ମରିନାହିଁ ବରଂ ବଞ୍ଚି ରହି ଏବେ ବି ଆତଙ୍କ ଖେଳାଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗ୍ରୁପର ମୁଖ୍ୟ ବାଗଦାଦି। ଆମେରିକାର ଏକ ଗୁଇନ୍ଦା ସଂସ୍ଥା ଏହି ଦାବି କରିଛି। ଏହା ସହ ଆଇଏସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓର ପ୍ରମାଣ ଆଧାରରେ ବାଗଦାଦି ବଞ୍ଚିଥିବା ସପୃକ୍ତ ଗୁଇନ୍ଦା ସଂସ୍ଥା ଦାବି କରିଛି। ସବୁଠାରୁ ବଡ଼ କଥା ହେଲା ଦୀର୍ଘ ୫ବର୍ଷ ପରେ ପ୍ରଥମ ଥର ପାଇଁ ଅବୁ ବକର୍ ଅଲ୍ ବାଗଦାଦିର ଭିଡିଓ ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ଆଜି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦିଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନ୍ଡିଏରେ ଥିବା ପ୍ରାୟ ସବୁ ଦଳର ମୁଖ୍ୟ ଯୋଗ ଦେବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ, ଜେଡିୟୁ ମୁଖ୍ୟ ଶରଦ ଯାଦବଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୋଦି ଏକ ବିରାଟ ରୋଡ୍ ଶୋ କରି […]
ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗ ଆଡ଼କୁ ଆସୁଥିବା ବାତ୍ୟା ପାଇଁ ତାମିଲନାଡ଼ୁରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ବା ମେ ୧ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ତାମିଲନାଡ଼ୁର ଉତ୍ତର ଉପକୂଳରେ ଲଗାତାର ୨ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ସପ୍ତାହରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗର ତଦନ୍ତ ହେବ। ଏନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏହି କମିଟିକୁ ସିବିଆଇ ମୁଖ୍ୟ, ଦିଲ୍ଲୀ ପୋଲିସ ମୁଖ୍ୟ ଓ ଗୁଇନ୍ଦା ମୁଖ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳାଙ୍କ ପକ୍ଷରୁ ମାମଲା ଲଢିବା ପାଇଁ ଆଇନଜୀବୀ ଉତ୍ସବ ବେନଙ୍କୁ ଦେଢ […]
TET
ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ୨ ଆତଙ୍କବାଦୀ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅନନ୍ତନାଗରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀ ଓ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ସର୍ଚ୍ଚ ଅପରେସନ ବେଳେ ଆଜି ଭୋର ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ମତଦାନ ବେଳେ ବୁଥ୍ ବାହାରେ ଗଣ୍ଡଗୋଳ ହୋଇଛି। ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ସୁରକ୍ଷା ଦୃଷ୍ଟିରେ ବୁଥ୍ର ଚାରି ପାର୍ଶ୍ୱରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ ବୋଲଗଡ଼ କଳାଙ୍ଗ ପଞ୍ଚାୟତର ୧ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ ଦଳ ରିଗିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ […]