡିକାଲର ଆଉଟ ଡୋର ବନ୍ଦ ରହିଛି ଏବଂ ନୂଆ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଏକ ହୋଟେଲ୍ରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ରୁମ୍ରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଶୁଭଙ୍କର ମାଝୀ ଓ ଯୁବତୀଙ୍କ ନାଁ ଟୁମ୍ପାରାଣୀ ପଖିରା। ଉଭୟଙ୍କ ଘର ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ୨୨ ତାରିଖରୁ ସେମାନେ ହୋଟେଲର ରହି ଆସୁଥିଲେ। କମିଶନରେଟ୍ ପୋଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ […]
ଭୁବନେଶ୍ୱର : କୁନ୍ଦୁଲି, ବାଣପୁର ଆଉ ଏବେ ସମ୍ବଲପୁରର ଶାସନ। କଳଙ୍କର ନୂଆ ନୂଆ ଠିକଣା। ଅସୁରକ୍ଷା, ଲଜ୍ଜା, ବ୍ୟବସ୍ଥା ଉପରେ ଅନାସ୍ଥାରୁ- ହାରିଯାଉଥିବା, ମରିଯାଉଥିବା ସଂଘର୍ଷର ନୂଆ ନୂଆ ନାଁ। କୁନ୍ଦୁଲି ଓ ବାଣପୁର ଝିଅ ଭଳି ନବମ ଶ୍ରେଣୀର ଏ ଝିଅ ବି ଗ୍ରାସି ଚାଲିଥିବା ନୂଆ ବ୍ୟାଧି ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଗତ ୨ ତାରିଖର ଏ ଘଟଣାକୁ ନେଇ ବି ହଇଚଇ ପରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫାଷ୍ଟ […]