ଭୁବନେଶ୍ୱର: ଓଡ଼ିଶାର ଶିଳ୍ପାୟନରେ ସ୍ଥାନୀୟ ନେତା ହିଁ ବାଧକ ସାଜୁଛନ୍ତି। ରାଜ୍ୟ ସରକାର ବହୁ ଆଡମ୍ବରରେ ମେକ୍ଇନ୍ ଓଡ଼ିଶାର ଆୟୋଜନ କରୁଥିବାବେଳେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଳିଙ୍ଗନଗର ଶିଳ୍ପ ସଂଘର ସଭାପତି। ମୁଖ୍ୟମନ୍ତ୍ରୀ ନିଜେ ଧ୍ୟାନ ଦେଇ ଶିଳ୍ପପତିଙ୍କୁ ହଇରାଣ ହରକତ ବନ୍ଦ କରିବାକୁ ସେ ଅପିଲ୍ କରିଛନ୍ତି। ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ଭବ୍ୟ ଆୟୋଜନ ହେଉଛି। କିନ୍ତୁ ଅନ୍ୟପଟେ ଶିଳ୍ପ ବନ୍ଦପାଇଁ ପ୍ରାୟୋଜିତ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଶିଳ୍ପାୟନର ଆନ୍ତରିକତା ଉପରେ ବଡ଼ ପ୍ରଶ୍ନ […]
ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମା ଆଜି ପୁଣି ସିଭିସିଙ୍କ ନିକଟରେ ହାଜର ହୋଇଛନ୍ତି। ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଣିଥିବା ଅଭିଯୋଗ ସଂପର୍କରେ ସିଭିସି ତାଙ୍କୁ ପଚରାଉଚରା କରିପାରେ। ହାଇଦ୍ରାବାଦର ମୋଇନ କ୍ୟୁରେସି ଟଙ୍କା ହେର୍ଫେର୍ ମାମଲାରେ ସହଯୋଗୀ ସତୀଶ ସାନା ସିବିଆଇ ତଦନ୍ତରୁ ବଞ୍ଚିବା ପାଇଁ ଆଲୋକ ବର୍ମାଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଆସ୍ଥାନା ଅଭିଯୋଗ କରିଥିଲେ। ଏହାପରେ ସିବିଆଇ ପକ୍ଷରୁ ଆସ୍ଥାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ […]
ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ପୁଲିସ୍ ଅଧିକାରୀ। ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ୪ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଗାଁ ଲୋକଙ୍କ ସହାୟତାରେ ଜଣେ ପୁଲିସ୍ ଅଧିକାରୀ ମୁକୁଳି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ସୋପିଆନ୍ରୁ ୩ ଜଣ ସ୍ପେଶାଲ୍ ପୁଲିସ୍ ଅଫିସର (ଏସ୍ପିଓ) ଓ ଜଣେ କନେଷ୍ଟବଲ୍ଙ୍କୁ ଅପହରଣ କରିଥିଲେ। ଆତଙ୍କବାଦୀମାନେ ପୁଲିସ୍ ଅଧିକାରୀଙ୍କୁ ଚେତାବନୀ ଦେବା ସହ […]
ନୂଆଦିଲ୍ଲୀ: ‘ଇଜ୍ ଅଫ୍ ଡୁଇଙ୍ଗ୍’ ବିଜ୍ନେସରେ ଭାରତ ଜବରଦସ୍ତ ଉନ୍ନତି କରିଛି। ବିଶ୍ୱ ବ୍ୟାଙ୍କ୍ ପ୍ରକାଶ କରିଥିବା ‘ଇଜ୍ ଅଫ୍ ଡୁଇଙ୍ଗ୍’ ବିଜ୍ନେସ୍ରେ ଭାରତ ୨୩ଟି ରାଙ୍କ୍ ଉପରକୁ ଉଠିଛି। ୨୦୧୭ରେ ଭାରତର ରାଙ୍କିଂ ୧୦୦ ଥିବା ବେଳେ ଚଳିତ ବର୍ଷ ଏହା ୭୭ତମ ସ୍ଥାନରେ ରହିଛି। ରାଙ୍କିଂରେ ଏତେ ଉପରକୁ ଲମ୍ଫ ମାରିବାରେ ଏହା ଭାରତର ରେକର୍ଡ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି। ୨୦୧୪ରେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ବେଳେ ଭାରତ ଟପ୍ […]