ମୁମ୍ୱାଇ: ମୁମ୍ବାଇରେ ଜଣେ ଏୟାର ହଷ୍ଟେସଙ୍କୁ ତାଙ୍କ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସହଯୋଗୀଙ୍କ ଆପାର୍ଟମେଣ୍ଟରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପୀଡ଼ିତା ଜଣକ କହିଛନ୍ତି। ଅଭିଯୋଗ ପରେ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଘଟଣା ବେଳେ ଆପାର୍ଟମେଣ୍ଟରେ ଥିବା ଅନ୍ୟ ତିନିଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ପୀଡିତା ଜଣକ ଗତ ସୋମବାର ହାଇଦ୍ରାବାଦରୁ ଆସି ମୁମ୍ବାଇର ଛତ୍ରପତି ଶିବାଜୀ […]
ନୂଆଦିଲ୍ଲୀ: କଂଗ୍ରେସ ପାଇଁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରା ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଇଡି ପକ୍ଷରୁ ଗତକାଲି ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ତଥା ଦୁବାଇର ବ୍ୟବସାୟୀ ପିପି ଥାମ୍ପିଙ୍କୁ ଜେରା କରାଯାଉଥିଲା। ଏହି ସମୟରେ ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା ଜଣାପଡ଼ିଛି। ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସହାୟକ ପିପି ମାଧବନ […]
ପୁଲୱାମା: ସମଗ୍ର ବିଶ୍ୱରେ ପବିତ୍ର ଇଦ-ଉଲ-ଫିତର ପାଳନ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ୨ରୁ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳେ ନିଗୀନା ବାନୋ ଓ ମହମ୍ମଦ ସୁଲତାନ ଘରେ ବସିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେଠାରେ ପହଞ୍ଚି ଆଖିବୁଜା ଗୁଳି ମାଡ଼ କରିଥିଲେ। ଆତଙ୍କୀଙ୍କ ଗୁଳି ମାଡ଼ରେ […]
ନୂଆଦିଲ୍ଲୀ: ଫୁଡ୍ ଏଗ୍ରୀଗେଟର କମ୍ପାନୀ ‘ଜୋମାଟୋ’ ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି କମ୍ପାନୀର ଯେଉଁ ବ୍ୟକ୍ତି ବାପା ହେବେ, ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ। ତା’ସହିତ ତାଙ୍କୁ ୭୦ ହଜାର ଟଙ୍କାର ସହାୟତା ବି ଦିଆଯିବ। ସାଧାରଣତଃ ମହିଳାମାନଙ୍କୁ ମ୍ୟାର୍ଟନିଟି ଲିଭ୍ ମିଳିଥାଏ। କିନ୍ତୁ ଜୋମାଟୋ ପ୍ୟାର୍ଟନିଟି ଲିଭ୍ ବ୍ୟବସ୍ଥା ଆରମ୍ଭ କରିଛି। କଂପାନୀର ଏହି ନିୟମ ସରୋଗେସୀ ଓ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବି ଲାଗୁ […]
ନୂଆଦିଲ୍ଲୀ: ଆଜି ନିଟ୍(ନାସ୍ନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ)ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ସମ୍ପର୍କର ସୂଚନା ଦେଇଛି ଏନ୍ଟିଏ(ନାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି) । ଏହି ପରୀକ୍ଷାକୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ବୋଲି କୁହାଯାଏ। ଏଥିରେ ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛି। ସେ ମୋଟ୍ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଅଛନ୍ତି। ଭୈବିକ ୭୦୦ […]
ଶ୍ରୀନଗର: ପୁଣି ଥରେ ଶ୍ରୀନଗରରେ ପଥର ଫିଙ୍ଗାଳି ମାତିଛନ୍ତି। କିଛି ଦିନର ବ୍ୟବଧାନ ପରେ ଏମାନେ ଜାମ୍ମୁ ଓ କାଶ୍ମୀରରେ ପଥର ଫିଙ୍ଗିବା ସହ ପାକିସ୍ତାନ ପତାକା ଉଡ଼ାଇଛନ୍ତି। ଶ୍ରୀନଗର ସ୍ଥିତ ଜାମିଆ ମସଜିଦ୍ରେ ଇଦ୍ ନମାଜ ପାଠ ପରେ ବିପୁଳ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସେନା ବାହିନୀ ଉପରକୁ ଆକ୍ରମଣ କରିଛନ୍ତି। ସେନା ଉପରକୁ ପଥର, ଢେଲା ଫିଙ୍ଗିବା ସହ ଆକ୍ରମଣ କରିଛନ୍ତି। ଏହାସହ ପାକିସ୍ତାନ, ଆଇଏସ୍ଆଇଏସ୍ ପତାକା ଖୋଲାଖୋଲି ଭାବେ ପ୍ରଦର୍ଶନ କରିଛନ୍ତି। […]
ଜୟପୁର: ରାଜସ୍ଥାନ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏକ ବୈଠକ ବେଳେ ପର୍ଣ୍ଣ ଭିଡିଓ ଚାଲିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଗତ ସୋମବାର ସଚିବାଳୟର ଏନ୍ଆଇସି ରୁମ୍ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ମୁଗ୍ଧା ସିହ୍ନା ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ କରୁଥିଲେ। ଏଥିରେ ଭିଡିଓ କନ୍ଫରେସିଂ ମାଧ୍ୟମରେ ସବୁ ଜିଲ୍ଲାରର ଅଧିକାରମାନେ ବି ସାମିଲ ହୋଇଥିଲେ। ବୈଠକରେ […]
ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଚାହା ପିଇବାକୁ ଆପଣଙ୍କ ଇଚ୍ଛା ଅଛି କି? ଆପଣ କହିବେ ଏହା ଅସମ୍ଭବ। କିନ୍ତୁ ନା, ଏହା ମଧ୍ୟ ସମ୍ଭବ। ଏପରି ସ୍ୱପ୍ନ ବି ପୂରଣ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ଭଳି କି ଭଳି ଯୋଜନା ନେଇ ଆସୁଥିବା ମୋଦି ସରକାର ଏବେ ଏହି ନୂଆ ଉପାୟ ଆପଣାଇଛନ୍ତି। ହେଲେ କେଉଁମାନେ ଏପରି ସୁଯୋଗ ପାଇ ପାରିବେ ଜାଣିଛନ୍ତି, କି? ସବୁଠୁ ଅଧିକ ଟ୍ୟାକ୍ସ ପଇଠ କରୁଥିବା ବ୍ୟକ୍ତି ପାଇବେ […]
ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ କରି ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜିଅନ୍ତା ଜାଳିଦେବା ମାମଲାରେ ତାଙ୍କୁ ଯୋଡ଼ିବାକୁ ଉଦ୍ୟମ ହେଉଛି। ଏପରି କରି ସଂଖ୍ୟାଲଘୁଙ୍କ ପ୍ରିୟ […]
ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ। ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ନିର୍ମାଣାଧୀନ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏହାର କାମ ଏବେ ଜୋରସୋରରେ ଚାଲିଛି ଏବଂ ଆସନ୍ତା ଅଗଷ୍ଟରେ ଏହା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ରାଜସ୍ଥାନର ନାଥଦ୍ୱାରା ନିକଟସ୍ଥ ଗଣେଶ ଟିକ୍ରିଠାରେ ନିର୍ମାଣ କରାଯାଉଥିବା ଏହି ମୂର୍ତ୍ତିରେ ୨୫୦୦ ଟନ୍ ରିଫାଇନ୍ ଇସ୍ପାତ ବ୍ୟବହାର […]
କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍ ଥ୍ରୀଲର୍ ଫିଲ୍ମ କଥା ଭାବୁଥିବେ। କିନ୍ତୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ଜଣେ କୁଖ୍ୟାତ୍ ଓ ବିକୃତ ମାନସିକତାର ସିରିଏଲ୍ ହତ୍ୟାକାରୀକୁ ପୁଲିସ୍ ଗିରଫ କରିଛି। ଉକ୍ତ ଅଭିଯୁକ୍ତର ନାଁ କାମରୁଜମାନ ସରକାର। ତା’କୁ ପୁଲିସ୍ ଗିରଫ କରିବା ପରେ ୧୨ ଦିନିଆ ରିମାଣ୍ଡରେ ନେଇଛି। ସରକାର ଏକ ଛୋଟିଆ ସ୍କ୍ରାପ୍ […]