ନୀଳଗିରି: ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ପ୍ରଧାନଶିକ୍ଷକ ବିରୋଧରେ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ନିଜଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ୩ ଜଣ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ସେ ତିନି ଜଣ ଛାତ୍ରୀଙ୍କୁ ବନ୍ଦ କୋଠରୀରେ ମୋବାଇଲ୍ରେ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରିଥିଲେ। ଏହା […]
ମାଲକାନଗିରି: ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିଲାନି ସରକାରୀ ଗାଡ଼ି। ସରକାରୀ ଗାଡ଼ି ଖରାପ କାରଣରୁ ଦେଢ଼ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଅଫିସ୍ ଗଲେ ଅତିରିକ୍ତ ଜିଲ୍ଲାପାଳ। ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ଗତକାଲି ନିଜ ବାସଭବନରୁ ଅଫିସକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସେ କହିଛନ୍ତି, ପୂର୍ବରୁ ସେ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଏକ ଗାଡ଼ି ଦିଆଯାଇଥିଲା। ହେଲେ ଗତକାଲି ସକାଳୁ ସେହି ଗାଡିକୁ ତାଙ୍କ […]
ତେଲକୋଇ: ଧାନ ଖାଇବାକୁ ଆସିଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ଯାଇଥିଲେ ଦୁଇଟି ହାତୀ। ସେଥିରୁ ଗୋଟିଏ ବାହାରି ପଳାଇ ଯାଇଥିବା ବେଳେ ଆଉ ଗୋଟିଏ ରହି ଯାଇଥିଲା। ବନ କର୍ମଚାରୀମାନେ ହାତୀଟିକୁ ସେଠାରୁ ଉଦ୍ଧାର କରି ଥିଲେ। କିନ୍ତୁ ଖାଲରୁ ଉଦ୍ଧାର ହେବା ପରେ ହାତୀଟି ଫରେଷ୍ଟରଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ […]
ଭୁବନେଶ୍ୱର: ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ଆଇନ୍ ଖୁବ୍ଶୀଘ୍ର ବିଧାନସଭାକୁ ସଂଶୋଧନ ପାଇଁ ଆସିବ ବୋଲି ଜଣାପଡ଼ଛି। […]
ଭୁବନେଶ୍ୱର: ବୈତରଣୀରେ ବନ୍ୟା ପରିସ୍ଥିତି। ଏଥିପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ୧୮.୪୭ମିଟର ଉପରେ ଜଳ ପ୍ରବାହିତ ହେଉଛି। ଏଥିଯୋଗୁ ଭଣ୍ଡାରୀ ପୋଖରୀ ବ୍ଲକର ୯ଟି ପଞ୍ଚାୟତ ସହ ଧାମନଗରର ୨୦ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଛି। ସେହିପରି ଧାମନଗର, ଚାନ୍ଦବାଲି, ତିହିଡି ଓ ଭଦ୍ରକ ବ୍ଲକରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି। ଆରଡି- ଯାଜପୁର ଓ ଆରଡି-ଭଦ୍ରକ […]
କଟକ: ଶପିଂ ମଲ୍ରେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍ରେ କାମ କରନ୍ତି। ଆଜି ଅପରାହ୍ନ ୩ଟା ବେଳେ ମଲ୍କୁ ଆସିଥିଲେ। ସମସ୍ତଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପରେ ଶପିଂ ମଲ୍ରେ ଥିବା ଷ୍ଟୋର ରୁମରେ କେହି ନଥିବାର ସୁଯୋଗ ନେଇ ସେ ବେକରେ […]
ବ୍ରହ୍ମପୁର: ବୁଗୁଡ଼ା ଟ୍ରେଜେରୀ ଅଫିସ୍ ହତାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ସାଙ୍ଗ ମିଶି ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ। ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଅଚେତ ହୋଇପଡ଼ିଥିଲେ। ତେବେ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ପୀଡ଼ିତା କହିଥିଲେ। ଟ୍ରେଜେରୀ ଅଫିସ୍ ହତାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଅାଇଏସ୍ ଅାତଙ୍କବାଦୀ। ଅାତଙ୍କବାଦୀ ସଂଗଠନ ଅାଇଏସ୍ର ଦୁଇଜଣ ସନ୍ଦିଗ୍ଧ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍ ଜିଳ୍ଲାର। ଏହି ଅାତଙ୍କବାଦୀମାନଙ୍କର ଇସଲାମିକ୍ ଷ୍ଟେଟ ସଂଗଠନ ସହ ଲିଙ୍କ୍ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ, ୧୦ଟି କାଟ୍ରିଜ୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଏମ୍ଟେକ୍ ପଢୁଥିବା ବେଳେ […]
ଡେରାଡୁନ୍: ଉତ୍ତରାଖଣ୍ଡ ଅଲ୍ମୋରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ତଳକୁ ବସ୍ ଖସି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି। ଭାତ୍ରୋଜ୍ଖାନ-ଭିକିୟାସନ୍ ରାସ୍ତାରେ ଯାଉଥିବା ସମୟରେ ମୋହର୍ନି ନିକଟରେ ବସ୍ଟି ୫୦ଫୁଟ୍ ତଳକୁ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବସ୍ରେ ୩୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
ମାଲକାନଗିରି: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ। ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ୍ ଆମ୍ବୁଲାନ୍ସର ପିଛା କରିଥିଲା। ହେଲେ ପୁଲିସ୍ ହାବୁଡ଼ରୁ ବଞ୍ଚିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିଗଲା। ଏହା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମୁଦୁଲିପଡ଼ା […]
ନୂଆଦିଲ୍ଲୀ: ତେଲ ଦରକୁ ବିରୋଧ କରି ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତକାଲି ଦଳର ନେତାମାନେ ଏକ ସାମ୍ବାଦିକ ସମ୍ବିଳନୀରେ ଏହା ଘୋଷଣା କରିଛନ୍ତି। ଆନ୍ଦୋଳନରେ ସାମିଲ ହେବାପାଇଁ ଅନ୍ୟ ଦଳ ଓ ବିଭିନ୍ନ ସଂଗଠନକୁ ମଧ୍ୟ ଆହ୍ୱାନ କରାଯାଇଛି। ଏହି ଆନ୍ଦୋଳନ ଦିନ ୯ଟାରୁ ଅପରାହ୍ନ ୨ଟା ୩୦ ରୁ ୩ଟା ମଧ୍ୟରେ ହେବ। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷର […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,କନ୍ଧମାଳ, ବରଗଡ଼, ନୂଆପଡ଼ା, ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, କଳାହାଣ୍ଡି ଓ ସୋନପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଦିନ ୧୦ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ […]
ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଗତକାଲି ଛୁଟି ଘୋଷଣା କରିଥିଲେ । ତେବେ ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ସ୍କୁଲ ଛୁଟି ଘୋଷଣା କରିବାର ନିଷ୍ପତ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନେବେ । ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ସହ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ […]
ଭୁବନେଶ୍ୱର : ବର୍ଷା ଦୃଷ୍ଟିରୁ ଆସନ୍ତାକାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅନ୍ୟ ଜିଲ୍ଲାରେ ପାଣିପାଗର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ପାଣିପାଗ ବିଭାଗ କହୁଛି ରାଜ୍ୟରେ ବର୍ଷା ଅାହୁରି ୨୪ ଘଣ୍ଟା ଲାଗି ରହିବ। ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନର ରୂପ ନେଇଛି। ୨୪ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି […]
ଭୁବନେଶ୍ୱର : ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ପାରିତ ହେଲା ସଂକଳ୍ପ। ସଂକଳ୍ପ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଥିବା ବେଳେ ବିପକ୍ଷରେ ଜଣେ ହେଲେ ବି ସଦସ୍ୟ ଭୋଟ୍ ଦେଇ ନଥିଲେ। ଅାଲୋଚନାରେ ଭାଗ ନେଇଥିବା ୧୪ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ସଂକଳ୍ପ ସପକ୍ଷରେ ଯୁକ୍ତି ରଖିଥିଲେ। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ୬ ଜଣ ସଦସ୍ୟ ପ୍ରସ୍ତାବ ବିପକ୍ଷରେ ମତ ରଖିଥିଲେ। ତେବେ ସଂକଳ୍ପ ପାରିତ ହେବା ପରେ […]
ନୂଆଦିଲ୍ଲୀ: ତିନି ବର୍ଷର ଝିଅକୁ ପ୍ରି-ସ୍କୁଲ୍ରେ ଯୌନ ନିର୍ଯାତନା। ଘଟଣାଟି ଆଦୌ ବିଶ୍ୱାସଯୋଗ୍ୟ ହୋଇନଥିଲେ ମଧ୍ୟ ଏମିତି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀର ମୁଖାର୍ଜୀନଗର ଅଞ୍ଚଳରୁ। କୁନି ଝିଅର ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ନର୍ଥୱେଷ୍ଟ ଡେପୁଟି କମିଶନର ଅସଲାମ୍ ଖାନ୍ କହିଛନ୍ତି ଏହି ଘଟଣାକୁ ଆମେ ଅତି ଗୁରୁତର ସହ ନେଇଛୁ। ଏଥିରେ ସ୍କୁଲ୍ର କେହି କର୍ମଚାରୀଙ୍କ ସଂପୃକ୍ତି ଥିବା […]
କେନ୍ଦୁଝର : ବଢିଲା ରସିକିଅା ଜେଲର ଚିନ୍ମୟ ପାତ୍ରଙ୍କ ଅଡୁଅା। କେନ୍ଦୁଝର ବଡବିଲ ଥାନାରେ ରୁଜୁ ହେଲା ମାମଲା। ଅଭିଯୁକ୍ତଙ୍କୁ ଗିରଫ ସହ କାର୍ଯ୍ୟରୁ ସସ୍ପେଣ୍ଡ କରିବାକୁ ଅଭିଯୋଗକାରିଣୀ ଦାବି କରିଛନ୍ତି। ସେପଟେ ଜେଲରଙ୍କ ଅାଉ କିଛି ଅଶ୍ଲୀଳ ଫଟୋ ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଛି। ରଙ୍ଗ୍ ନମ୍ବରରୁ କଲ, ପରେ ପ୍ରେମ ନିବେଦନ ଅାଉ ଚାକିରୀର ମିଥ୍ୟା ପ୍ରଲୋଭନ ଦେଖାଇ ବିବାହିତ ଜେଲର ଚିନ୍ମୟ ପାତ୍ର ମହିଳାଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ। ତେବେ ଏକାଧିକ […]
କୋଲକାତା : କୋଲକାତା ମାଝେରହାଟ୍ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ବଢ଼ିଛି ମୃତକଙ୍କ ସଂଖ୍ୟା। ଅାଜି ଅାଉ ଜଣଙ୍କ ମୃତଦେହ ବ୍ରିଜ୍ ତଳୁ ବାହାରିଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ମେଟ୍ରୋ ରେଳ ପ୍ରକଳ୍ପରେ କାମ କରୁଥିବା ଶ୍ରମିକ। ଦୁର୍ଘଟଣାରେ ଏବେ ଯାଏ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅାହତ ହୋଇଛନ୍ତି। ବ୍ରିଜ୍ ତଳୁ ବହୁ ସଂଖ୍ୟାରେ କାର୍ ଏବଂ ବାଇକ୍ ଉଦ୍ଧାର କରାଯାଇଛି। ଏନ୍ଡିଆର୍ଏଫ୍ ଏବଂ କୋଲକାତା ପୁଲିସ ପକ୍ଷରୁ ଉଦ୍ଧାର […]
ମାଲକାନଗିରି: ନିଜ ସୁରକ୍ଷା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ଗାଁ ଲୋକେ ଏକାଠି ହୋଇ ଧନୁ ତୀର ଧରି ଲାଲ୍ ଦୁର୍ଗକୁ ଜଗିଥିବା ସୂଚନା ମିଳିଛି। ରାତି ପାହିବାଠାରୁ ସଞ୍ଜ ହେବା ପର୍ଯ୍ୟନ୍ତ ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ପଣ କରିଛନ୍ତି। ବିଶେଷ କରି ପଣସପୁଟ ଓ ଜୋନାମ୍ବର ଏହି ଦୁଇଟି ପଞ୍ଚାୟତରେ ଆସୁଥିବା ଗାଁ ଗୁଡ଼ିକୁ ଗ୍ରାମବାସୀମାନେ ଜଗୁଛନ୍ତି। ଅଞ୍ଚଳବାସୀଙ୍କ […]