ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କର ଲୋକପ୍ରିୟତା ଦ୍ୱିଗୁଣିତ ହୋଇଛି। ଭାରତରେ ନୁହେଁ, ଭାରତ ବାହାରେ ବି। ହଙ୍ଗକଙ୍ଗ୍ରେ ମୋଦିଙ୍କ ବିଜୟ ଉତ୍ସବ ଯେପରି ପାଳନ କରାଯାଇଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଙ୍ଗକଙ୍ଗ୍ରେ ଖୁବ୍ ଲୋକପ୍ରିୟ ମୋଦି । ଏଠାରେ ଏକ ସଡ଼କ ମଧ୍ୟ ମୋଦିଙ୍କ ନାମରେ ନାମିତ ହୋଇଛି। ଏହାର ନାମ ରଖାଯାଇଛି ନମୋ ସଡ଼କ(ମୋଦି ରୋଡ୍)। ସେତିକି ନୁହେଁ, ଏଠାରେ ନରେନ୍ଦ୍ର ମୋଦିଙ୍କ ନାମରେ […]
ଭୁବନେଶ୍ୱର: ଏଭେରେଷ୍ଟ ପର୍ବତରେ ପ୍ରାଣ ହାରିଥିବା ପର୍ବତ ରାଣୀ କଳ୍ପନା ଦାଶଙ୍କ ମରଶରୀର ଏଯାଏଁ ଓଡ଼ିଶା ଫେରିପାରିନାହିଁ। ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ରାଜ୍ୟ ସଂଗ୍ରହାଳୟରେ କଳ୍ପନାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେ ସବୁ ଆଜି ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ ସେ ରାଜ୍ୟ ସଂଗ୍ରାହଳୟକୁ ୨୦୧୭ […]
ମୁମ୍ୱାଇ: ବଲିଉଡ୍ର ଦବଙ୍ଗ ଖାନ୍ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଏଥର ସୋନା ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍କୁ ସମାଲୋଚନା କରିଛନ୍ତି। ଏମିତିକି ସେ ସଲମାନଙ୍କୁ ବିଷାକ୍ତ ପୁରୁଷତ୍ୱ ବୋଲି କହିବାକୁ ବି ପଛାଇ ନାହାନ୍ତି। ପୁଣିଥରେ ସୋନା ସଲମାନ୍ଙ୍କୁ ଟ୍ୱିଟର୍ରେ ଟାର୍ଗେଟ୍ କରିଛନ୍ତି। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଏହି ଟ୍ୱିଟ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ […]
ଭୁବନେଶ୍ୱର: ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଲେ ବାୟୁସେନା ମୁଖ୍ୟ ଚିଫ ମାର୍ଶାଲ ବି.ଏସ. ଧାନୋଆ। ୧୯୯୯ କାରଗିଲ ଯୁଦ୍ଧ ସମୟରେ ସଫେଦ ସାଗର ଅପରେସନ ବେଳେ ଆଇଏଏଫ ସ୍କ୍ୱାର୍ଡନ ଲିଡର ଅଜୟ ଆହୁଜା ସହିଦ ହୋଇଥିଲେ। ତାଙ୍କୁ ସମ୍ମାନ ଜଣାଇ ବାୟୁସେନା ମୁଖ୍ୟ ବି.ଏସ. ଧାନୋଆ ମିଗ୍ ୨୧ ଏୟାରକ୍ରାଫ୍ଟ ଉଡାଣ ଭରିଛନ୍ତି। ପଂଜାବର ଭୈସାନା ଏୟାରଫୋର୍ସ ଷ୍ଟେସନରୁ ସେ ଉଡାଣ ଭରିଥିଲ। ଏୟାର ମାର୍ଶାଲ ଆର. ନାମ୍ବିଆର ମଧ୍ୟ ଉଡାଣ […]
ଭୋପାଲ: ଝିଅକୁ ଅଙ୍ଗନବାଡ଼ି ପଠାଇ ସାରା ଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ପଙ୍କଜା ଜୈନ। ଘରୋଇ ସ୍କୁଲ ଅପେକ୍ଷା ଗୋଟିଏ ଛୋଟ ଛୁଆର ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି ସବୁଠୁ ଭଲ ବୋଲି ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାପାଳ ଡକ୍ଟର ଜୈନ। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଜିଲ୍ଲାର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତି […]
ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ। ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି। ସାଧାରଣ ନିର୍ବାଚନରେ ଆରଜେଡି ନୈରାଶ୍ୟଜନକ ପ୍ରଦର୍ଶନ ଭୋଟ୍ ଗଣତି ସମୟରେ ସାମ୍ନାକୁ ଆସିଥିଲା। ଏହାପରେ ଲାଲୁ ମନ ଦୁଃଖ କରି ଖାଇବା ଛାଡ଼ି ଦେଇଥିଲେ। ୨୩ ଓ ୨୪ ତାରିଖରେ କିଛି ଖାଇ ନଥିବା […]
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି। ଆଜିମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ବେଳେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଫିଲ୍ମ କ୍ରିଟିକ୍ ତରନ୍ ଆଦର୍ଶ ଟ୍ୱିଟରରେ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କାର୍ଡିଆକ୍ ଆରେଷ୍ଟ ହେବା ଯୋଗୁ ଗତକାଲି ରାତିରେ ସ୍ଥାନୀୟ ସାଣ୍ଟା କ୍ଲସ୍ ହସ୍ପିଟାଲରେ […]
ରାଞ୍ଚି: ଏକ୍ସପ୍ରେସ୍ରେ ନିଆଁ। ମୁମ୍ବାଇ-ହାୱଡା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସ୍ର ସେକେଣ୍ଡ କ୍ଲାସ୍ ସ୍ଲିପର ଏସ୍-୧୧ ବଗି ତଳୁ ଧୂଆଁ ବାହାରିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମୁମ୍ବାଇରୁ ହାୱଡାକୁ ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍ ଝାଡ଼ଖଣ୍ଡର ଲୋଟପାହାଡ଼ ଓ ଚକ୍ରଧରପୁର ମଝିରେ ଥିବାବେଳେ ଏସ୍-୧୧ ବଗି ତଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଯାତ୍ରୀମାନେ ଚେନ୍ ଟାଣି ଲୋଟପାହାଡ଼ ନିକଟରେ ଟ୍ରେନ୍କୁ ଅଟକାଇବା ସହ ଭୟରେ ଡେଇଁ […]