ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଆଣିବାକୁ ଫିନଲ୍ୟାଣ୍ଡ ଯାଉଥିବା ସ୍ୱତନ୍ତ୍ର ବିମାନର ପାଇଲଟ୍ଙ୍କ ଏକ ଅଜବ କାଣ୍ଡ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ସେ ବାଂଲାଦେଶରୁ ସ୍ୱତନ୍ତ୍ର ବିମାନ ନେଇ ଫିନଲ୍ୟାଣ୍ଡ ଯିବାର ଥିଲା। ସେଠାରେ ସେ ୩ଟି ଦେଶ ଗସ୍ତରେ ଥିବା ବାଂଲା ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ସ୍ୱଦେଶ ଆଣିଥାଆନ୍ତେ। ହେଲେ କତାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଇଲଟ୍ ଜଣଙ୍କ ବିନା ପାସ୍ପୋର୍ଟରେ ଯାଉଥିବା ଜଣାପଡ଼ିଥିଲା। ପାସ୍ପୋର୍ଟ ନଥିବାରୁ ବାଂଲାଦେଶ ଏୟାରଲାଇନ୍ସର ଏହି […]
କାଠମାଣ୍ଡୁ: ହିମାଳୟରେ ଦୁର୍ଲଭ ଔଷଧୀୟ ବୃକ୍ଷରୁ ମିଳୁଥିବା ‘ହିମାଲୟାନ ଭାଏଗ୍ରା’ ନାଁରେ ପରିଚିତ ଏକ କାମୋଦ୍ଦୀପକ ଜଡ଼ିବୁଟି ୟସରଗୁମ୍ବା ଖୋଜିବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ହିମାଳୟାନ ଭାଏଗ୍ରା ଖୋଜିବା ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ସେ ତାଙ୍କ ମା’ଙ୍କ ସହ ହିମାଳୟ ପର୍ବତ ଉପରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ନେପାଳର ଡୋଲପା ଜିଲ୍ଲାରେ […]
ଶିମ୍ଲା: ଗତକାଲି ଶିମଲା ଲକ୍କଡ୍ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ ହେବା ସହ ଧୂଆଁ ବାହାରିଥିଲା। ସୂଚନା ମୁତାବକ, ଲକ୍କଡ ବଜାରର ବସଷ୍ଟାଣ୍ଡ ନିକଟରେ ଥିବା ଏକ କାଠ ତିଆରି ୬ ମହଲା ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଏହା ପାଖରେ ଥିବା ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଏବେ ଭୟଙ୍କର ଥିଲା ଯେ, ୬ ମହଲା ଘରଟି ସଂପୂର୍ଣ୍ଣ ଭୁଶୁଡି ପଡିଛି। ତେବେ ଘରେ […]
ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍ ସହ ଚୁକ୍ତି କରିଛନ୍ତି। ଏହି ବୋମାକୁ ବ୍ୟବହାର କରି ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। ବୋମା ପାଇଁ ଇସ୍ରାଏଲ୍ ସହ ୩୦୦ କୋଟି ଟଙ୍କାର ଡିଲ୍ ହୋଇଛି। ଆସନ୍ତା ୩ମାସ ମଧ୍ୟରେ […]
ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ୁଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଥିବା ଏଏନ୍-୩୨ ବିମାନର କୌଣସି ପତ୍ତା ମିଳିପାରୁ ନାହିଁ। ବାୟୁସେନା, ସ୍ଥଳ ସେନା ଓ ଇସ୍ରୋ ସର୍ଚ୍ଚ ଅପରେସନ କରୁଛନ୍ତି, ହେଲେ ବିମାନ କିମ୍ବା ଏହା ମଧ୍ୟରେ ଥିବା ୧୩ ଜଣଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଏବେ ନିଖୋଜ ବିମାନ ସନ୍ଧାନରେ ମାନବ ବିହୀନ ଡ୍ରୋନ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ସୋମବାର ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ […]
ନୂଆଦିଲ୍ଲୀ: ଏନ୍ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନିଆରା ପ୍ରୟାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯେଉଁ ଟିକସଦାତାମାନେ ଠିକ୍ ସମୟରେ ଟିକସ ପୈଠ କରିବେ ସେମାନଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ସରକାର ଖୁବ୍ ଶୀଘ୍ର ଏକ ନୂତନ ସ୍କିମ୍ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସାଙ୍ଗରେ ଚା’ […]
ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇ ପଡ଼ିଥିବା ଭଳି ମନେ ହେଉଛି। ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍ ମନ୍ତ୍ରୀ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦି-୨ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥଙ୍କ ବଦଳରେ ଶାହଙ୍କ ଉପରେ ବେଶୀ ଭରସା […]
ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଦି ସରକାର ଘୋଷଣା କରନ୍ତୁ ବୋଳି ଆଜି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଦାବି କରିଛନ୍ତି। ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ଯେ “ରାମଜନ୍ମଭୂମି ନ୍ୟାସ କିମ୍ବା ଭିଏଚପି ଦ୍ୱାରା ମୋଦି ସରକାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଘୋଷଣା କରନ୍ତୁ। ଏବେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଛି। ଅଯୋଧ୍ୟାରେ ଥିବା ୬୭.୭୦୩ ଏକର […]
ଭୁବନେଶ୍ୱର: ଭାତୀୟ ରିଜର୍ଭ ବ୍ୟାଙ୍କ(ଆର.ବି.ଆଇ) ପ୍ରତି ଦୁଇ ମାସରେ ଥରେ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକ କରିଥାଏ। ସେଥିରେ ସୁଧହାର, ବୈଧାନିକ ଜମାରାଶି, ନଗଦ ଜମାରାଶି ଭଳି କେତେକ ପାଣ୍ଠିର ପରିମାଣ ବା ପ୍ରତିଶତ କେତେ ରହିବ, ତାହା ନିର୍ଦ୍ଧାରଣ କରାଯାଏ। ଆପଣ ଅନେକ ସମୟରେ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, କ୍ୟାଶ ରିଜର୍ଭ ରେସିଓ(ସି.ଆର.ଆର୍), ଷ୍ଟାଚ୍ୟୁଟରି ଲିକ୍ୱିଡିଟି ରେସିଓ(ଏସ୍.ଏଲ୍.ଆର୍.) ଭଳି କେତୋଟି ବ୍ୟାଙ୍କ ସମ୍ବନ୍ଧୀୟ ଟର୍ମ ଶୁଣିଥିବେ। ସେହିପରି ରେପୋ ରେଟ୍ ହ୍ରାସ ହେବା […]
ହାଇଦ୍ରାବାଦ୍: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଏକ ମନଛୁଆଁ ଏବଂ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ ମୋହନ ସରକାରୀ କାମରେ ବିଶାଖାପଟନମ ଏୟାରପୋର୍ଟ ନିକଟରେ ଯାଉଥିବା ବେଳେ ହଠାତ୍ ରାସ୍ତାରେ ଛିଡ଼ା ହୋଇଥିବା କିଛି ପିଲାଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା। ସେ ତୁରନ୍ତ ନିଜ କନଭୟକୁ ରାସ୍ତା ଉପରେ ଅଟକାଇ ପିଲାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିଲାମାନେ ତାଙ୍କ ସହିତ ଥିବା ୧୫ […]
ବେଙ୍ଗାଲୁରୁ: ଜୀବନରେ କିଛି ଲକ୍ଷ୍ୟ ନେଇ ଆଗକୁ ବଢିଲେ, ଯେକୌଣସି ପ୍ରତିକୂଳ ପରିସ୍ଥିତି ମଧ୍ୟ ବାଧା ସୃଷ୍ଟି କରିପାରେ ନାହିଁ। ନିଜ ଇଚ୍ଛାଶକ୍ତିକୁ ଦୃଢ କଲେ ଆପଣ ଯେକୌଣସି ସ୍ଥିତିର ବି ମୁକାବିଲା କରିପାରିବେ। ଏପରି ଜଣେ ମହିଳା ହେଉଛନ୍ତି ବେଙ୍ଗାଲୁରୁର ୬୮ ବର୍ଷୀୟା ଜନେତ୍ ୟଗ୍ନେଶ୍ୱରନ। ଏ ବୟସରେ ବି ସେ ନିଜ ଅଞ୍ଚଳ ତଥା ରାଜ୍ୟକୁ ସବୁଜିମାରେ ପରିପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା […]
ମୁମ୍ୱାଇ: ମୁମ୍ବାଇରେ ଜଣେ ଏୟାର ହଷ୍ଟେସଙ୍କୁ ତାଙ୍କ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସହଯୋଗୀଙ୍କ ଆପାର୍ଟମେଣ୍ଟରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପୀଡ଼ିତା ଜଣକ କହିଛନ୍ତି। ଅଭିଯୋଗ ପରେ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଘଟଣା ବେଳେ ଆପାର୍ଟମେଣ୍ଟରେ ଥିବା ଅନ୍ୟ ତିନିଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ପୀଡିତା ଜଣକ ଗତ ସୋମବାର ହାଇଦ୍ରାବାଦରୁ ଆସି ମୁମ୍ବାଇର ଛତ୍ରପତି ଶିବାଜୀ […]
ନୂଆଦିଲ୍ଲୀ: କଂଗ୍ରେସ ପାଇଁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରା ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଇଡି ପକ୍ଷରୁ ଗତକାଲି ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ତଥା ଦୁବାଇର ବ୍ୟବସାୟୀ ପିପି ଥାମ୍ପିଙ୍କୁ ଜେରା କରାଯାଉଥିଲା। ଏହି ସମୟରେ ସେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା ଜଣାପଡ଼ିଛି। ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସହାୟକ ପିପି ମାଧବନ […]
ପୁଲୱାମା: ସମଗ୍ର ବିଶ୍ୱରେ ପବିତ୍ର ଇଦ-ଉଲ-ଫିତର ପାଳନ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ୨ରୁ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳେ ନିଗୀନା ବାନୋ ଓ ମହମ୍ମଦ ସୁଲତାନ ଘରେ ବସିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେଠାରେ ପହଞ୍ଚି ଆଖିବୁଜା ଗୁଳି ମାଡ଼ କରିଥିଲେ। ଆତଙ୍କୀଙ୍କ ଗୁଳି ମାଡ଼ରେ […]
ନୂଆଦିଲ୍ଲୀ: ଫୁଡ୍ ଏଗ୍ରୀଗେଟର କମ୍ପାନୀ ‘ଜୋମାଟୋ’ ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି କମ୍ପାନୀର ଯେଉଁ ବ୍ୟକ୍ତି ବାପା ହେବେ, ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ। ତା’ସହିତ ତାଙ୍କୁ ୭୦ ହଜାର ଟଙ୍କାର ସହାୟତା ବି ଦିଆଯିବ। ସାଧାରଣତଃ ମହିଳାମାନଙ୍କୁ ମ୍ୟାର୍ଟନିଟି ଲିଭ୍ ମିଳିଥାଏ। କିନ୍ତୁ ଜୋମାଟୋ ପ୍ୟାର୍ଟନିଟି ଲିଭ୍ ବ୍ୟବସ୍ଥା ଆରମ୍ଭ କରିଛି। କଂପାନୀର ଏହି ନିୟମ ସରୋଗେସୀ ଓ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବି ଲାଗୁ […]