ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠରେ ଥିବା ପାଗନଈ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶଳା,ଭିଣୋଇଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଚିତରଞ୍ଜନ ବୋରା ଓ ତାଙ୍କ ଶଳା ସୁଦର୍ଶନ ହେମ୍ବ୍ରମ। ଗତକାଲି ବିଳମ୍ୱିତ ରାତିରେ ସୋନାପୁରରୁ ଏକ ବାଇକ୍ ଯୋଗେ ଉଭୟ ଶଳାଭିଣୋଇ ଘରକୁ ଫେରୁଥିଲେ। ପାଗନଈ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଶି ଯାଇଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣା ସମ୍ପର୍କରେ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। କୋଲେପାଲ ଜଙ୍ଗଲରେ ପୁଲିସ୍ ଏନ୍କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ କରି ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଥିଲେ। ଏନେଇ ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା। ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ […]
ଅହମଦାବାଦ: ଭୁଶୁଡ଼ି ପଡ଼ିଲା ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ କୋଠା। ଅହମଦାବାଦ ଓଧାବ ଅଞ୍ଚଳରେ ଗତକାଲି ଏହି ଅଘଟଣ ଘଟିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍ ଟିମ୍ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁଇ ଦଶନ୍ଧି ତଳେ ନିର୍ମିତ ଦୁଇଟି ବିଲ୍ଡିଂ ବ୍ଲକ୍ ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବ୍ଲକ୍ ୪ […]
ଢେଙ୍କାନାଳ: ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା (୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉସୀ ଘରକୁ ଯାଇଥିଲେ। ଦୁଇ ଭଉଣୀ ଶୌଚ […]