ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍କୁ ୨୦୧୧ ମସିହା ଟେରର୍ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏନ୍ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍ରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। […]
ନୂଆଦିଲ୍ଲୀ : ଦାଗୀ ନେତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କ ବିରୋଧରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦୋଷୀ ଜନପ୍ରତିନିଧି ନିର୍ବାଚନ ଲଢିବା ଉପରେ ଅାଜୀବନ ବାସନ୍ଦ ଲଗାଇବା ପ୍ରସଙ୍ଗରେ ହୋଇଥିବା ଅାବେଦନର ଶୁଣାଣି କରି ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଦାଲତ ପଚାରିଥିଲେ ଯେ, ଅପରାଧିକ ମାମଲାରେ ଜଡିତ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଶୁଣାଣି ପାଇଁ ସରକାର ବର୍ତ୍ତମାନ ସୁଦ୍ଧା […]
ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧିନ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍। ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ବିମୁଦ୍ରାକରଣ, ରାଫେଲ ଡିଲ୍ ପ୍ରସଙ୍ଗରେ ସରକାରଙ୍କ ଉପରେ ତୀବ୍ରଭାବେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ବିମୁଦ୍ରାକରଣରେ ସାଧାରଣ ଜନତା କ୍ଷତି ସହିଛନ୍ତି। କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗୀଙ୍କୁ ସୁହାଇବା ପାଇଁ ବିମୁଦ୍ରାକରଣକୁ ଲାଗି କରାଯାଇଥିଲା। ରାଫେଲ ଜେଟ୍କୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟରେ କାହିଁ କିଣାଗଲା, ତାର ଯବାବ ରଖିବେକି ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ […]
ସମ୍ବଲପୁର : ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ । ଗାଁରେ ଦୁଷ୍ମନ୍ତ ଖର୍ସେଲ୍ ମୋବାଇଲ ବ୍ୟାଟେରୀ କାଢ଼ି ଚାର୍ଜ କଲା ବେଳେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଅାହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି।
କଟକ: ଆସନ୍ତା ୨୦୨୦-୨୧ ବର୍ଷରୁ ବଦଳିବ ମାଟ୍ରିକ୍ ପରୀକ୍ଷା ଢ଼ାଞ୍ଚା। ପରୀକ୍ଷାରେ ପଡୁଥିବା OMR ସିଟ୍ ଓ Multiple ଚଏସ୍ ପ୍ରଶ୍ନୋତ୍ତର ଉଠିଯିବ। ସେହିପରି ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ସାମାନ୍ୟ ବଦଳିବ। ୩ଟି ସେଟ୍ ବଦଳରେ ୪ଟି ସେଟ୍ ପ୍ରଶ୍ନ ପଡ଼ିବ ଓ ୪ଟି ସେଟ୍ ପରସ୍ପର ଠୁ ଅଲଗା ହେବ। ମାଟ୍ରିକ ପରୀକ୍ଷାର୍ଥୀ ୫୦ ମାର୍କ ଅବ୍ଜେକ୍ଟିଭ୍ରୁ ୧୫ ଓ ୫୦ ମାର୍କ ସବ୍ଜେକଟିଭ୍ରୁ ୧୫ ନମ୍ୱର ରଖିବାକୁ ପଡ଼ିବ।
ଭୁବନେଶ୍ୱର: କଟକରେ ଓକିଲଙ୍କୁ ପୁଲିସ୍ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍ପେଣ୍ଡ୍ କରିଛନ୍ତି। ସସ୍ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ- ହାବିଲ୍ଦାର ପି.କେ ବେହେରା, କନଷ୍ଟେବଲ ଡିକେ ସାମଲ ଓ ୟୁକେ ଭୂୟାଁ। ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ମାସକ ମଧ୍ୟରେ ନୋଟିସ୍ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, କଟକ ନୂଆବଜାର […]
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଆଜି ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ଆଜି ୭୮ ଟଙ୍କା ୩୦ ପଇସା ଥିବାବେଳେ ଡିଜେଲ ଦର ୬୯ ଟଙ୍କା ୯୩ ପାଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପ୍ରତି ୮୫ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି […]
ବ୍ରହ୍ମପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭିଲ୍ଲୁପୁରମ୍-ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍। ସୂଚନା ଅନୁସାରେ, ବ୍ରହ୍ମପୁର ଷ୍ଟେସନ୍ରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ର ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭା ଯାଇଥିଲା। ଏହାପରେ ଷ୍ଟେସନ୍ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ଦେଇଥିଲେ। ଷ୍ଟେସନ୍ରେ ପ୍ରାୟ ୪୦ ମିନିଟ୍ ଅଟକି ରହିବା ପରେ ଟ୍ରେନ୍ ଛାଡ଼ିଥିଲା।
ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ହେବ। ପୂର୍ବରୁ ୫ ତାରିଖରେ ଫିଲ୍ମର ରିଲିଜ୍ କରାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମର ରିଲିଜ୍ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ସାନି ଆବେଦନ ହୋଇଥିଲା। ଏସମ୍ପର୍କିତ ମାମଲାର ଶୁଣାଣି ଏପ୍ରିଲ ୮ରେ ହେବ। ତେବେ ଶୁଣାଣି ପୂର୍ବରୁ ଫିଲ୍ମ ନିର୍ମାତା ପୁଣି ଥରେ ରିଲିଜ୍ ତାରିଖ […]
ଜଳେଶ୍ୱର: ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍ ସୁଗାର୍ ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାର୍ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା ଯାଇ ସେଠାରୁ ଟ୍ରେନ୍ରେ […]