• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

diwali
ବାଣ ଫୁଟାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦିଓ ସର୍ବୋଚ୍ଚ ନ୍ୟାୟଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏଥିରେ କିଛି ସର୍ତ୍ତ ଲାଗୁ କରିଛନ୍ତି। କୋର୍ଟ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି, ଯେ ସୀମିତ ଅବଧିରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ କମ୍‌ ପ୍ରଦୂଷଣ କରୁଥିବା ବାଣ ଫୁଟାଇହେବ। ଦୀପାବଳିରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୮ଟାରୁ ୧୦ଟା ଯାଏ ୨ ଘଣ୍ଟାର ଅନୁମତି ମିଳିଛି। ସେହିଭଳି ଖ୍ରୀଷ୍ଟମାସ […]

  • Tuesday, 20 July 2021
train
ଅମୃତସର ଟ୍ରେନ୍‌ ଦୁର୍ଘଟଣା: ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କଲେ ଲୋକେ, କହିଲେ ଏମିତି...

ଅମୃତସର: ରାବଣ ପୋଡ଼ି ବେଳେ ଟ୍ରେନ ମାଡ଼ିଯିବାରୁ ୬୧ ଜଣଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହି ଘଟଣାକୁ ନେଇ ଟ୍ରେନ୍‌ ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ପରେ ପରେ ଲୋକେ ଟ୍ରେନ୍‌ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ତେଣୁ ସେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍‌କୁ ନେଇ ପଳାଇଥିଲେ ବୋଲି ଡ୍ରାଇଭର ବୟାନ ଦେଇଥିଲେ। ତେବେ ପଥର ଫିଙ୍ଗା କଥା ସଂପୂର୍ଣ୍ଣ ମିଛ ବୋଲି ସ୍ଥାନୀୟ କାଉନସିଲର ଶୈଳେନ୍ଦ୍ର […]

  • Tuesday, 20 July 2021
note
ଛପା ହେବନି ୨ ହଜାର ଟଙ୍କା!

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ଦୁଇ ହଜାର ଟଙ୍କିଆ ନୋଟର ଛପା ବନ୍ଦ ହୋଇଯାଇପାରେ। ଏନେଇ ସୂଚନା ଦେଇଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଗର୍ଗ। ବର୍ତ୍ତମାନ ବଜାରରେ ଯଥେଷ୍ଟ ସଂଖ୍ୟକ ଦୁଇ ହଜାର ଟଙ୍କିଆ ନୋଟ୍ ମହଜୁଦ ଅଛି। ଏହାର ପରିମାଣ ଆବଶ୍ୟକଠାରୁ ଅଧିକ ରହିଛି। ତେଣୁ ୨ହଜାର ଟଙ୍କିଆ ନୋଟର ଛପା ନେଇ ଏବେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

  • Tuesday, 20 July 2021
rafel
ସଂସଦରେ ରାଫେଲ୍‌ ତାତି: ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତିକୁ ନେଇ ସଂସଦରେ ଜୋରଦାର ବିତର୍କ ହୋଇଛି। ଫ୍ରାନ୍ସ କମ୍ପାନୀ ସହ ବୁଝାମଣାରେ ଅନିଲ ଅମ୍ବାନିଙ୍କ କମ୍ପାନୀକୁ ଅନୁଗ୍ରହ ଦେଖାଯାଇଛି। ଏଣୁ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ କରାଇବାକୁ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଦାବି କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବାରୁ, ଏବେ କେବଳ ଜେପିସି ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଖଡ୍‌ଗେ କହିଛନ୍ତି। କେବଳ ଏତିକି ନୁହେଁ, ସିଏଜି ରିପୋର୍ଟ, ପ୍ରତିରକ୍ଷା ସଉଦା […]

  • Tuesday, 20 July 2021
Untitled-1
ଆଜି ପୁଣି ୨୧ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୧ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଏଆଇଏଡିଏମ୍‌କେ ର ୭ଜଣ ସାଂସଦ ନିଲମ୍ବିତ ହୋଇଥିବାବେଳେ ଟିଡିପିର ୧୪ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ଡିଟିପିସାସଂଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସାଂସଦ ହଟ୍ଟଗୋଳ କରିଥିବାବେଳେ ଏଆଇଏଡିଏମ୍‌କେ ସାଂସଦ କାବେରୀ ଜଳ ବଣ୍ଟନ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଦସ୍ୟଙ୍କୁ ସେମାନଙ୍କ ଆସନକୁ ଫେରିବାକୁ ଅନୁରୋଧ କରିବା ସତ୍ୱେ […]

  • Tuesday, 20 July 2021
sabarimala
ସବରିମାଳାରେ ଉତ୍ତେଜନା: ମନ୍ଦିରକୁ ମହିଳାଙ୍କୁ ଛାଡ଼ିଲେନି ବିକ୍ଷୋଭକାରୀ

ସବରିମାଳା: କେରଳର ପ୍ରସିଦ୍ଧ ସବରିମାଳା ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ମନ୍ଦିର ଖୋଲିଥିଲା। ତେବେ ଆନ୍ଦୋଳନକାରୀମାନେ ୧୦ରୁ ୫୦ ବର୍ଷ ମଧ୍ୟରେ ବୟସର କୌଣସି ମହିଳାଙ୍କୁ ମନ୍ଦିର ନିକଟକୁ ଛାଡି ନଥିଲେ। ମହିଳା ଭକ୍ତଙ୍କୁ ଆନ୍ଦୋଳନକାରୀ ଜୋରଦାର୍ ବିରୋଧ କରିଥିବା ବେଳେ ଗଣମାଧ୍ୟମର କିଛି ମହିଳା ରିପୋର୍ଟରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, […]

  • Tuesday, 20 July 2021
akbar
ଇସ୍ତଫା ଦେଲେ ଆକବର

ନୂଆଦିଲ୍ଲୀ: #Me Too ଅଭିଯାନ ଫାଶରେ ପଡ଼ି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ. ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ହେଲା ଇସ୍ତଫା ଦେବେନାହିଁ ବୋଲି କହୁଥିବା ଆକବରଙ୍କୁ ଶେଷରେ ପଦ ଛାଡ଼ିବାକୁ ପଡ଼ିଛି। ପଦ ଛାଡ଼ିବା ପରେ ସେ କହିଛନ୍ତି, “ମୋ ବିରୋଧରେ ଆସିଥିବା ଅଭିଯୋଗକୁ ମୁଁ ଏକାକୀ ସାମ୍ନା କରିବି। ତେଣୁ ଏହି ସମୟରେ ସାମ୍ବିଧାନିକ ପଦରେ ରହିବା ଠିକ୍ ହେବ ନାହିଁ।” ଦୁଇ ଦୁଇଟି ଗଣମାଧ୍ୟମ ସଂସ୍ଥାରେ ସଂପାଦକ […]

  • Tuesday, 20 July 2021
mumbai-live
ଏପ୍ରିଲ ସୁଦ୍ଧା ମିଶିବେ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ମିଶ୍ରଣ ହେବ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ନେଇ ଆଜି ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ରେ ଅର୍ଥନୈତିକ ବ୍ୟାପାର କମିଟିରେ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ତିନି ବ୍ୟାଙ୍କର ମିଶ୍ରଣ ପରେ ଏହା ଦେଶର ତୃତୀୟ ବୃହତ ବ୍ୟାଙ୍କ ହେବ। ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର […]

  • Tuesday, 20 July 2021
police
ପୂର୍ବତନ ଜେଡିୟୁ ବିଧାୟକ ରାଜୁ ସିଂହ ଗିରଫ

ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ବିଧାୟକ ରାଜୁ ସିଂହ ଗିରଫ ହୋଇଛନ୍ତି। ଦିଲ୍ଲୀ ବସନ୍ତ କୁଞ୍ଜ ଫାର୍ମ ହାଉସ୍‌ରୁ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍। ନୂଆବର୍ଷ ସେଲିବ୍ରେସନ୍ ବେଳେ ରାଜୁ ନିଜ ବନ୍ଧୁକରୁ ଫାଙ୍କା ଗୁଳି ଚଲାଇଥିଲେ। ଏହି ଗୁଳିଟି ନିକଟରେ ଥିବା ଜଣେ ମହିଳାଙ୍କ ଦେହରେ ବାଜିଥିଲା। ମହିଳା ଜଣଙ୍କ ଗଭୀର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆହତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ରାଜୁ […]

  • Tuesday, 20 July 2021
terrorists killed
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ; ଜଣେ ପୁଲିସ୍‌ କର୍ମଚାରୀ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଫତେହ କଦଲ୍‌ ଅଞ୍ଚଳର ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ଉକ୍ତ ଘରକୁ ଘେରାଉ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲେ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ […]

  • Tuesday, 20 July 2021
kamal-naath
ସଚିବାଳୟରେ ବନ୍ଦେ ମାତରମ୍ ଗାନ ଉପରେ ରୋକ

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ ଦେଖାଦେଇଛି। ସଚିବାଳୟରେ ମାସର ପ୍ରଥମ ଦିନ ‘ବନ୍ଦେ ମାତରମ୍’ ଗାନ୍ ଉପରେ ରୋକ ଲାଗିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ବନ୍ଦେ ମାତରମ୍‌କୁ ଏକ ନୂଆ ରୂପରେ ବ୍ୟବହାର କରାଯିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ଖୁବ୍ କମ ଦିନରେ ସେ ଘୋଷଣା କରିବେ ବୋଲି କମଲନାଥ କହିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ବିଜେପି ବିଧାୟକଙ୍କ ପକ୍ଷରୁ ଆଜି ଭୋପାଳ ସଚିବାଳୟ […]

  • Tuesday, 20 July 2021
ram-mandir
ରାମ ମନ୍ଦିର ନିର୍ମାଣ ନେଇ ମୋଦିଙ୍କ ବୟାନ ପରେ ଭିଏଚ୍‌ପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଭିଏଚ୍‌ପି (ବିଶ୍ୱ ହିନ୍ଦୁ ପରିଷଦ)। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ବଦଳାଇବା ଜରୁରୀ ବୋଲି ଭିଏଚ୍‌ପିର କାର୍ଯ୍ୟକାରୀ ସଭାପତି ଆଲୋକ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ଏନେଇ ଅଧ୍ୟାଦେଶ ଯଥାଶୀଘ୍ର ଆଣିବା ଆବଶ୍ୟକ। ୬୯ ବର୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି ଲୋକେ। ଅକ୍ଟୋବରରେ ରାମ ମନ୍ଦିର ମାମଲା […]

  • Tuesday, 20 July 2021
youtube
ପୂରା ବିଶ୍ୱରେ କିଛି ସମୟ ପାଇଁ ଡାଉନ୍‌ ହେଲା ୟୁଟ୍ୟୁବ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ୱେବ୍‌ସାଇଟ୍‌ ୟୁଟ୍ୟୁବ୍‌ ଆଜି ସକାଳେ କିଛି ସମୟ ପାଇଁ ଅଚାନକ ବନ୍ଦ ହୋଇଯାଇଥିଲା। ୟୁଜର୍ସ ମାନେ ଲଗ୍‌ଇନ୍‌, ଅପଲୋଡ୍‌ କରିବା ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏପରିକି ୟୁଜର୍ସ କୌଣସି ଭିଡିଓକୁ ଦେଖି ପାରୁନଥିଲେ କି ସେୟାର ମଧ୍ୟ କରି ପାରୁନଥିଲେ। ଏନେଇ ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି। ୟୁଟ୍ୟୁବ୍‌ର ସ୍କ୍ରିନ୍‌ ଉପରେ ‘500 Internal Server Error’ ଦେଖିବାକୁ ମିଳିଥିଲା। ଏହି ସମସ୍ୟା ପ୍ରାୟ ପାଖାପାଖି ୪୫ ମିନିଟ୍‌ […]

  • Tuesday, 20 July 2021
lokshabha
ଏଆଇଏଡିଏମ୍‌କେର ୨୬ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଗୃହରେ ହଟ୍ଟଗୋଳ କରିବା ସାସଂଦଙ୍କୁ ମହଙ୍ଗା ପଡ଼ିଛି । ଲୋକସଭା କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଓ ହଟ୍ଟଗୋଳ ଅଭିଯୋଗରେ ଏଆଇଏଡିଏମ୍‌କେ (ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ)ର ୨୬ଜଣ ସାଂସଦଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କୁ ୫ ଦିନ ଯାଏ ଗୃହ କାର୍ଯ୍ୟରୁ ସସ୍‌ପେଣ୍ଡ କରାଯାଇଛି। ଆଜି ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ କାବେରୀ ନଦୀ ଜଳ ବିବାଦକୁ ନେଇ ଏଆଇଏଡିଏମ୍‌କେ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ବିରୋଧ କରିଥିଲେ। […]

  • Tuesday, 20 July 2021
Untitled-1
ରାଫେଲ୍‌ ଡିଲ୍‌ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: ଲୋକସଭାରେ ରାଫେଲ୍‌ ତାତି ଦେଖିବାକୁ ମିଳିଛି। ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଂସଦରେ ରାଫେଲ୍‌ ଡିଲ୍ ନେଇ ଉତ୍ତର ଦେବାର ସାହସ ପ୍ରଧାନମନ୍ତ୍ରୀଙ୍କ ନାହିଁ ବୋଲି ରାହୁଲ କହିଛନ୍ତି। କେବଳ ତାହା ନୁହେଁ ଏହି ପ୍ରସଙ୍ଗରେ ପୂରା ଦେଶ ପିଏମ୍‌ଙ୍କୁ ପ୍ରଶ୍ନ କରୁଛି ବୋଲି କହିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜ ଉତ୍ତର ରଖୁନଥିବା ସେ ଅଭିଯୋଗ କରିଛନ୍ତି।

  • Tuesday, 20 July 2021
pm
ମନ୍ କି ବାତ୍‌ରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୨୦୧୮ର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।    କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି  ପ୍ରଧାନମନ୍ତ୍ରୀ। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ପ୍ରସଙ୍ଗ ଉଠାଇ ଭାରତର ପ୍ରଦର୍ଶନ କୁ ପ୍ରଶଂସା ମଧ୍ୟ କରିଛନ୍ତି। ମୋଦି ମକର ସଂକ୍ରାନ୍ତିର ଶୁଭକାମନା ଜଣାଇବା ସହିତ ୨୦୧୯ ନୂଆ […]

  • Tuesday, 20 July 2021