କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ। ୪ ଦିନ ହେଲାଣି ଗୋଟିଏ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷତି କଲେଣି।ତେଲକୋଇ ବ୍ଲକର ସରୁଆଳି ଓ ସିଙ୍କୁଳା ବାହାଲର ଆମ୍ବ ବଗିଚାରେ ବହୁ ଗଛ ଭାଙ୍ଗି ଦେଇଛନ୍ତି। ଏହା ସହିତ ଆମ୍ବ ମଧ୍ୟ ନଷ୍ଟ କରିଛନ୍ତି। ତେଲକୋଇରେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯାଇଛି। କିନ୍ତୁ ହାତୀମାନେ ବହୁ ଫଳନ୍ତି ଗଛ ଭାଙ୍ଗି ଦେଇଥିବାରୁ ଚାଷୀମାନେ ଚିନ୍ତାରେ […]
ନୂଆଦିଲ୍ଲୀ/କଟକ: ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମାଜସେବୀ ତଥା କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଚା ବିକାଳି ହୋଇ ମଧ୍ୟ ସେ କିଭଳି ଭାବରେ ଗରିବ ବସ୍ତି ଛୁଆଙ୍କ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ରେ କହିଥିଲେ। ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି। […]
କଟକ: କଟକ ଚୌଦ୍ୱାରରେ କାନ୍ଥ ପଡ଼ି ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶିଶୁଟିର ବାପା ଓ ମାଆ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବଳ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ […]
ବ୍ରହ୍ମପୁର: ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଅଣ ଓଡ଼ିଆ ଯୁବକଙ୍କୁ ନିର୍ଧୂମ୍ ପିଟିଲେ ଲୋକେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୭ ଜଣ ଯୁବକ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଲେ। ତେବେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ଅଟକ ରଖି ପଚରାଉଚରା କରିଥିଲେ। ହେଲେ ଓଡ଼ିଆ ଭାଷା ଜାଣିନଥିବାରୁ ସେମାନେ କିଛି ଉତ୍ତର […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଏକ ବଡ଼ ଧରଣର ଏଟିଏମ୍ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନିରାକାରପୁର କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ATMରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ରେ ଏଟିଏମ୍ର ଚାମ୍ବର କାଟି ଟଙ୍କା ନେଇ ଯାଇଛନ୍ତି। ଏହା ସହିତ ATMର ସିସିଟିଭି ଭାଙ୍ଗିବା ସହ ହାର୍ଡ଼ଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଆଜି ସକାଳେ ଏହା ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଚଳାଇଛି। […]
ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା! ବାତ୍ୟା ମେକୁନୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାସହ ସମୁଦ୍ରରେ ୩ ରୁ ୩.୨ ମିଟର ଉଚ୍ଚରେ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଉଛି। […]
ବଲାଙ୍ଗିର: କୁହାଯାଏ ଯେ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ମାଆର ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ମାଆ? ଯିଏ କି ତା’ର ସନ୍ତାନକୁ ଏକାକି ଛାଡ଼ି ଛୁ ମାରିଲା। ପଢ଼ନ୍ତୁ ପୂରା ଘଟଣା… ବଲାଙ୍ଗିର ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁ କନ୍ୟା ବୋଲି ଅନାଦାର କରି ଜଣେ ମାଆ ନିଜର ୨ ମାସର […]
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାଯ୍ୟାଳୟ ଉପରେ ବୋମାମାଡ଼। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ପାର୍ଟି ଅଫିସକୁ ଆସି ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ ଖାରବେଳନଗର ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ପୋଲିସ ଘଟଣାସ୍ଥଳରୁ ସୁତୁଲି ଓ କିଛି ଲୁହା କଣ୍ଟା ଜବତ କରିଛି। ଅଭିଯୋଗ ଅନୁସାରେ ଏହି ଦୁଇ ଯୁବକ ପାର୍ଟି ଅଫିସକୁ ଲକ୍ଷ୍ୟ କରି ବୋମା […]
ଭୁବନେଶ୍ୱର : ୪ ବର୍ଷ ମୋଦି ଶାସନର ହିସାବ ନିକାଶ। ମୋଦିଙ୍କୁ ଶାହା ଦେଇଛନ୍ତି ଫୁଲ ମାର୍କ। ଆଉ ରାହୁଲ କରିଛନ୍ତି ଫେଲ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ମୋଦିଙ୍କୁ ବିଶ୍ୱାସଘାତକ ସହ ତୁଳନା କରି ସାରା ଦେଶରେ ହଲ୍ଲାବୋଲ କରିଛି କଂଗ୍ରେସ।ଚଣ୍ଡିଗଡରେ ଲଣ୍ଡା ହୋଇ ମୋଦିଙ୍କ ଶାସନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରିଛନ୍ତି କଂଗ୍ରେସ କର୍ମୀ। ଦିଲ୍ଲୀ, ଅମ୍ରିତସର, ବାଙ୍ଗାଲୋରରେ ଭିନ୍ନ ଭିନ୍ନ ଢଙ୍ଗରେ ମୋଦି ଶାସନକୁ ପ୍ରତିବାଦ କରି ରାସ୍ତାକୁ […]
ଲକ୍ଷ୍ନୌ: ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି I ଚପଲ ଖୋଲି ପିଟିବାକୁ ଇଚ୍ଛା ହେଊଥିବା ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଅଦିତ୍ୟନାଥ ଉଦ୍ଧବ ଥାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ଉଦ୍ଧବ ଠାକରେଙ୍କଠାରୁ ଅଧିକ ସଭ୍ୟ ଓ ସଂସ୍କାରୀ। ତେଣୁ ସେ ମୋତେ କିଛି ଶିକ୍ଷା ଦିଅନ୍ତୁ ନାହିଁ। ଶୁକ୍ରବାର ଶିବସେନା ମୁଖପତ୍ର […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ପାଇଁ ସୋମବାର ଆଗତ କରିଥିବା ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏଥିସହିତ ଆସନ୍ତା ୩ ତାରିଖଠାରୁ ଲାଗୁ ହେଲେ ରାଷ୍ଟ୍ରପତି ଶାସନ ଅବଧିରେ ଆଉ ୬ ମାସ ବୃଦ୍ଧି ହେବ। ପୂର୍ବରୁ ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା। ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ଆରକ୍ଷଣ (ଆମେଣ୍ଡମେଣ୍ଟ) ବିଲ୍ ମଧ୍ୟ ପାରିତ ହୋଇଯାଇଛି। ଏହି ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କଶ୍ମୀରର ଏଲଓସି […]
ଭୁବନେଶ୍ୱର : ବହୁ ବାଦ ବିବାଦ ଏବଂ ନାନା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସ୍ଇର ଦ୍ୱାଦଶ ରେଜଲ୍ଟ। ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ବିଳମ୍ବରେ ଆଜି ସିବିଏସ୍ଇର ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେପଟେ ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ କରିଛନ୍ତି ସେଲିବ୍ରେସନ୍। ଏଥର ମୋଟ ପାସ୍ ହାର ୮୩.୦୧ ପ୍ରତିଶତ ରହିଥିବା ବେଳେ ଗତବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୧ ପ୍ରତିଶତ ଅଧିକ ରହିଛି। ସର୍ବଭାରତୀୟ ସ୍ତରରେ […]
କଟକ : କିଲ୍ଲା ପଡିଆରୁ ଦେଶବାସୀଙ୍କୁ ନିଜ ସରକାରର ୪ ବର୍ଷର ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିରୋଧୀ ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ଫସିଥିବା ଲୋକ ଦେଶ ବଞ୍ଚାଇବା ନୁହେଁ, ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ଲାଗି ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ସେ କହିଛନ୍ତି। କିଛି ଲୋକ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରଥିବା ସେ ଅଭିଯୋଗ କରିଛନ୍ତି। ନିଜ […]
ପୁରୀ : ପୁରୀରେ ରଥ ନିର୍ମାଣ କରୁଥିବା ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଉଭୟ ପକ୍ଷ ଏତଲା ଦେଇଛନ୍ତି। ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଯୁବକ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ […]
ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ‘ବର୍ତ୍ତମାନ ଯାଏ ସାଧାରଣ ନିର୍ବାଚନରେ କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ […]
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ମଧ୍ୟ ଅଛି। ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବଲାଙ୍ଗିର। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ […]
ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। Results of Class 12 CBSE Exams declared. Can be accessed now through following modes: (On account of too many people accessing these sites initially, some of these sites may take time to respond. Kindly be patient) pic.twitter.com/po4Kx4lk43 — […]
ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଆରମ୍ଭ ହୋଇଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ଚାଲିଛି। ଏହାକୁ ବିଭିନ୍ନ ଓକିଲ ସଂଘ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି। ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଏହି ଆନ୍ଦୋଳନ ହେଉଛି । ଟୋଲ୍ ପ୍ଲାଜାରେ ସ୍ଥାନୀୟ ଅଞ୍ଚଳର ଚାରି […]