ଭୁବନେଶ୍ୱର: ଚାରା ଘୋଟାଲା ନେଇ ଅାଜି ପୁଣି ବାଣ ମାରିଛନ୍ତି ଦାମ। ସେ ପୁଣି ତଥାକଥିତ ଢଙ୍ଗରେ ଉଠାଇଛନ୍ତି ଗଡ୍ଫାଦରଙ୍କ କଥା। ଗଡ୍ଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ ବୋଲି ଦାମ କହିଛନ୍ତି। ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମନ୍ତ୍ରୀପଦ ଗଲା ଓ ପଦ ଗଲା ପରେ ସଂପୃକ୍ତ ଅଧିକାରୀ ପୁନଃ ଅବସ୍ଥାପିତ ହେଲେ ବୋଲି ଦାମ କହିଛନ୍ତି। ଏହା କେମିତି ସମ୍ଭବ ହେଲା ତାହା ଖୋଳତାଡ଼ କରିବା ଗଣମାଧ୍ୟମର ଦାୟିତ୍ୱ ବୋଲି […]
ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ […]
ପୋଲିସ ନାଁରେ ସଂଗୀନ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସାଢ଼େ ୧୦ଟା ଯାଏ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ,ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, […]
କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଗତକାଲିଠୁ ବର୍ଷା ଲାଗି ରହିଥିବାରୁ କଟକ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ରାଫେଲ୍ ଡିଲ୍ ମାମଲା। ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ରାଫେଲ୍ ଡିଲ୍କୁ ରଦ୍ଦ କରିବା ସହ ଏନେଇ ମାମଲା ଦାଏର କରିବା ପାଇଁ ଅାବେଦନ ଦାଏର ହୋଇଛି। ଯାହାକୁ ଗ୍ରହଣ କରିଛନ୍ତି ଅଦାଲତ। ମାମଲାର ତ୍ୱରିତ ଶୁଣାଣି ଅାସନ୍ତା ସପ୍ତାହରୁ ପ୍ରଧାନବିଚାରପତିଙ୍କ ବେଞ୍ଚରେ ହେବ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏହି ଡିଲ୍ରେ ଦୁର୍ନୀତି ହୋଇଥିବା ଅାବେଦନରେ ଦର୍ଶା ଯାଇଛି। ସେପଟେ ଘଟଣାକୁ ନେଇ […]
ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାଡରେ ପଦକ ଜିତିଥିବା ଭାରତୀୟ ଅାଥଲେଟମାନଙ୍କୁ ସମ୍ବଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ଅାୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡିଶାର ଦୂତୀ ଚାନ୍ଦ, ହେପଟାଥଲନ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱପ୍ନା ବର୍ମନ, ହିମା ଦାସଙ୍କ ସହ ଅନେକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି। ଏସୀୟ କ୍ରୀଡାରେ ପଦକ ଜିତି ଅନ୍ୟ ମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ଗର୍ଜିଲେ ଶ୍ରମିକ। ରାମଲିଲା ମଇଦାନରେ କିଷାନ ସଂଗଠନ ପକ୍ଷରୁ ସଂଘର୍ଷ ରାଲିର ଆୟୋଜନ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରୁ ଶ୍ରମିକ ଏହି ରାଲିରେ ଯୋଗ ଦେଇଛନ୍ତି। ପାର୍ଲାମେଣ୍ଟ ରୋଡ୍ରୁ ବାହାରି ରାମ ଲିଲା ମଇଦାନ ଯାଏ ଏକ ବିଶାଳ ରାଲିର ଆୟୋଜନ ହୋଇଛି। ଶ୍ରମିକ ଆଇନକୁ କଡ଼ାକଡ଼ି ଲାଗୁ, ସଠିକ୍ ମଜୁରୀ, ଅଧିକ ନିଯୁକ୍ତି ଭଳି ଅନ୍ୟାନ ଦାବିକୁ ନେଇ ଶ୍ରମିକ ସଂଘ ଆନ୍ଦୋଳନ କରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ […]
ଶ୍ରୀନଗର: ସୀମା ଡେଇଁଛି ସମସ୍ତ ଅମାନୁଷିକତା। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ସାବତ ଭାଇ। ଆଉ ତା ପରେ ଏସିଡ୍ ପକାଇ ପୋଡ଼ି ମାରି ଦେଇଛି। ଜାମ୍ମୁ ଓ କାଶ୍ମୀରରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି। ବାରମୁଳା ଜିଲ୍ଲା ବୋନିୟାରର ଜଣେ ୯ ବର୍ଷର ନାବାଳିକା ସହ ଏଭଳି ବର୍ବର କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ ସାବତ ଭାଇ ଏବଂ ତାର କିଛି ସାଙ୍ଗ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ […]
ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍ ହୋଇଛି। ତାମିଲନାଡ଼ୁର ପୂର୍ବତନ ଡିଜିପି ଏସ୍ ଜର୍ଜ ଏବଂ ବହୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି। ୪୦ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଯାଞ୍ଚ କରୁଛି। ମିଳିଥିବା […]
କୋଲକତା : କୋଲକତାର ମାଜେରହାଟ୍ରେ ଓଭରବ୍ରିଜ ଭୁଶୁଡିପଡିଥିବା ଘଟଣାସ୍ଥଳରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। NDRFର ୫ କମ୍ପାନୀ, କୋଲକତା ପୁଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷକୁ ହଟାଇବାପାଇଁ ୭ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଏବେବି ଭଗ୍ନାବଶେଷ ଭିତରେ ଅାହୁରି କିଛି ଗାଡି ଫସି ରହିଯାଇଥିବା ଅାଶଙ୍କା କରାଯାଉଛି। ସେପଟେ ଏହି ଘଟଣାର ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ମଳୟ ଦେଙ୍କ ଅଧ୍ୟକ୍ଷତାରେ […]
କଟକ : ମୋମୋ ଅାଣିଲା ମୃତ୍ୟୁ। ମୋବାଇଲରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍ ଉମର ଗାଁରୁ ଅାସିଛି ଏହି ଅଭିଯୋଗ । ମୃତ ଯୁବକ ହେଉଛନ୍ତି ଉମାକାନ୍ତ ବେହେରା । ଯୁବକ ଜଣଙ୍କ ୨ ମାସ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଅାଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରେ ଦେଖିବାକୁ ମିଳିଥିଲା । ତାଙ୍କ […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କନ୍ଧମାଳ। …