ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ଭୁବନେଶ୍ୱର ବିଜେବି କଲେଜରେ ଆଜି ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଇଛି। ଏହି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କଲେଜ୍ ପରିସରରେ ବାରମ୍ବାର ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିଜେବି କଲେଜ ପରିସରରେ ସୁରକ୍ଷାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। […]
କେରଳରେ ଫସିଛନ୍ତି କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ୧୧ଟି ଏସ୍.ଏଚ୍.ଜିର ସଦସ୍ୟ । ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି। ତାଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଲାଗୁ ପାଇଁ ତତ୍ପରତା ଦେଖାଇଛନ୍ତି। ଅକ୍ଟୋବର ୨ତାରିଖରୁ ଏହି ଯୋଜନା ଲାଗୁ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ ଚାଲିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚିହ୍ନଟ ପାଇଁ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ। ଅକ୍ଟୋବର୨ ତାରିଖ ସୁଦ୍ଧା […]
ଝାଡ଼ଖଣ୍ଡ: ସାହାଯ୍ୟ ପାଇଁ ସାଙ୍ଗଙ୍କୁ ଡାକିଲେ…ହେଲେ ଜାଣି ନଥିଲେ ସେମାନଙ୍କ ସହ ଏମିତି ଅଘଟଣ ଘଟିବ ବୋଲି। ସାହାଯ୍ୟ ବଦଳରେ ସେମାନଙ୍କ ସହ ଏମିତି କିଛି ଘଟଣା ଘଟିଲା ଯାହା ସମସ୍ତଙ୍କ ଭାବନା ବାହାରେ ଥିଲା। ୨ଜଣ ନାବାଳିକାଙ୍କ ସହ ୧୧ଜଣ ଲୋକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଝାଡ଼ଖଣ୍ଡର ଲୋହରଡଗାରେ ଅଗଷ୍ଟ ୧୬ ତାରିଖ ଦିନ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଡ଼ି ଖରାପ ହୋଇଯିବାରୁ ନାବାଳିକା ୨ଜଣ ସେମାନଙ୍କ ସାଙ୍ଗକୁ […]
ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟମଙ୍ଗଳା ମନ୍ଦିର ନିକଟରେ ଏକ ପୋଖରୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କମଳାକାନ୍ତ ପାଢୀ। ଗତକାଲି ଭୁବନେଶ୍ୱରରୁ ପୁରୀ ଆସିଥିବା କମଳାକାନ୍ତ ଓ ତାଙ୍କ ୨ ଜଣ ସାଙ୍ଗ ପୋଖରୀ ଭିତରକୁ ଯାଇଥିବା ବେଳେ ହଠାତ୍ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। କମଳାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
ନୂଆଦିଲ୍ଲୀ: ଗୋଆରେ ସରକାର ଗଠନ କରିବା ଲାଗି କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛି। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଚିଠି ଲେଖାଯାଇଛି। ବିଜେପି ସରକାର ଏବେ ବହୁମତ ହରାଇଥିବା ଅଭିଯୋଗ କରି ତାକୁ ବରଖାସ୍ତ କରିବା ସହିତ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କଂଗ୍ରେସକୁ ସରକାର ଗଠନ ଲାଗି ସୁଯୋଗ ଦେବାକୁ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କଭଲେକର ଦାବି କରିଛନ୍ତି। ଯଦି ରାଜ୍ୟରେ ରାଷ୍ଟ୍ରପତି ଶାସନ କରିବା ପାଇଁ ଯୋଜନା ହୁଏ, ତାହା […]