ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ସରକାରୀ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ଆଣିଛନ୍ତି ହରିୟାଣା ଷ୍ଟାଫ୍ ସିଲେକ୍ସନ୍ କମିଶନ। ଗ୍ରୁପ୍ ଡି’ର ବିଭିନ୍ନ ପଦବୀ ଲାଗି ହରିୟାଣା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ୧୮ ହଜାର ୨୧୮ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯିବ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୯ ରୁ ଆରମ୍ଭ ହେବ। ସେପ୍ଟେମ୍ବର ୧୮ ଆବେଦନର […]
ରବାଟ୍(ମରକ୍ଖୋ): ମାନବିକତାର ସବୁ ସୀମାକୁ ଭୁଲିଯାଇ ମଣିଷ କେତେ ଯେ ନୃଶଂସ ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଏମିତି ଏକ ଦେହଥରା ଘଟଣା ଘଟିଛି ମରୋକ୍କୋର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ। ମରୋକୋର ଆଞ୍ଚଳିକ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ସହ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଖବର ମୁତାବକ, ଜଣେ ୧୭ ବର୍ଷର ଝିଅକୁ ୧୩ ଜଣ ଦୁର୍ବୃତ୍ତ ଦୁଇ […]
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ମାଓବାଦୀ ପୋଷ୍ଟର୍ ଦେଖିବାକୁ ମିଳିଛି। ବି.ଡି.ଏନ୍ ଡିଭିଜନାଲ କମିଟି ଓ ସିପିଆଇ ମାଓବାଦୀଙ୍କ ନାଁରେ ଏହି ପୋଷ୍ଟର ଲଗାଯାଇଛି। ପୋଷ୍ଟର ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିପରି ଭୂର୍ଷୀଖୁମା ଗାଁ ଛକରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ପୁଲିସ୍ ଓ ସିଆର୍ପିଏଫ୍ଙ୍କୁ ବିରୋଧ କରାଯାଇଛି। ଏଥିସହ ଏଥିରେ ଉଲ୍ଲେଖ ରହିଛି, “ମାଓବାଦୀମାନେ ଆଦିବାସୀ, ଗରିବ ଲୋକଙ୍କ ମୁକ୍ତି […]
ସମ୍ବଲପୁର: ପୂର୍ବତନ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟୀଦେଉଳ ଥାନା ସାଲେଭଟା ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ଗତକାଲି ସାଲେଭଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୪ରୁ ଉର୍ଦ୍ଧ୍ୱ ଲୋକ ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ତାଳସାବୁରୀ ନିକଟରେ ତାଙ୍କୁ ଆକ୍ରମଣ ହୋଇଥିଲା। ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ନାକଟୀଦେଉଳ ମେଡ଼ିକାଲ୍ ଏବଂ ପରେ ବୁର୍ଲା ବଡ଼ ମେଡିକାଲ୍କୁ ସ୍ଥାନାନ୍ତର […]
ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ ଆରମ୍ଭ ହୋଇଛି କସରତ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଆଲୋଚନା ଏଜେଣ୍ଡାର ଫୋକସରେ ଥିଲା ଇଭିଏମ ଓ ଭିଭିପାଟ୍। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ଟ୍ୟାମ୍ପରିଂ କରାଯିବା ଆଶଙ୍କା ରହୁଥିବାରୁ ପୁଣି ବାଲଟ୍ ପେପରରେ ମତଦାନ ଲାଗି ତୃଣମୂଳ କଂଗ୍ରେସ ସମେତ ଅନ୍ୟ କିଛି ଦଳ ଦାବି କରିଛନ୍ତି। ତେବେ ଏନ୍ଡିଏ ଅଂଶୀଦାର ଦଳମାନେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସ୍ମୃତିସ୍ଥଳ ନେହେରୁ ମେମୋରିଅାଲ କମ୍ପେକ୍ସକୁ ମ୍ୟୁଜିୟମ ନକରିବା ପାଇଁ ଚିଠିରେ ନିବେଦନ କରିଛନ୍ତି ମନମୋହନ ସିଂହ। ନିକଟରେ କେନ୍ଦ୍ର ସରକାର ଦିଲ୍ଲୀ ସ୍ଥିତି ନେହେରୁ ମେମୋରିଅାଲ କମ୍ପେକ୍ଲସକୁ ମରାମତି କରି ଏଠାରେ ମ୍ୟୁଜିୟମ କରିବା ପାଇଁ ଯୋଜନା କରିଛନ୍ତି। ନେହେରଙ୍କ ସ୍ମୃତି ଓ ଏହି ମେମୋରିଅାଲର ଐତିହକୁ ବଜାୟ ରଖିବା ପାଇଁ ଏହାକୁ ପରିବର୍ତ୍ତନ ନ କରିବା […]
ନୂଆଦିଲ୍ଲୀ : ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଶ୍ରୀନଗରର ଏକ ହୋଟେଲରେ ଯୁବତୀଙ୍କ ସହ ମେଜର ଗୋଗୋଇଙ୍କୁ ଦେଖିବାକୁ ମିଳିଥିଲା। ଏହି ଘଟଣାରେ କୋର୍ଟ ଅଫ୍ ଇନକ୍ୱାରୀ କରାଯାଇ ମେଜର ଗୋଗୋଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିପାଇଁ ତାଙ୍କୁ କୋର୍ଟ ମାର୍ଶାଲ କରାଯାଇପାରେ। କାର୍ଯ୍ୟରେ ଥିବା ସମୟରେ କୌଣସି ଅଜଣା ଲୋକଙ୍କ ସହ କେଉଁ ଉଦ୍ଦେଶ୍ୟ ନେଇ ମେଜର ଗୋଗୋଇ ଦେଖା କରିଥିଲେ ସେ ନେଇ ତଦନ୍ତ କରାଯାଇଥିଲା। ମେ ୨୩ରେ ମେଜର ଲିଟୁନ […]
ନୂଆଦିଲ୍ଲୀ: ବିହାର ଛାପ୍ରା ଜିଲ୍ଲାର ଗୌତମସ୍ଥାନ ନିକଟରେ ତାପ୍ତି-ଗଙ୍ଗା ଏକ୍ସପ୍ରେସ୍ର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନଟି ଛାପ୍ରାରୁ ସୁରତ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ସେହି ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଯାତ୍ରୀମାନଙ୍କୁ ବସ୍ ଯୋଗେ ଛାପ୍ରା ଷ୍ଟେସନକୁ ନିଆଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।