ବଲାଙ୍ଗିଲ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ପାଟଣାଗଡ଼ ଏସ୍ଡିଜେଏମ କୋର୍ଟରେ କ୍ରାଇମ୍ବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି। କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜସିଟ୍ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିବା ବେଳେ […]
ନବରଙ୍ଗପୁର: ଆମ୍ବ ଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୨ଜଣ ଗୁରୁତର ଅସୁସ୍ଥ ରୋଗୀଙ୍କୁ ନବରଙ୍ଗପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସେମାନେ ସୋମବାର ଦିନ ଆମ୍ବ ଟାକୁଆ ଗୁଣ୍ତରେ ପ୍ରସ୍ତୁତ ବାସୀ ଖାଦ୍ୟ ଖାଇଥିବା ଅଭିଯୋଗ ହୋଇଛି। ଖାଇବା ପରେ ସେମାନେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ ଓ ଜଣେ ୧୫ ବର୍ଷ ଝିଅର […]
ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି। ମଶେଲ୍ ତୀର୍ଥଯାତ୍ରାରୁ ଫେରିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟବସତଃ ଜଣେ ୫ ବର୍ଷର ଶିଶୁକୁ ଜୀବତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଛି। ତେବେ ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ କେଉଁ ଅଞ୍ଚଳର ଏନେଇ କିଛି ଜଣାପଡ଼ିନି। ସୂଚନାଥାଉ କି, […]