ନୂଆଦିଲ୍ଲୀ: ବରିଷ୍ଠ ଟିଡିପି ନେତା ତଥା ଅଭିନେତା ନନ୍ଦମୁରି ହରିକ୍ରିଷ୍ଣାଙ୍କ ପରଲୋକ ଘଟିଛି। ବିଳମ୍ବିତ ରାତିରେ ଗାଡ଼ିରେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ହରିକ୍ରିଷ୍ଣା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କ ପୁଅ। ଏଥିସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଭିଣୋଇ। ହରିକ୍ରିଷ୍ଣା ଅନେକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। […]
ଭୁବନେଶ୍ୱର: ଆଜି ସକାଳ ସାଢ଼େ ୧୦ଟା ଯାଏ ବଜ୍ରପାତ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୧୩ ଜିଲ୍ଲାକୁ ସାଢ଼େ ୧୦ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଆର୍ଲଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ଗଞ୍ଜାମ ଓ ପୁରୀ।
ନୂଆଦିଲ୍ଲୀ: ଦୀର୍ଘ ୪୯ ବର୍ଷ ପରେ ଡିଏମକେକୁ ମିଳିଲା ନୂଅା ମୁଖିଅା। ଦଳର ନୂଅା ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଏମ୍.କେ.ଷ୍ଟାଲିନ୍। ଅାଜି ଦଳର ସାଧାରଣ ପରିଷଦ ବୈଠକରେ ଷ୍ଟାଲିନ୍ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଗତ ରବିବାର ଏଥିପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲ। ଏକମାତ୍ର ପ୍ରର୍ଥୀ ଭାବେ ନୋମିନେସସନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏମ୍. କରୁଣାନିଧିଙ୍କ ପୁତ୍ର ୬୫ ବର୍ଷୀୟ ଷ୍ଟାଲିନ୍ ୨୦୧୭ରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ […]
ହାଇଦ୍ରାବାଦ/ ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ‘ଷଡ଼ଯନ୍ତ୍ର’ ଅଭିଯୋଗରେ ପୁଣେ ପୁଲିସ୍ ଆଜି ପ୍ରଖ୍ୟାତ ବିପ୍ଳବୀ କବି ତଥା ମାଓ ଚିନ୍ତକ ଭରଭରା ରାଓଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଭରଭରାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ସାମ୍ବାଦିକ, ଜଣେ ପ୍ରଫେସର ଅଛନ୍ତି। ମାଓବାଦୀ ମାନଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ପୁଣେ ପୁଲିସ ଅାଜି ଦିଲ୍ଲୀ, ଫରିଦାବାଦ, ଗୋଅା, ମୁମ୍ବାଇ, ରାଞ୍ଚି, ହାଇଦ୍ରାବାଦରେ ଚଢଉ କରିଥିଲା। ପୁଣେ […]
ବାଲେଶ୍ୱର: ଉତ୍ତର ଓଡ଼ିଶାର ବିଭିନ୍ନ ଜାଗାରେ ଭୂକମ୍ପର ଝଟ୍କା ଅନୂଭୁତ ହୋଇଛି। ସଂଧ୍ୟା ୬ଟା ୩୬ରେ କିଛି ଜାଗାରେ ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିିଛି। ଅାନନ୍ଦପୁର, ବାରିପଦା, ବାଲେଶ୍ୱରରେ ଝଟ୍କା ଅନୁଭୂତ ହୋଇଥିବା ଖବର ମିଳିଛି। ଭୂକମ୍ପ ଝଟ୍କା ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଅାସିଥିଲେ। କିଛି ସମୟର ଏହି ଝଟ୍କାରେ ୩ ଟି ଜିଲ୍ଲାରେ ଭୟର ବାତ୍ତାବରଣ ଖେଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପର କୌଣସି କ୍ଷୟ କ୍ଷତିର ସୂଚନା ମିଳିପାରିନାହିଁ। ସେପଟେ […]
ସମ୍ବଲପୁର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆଜି ସୁଦ୍ଧା ହୀରାକୁଦ ଡ୍ୟାମ୍ର ୨୫ଟି ଗେଟ୍ ଖୋଲାଯିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଏନେଇ ମହାନଦୀ ଅବବାହିକା ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଲର୍ଟ ଜାରି କରିଛନ୍ତି। ୨୫ ଗେଟ୍ରେ ହୀରାକୁଦରୁ ୪ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବ। ଆବଶ୍ୟକ ହେଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ୩୦ତାରିଖ ସକାଳ ସୁଦ୍ଧା ଏହା ବୃଦ୍ଧି ପାଇ […]
ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ସରକାରୀ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ଆଣିଛନ୍ତି ହରିୟାଣା ଷ୍ଟାଫ୍ ସିଲେକ୍ସନ୍ କମିଶନ। ଗ୍ରୁପ୍ ଡି’ର ବିଭିନ୍ନ ପଦବୀ ଲାଗି ହରିୟାଣା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ୧୮ ହଜାର ୨୧୮ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯିବ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୯ ରୁ ଆରମ୍ଭ ହେବ। ସେପ୍ଟେମ୍ବର ୧୮ ଆବେଦନର […]
ରବାଟ୍(ମରକ୍ଖୋ): ମାନବିକତାର ସବୁ ସୀମାକୁ ଭୁଲିଯାଇ ମଣିଷ କେତେ ଯେ ନୃଶଂସ ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଏମିତି ଏକ ଦେହଥରା ଘଟଣା ଘଟିଛି ମରୋକ୍କୋର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ। ମରୋକୋର ଆଞ୍ଚଳିକ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ସହ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଖବର ମୁତାବକ, ଜଣେ ୧୭ ବର୍ଷର ଝିଅକୁ ୧୩ ଜଣ ଦୁର୍ବୃତ୍ତ ଦୁଇ […]