• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

chokashi
କୋର୍ଟରେ ହାଜର ହେବାକୁ ଅରାଜି ମେହୁଲ

ନୂଆଦିଲ୍ଲୀ: ଭାରତରୁ ଫେରାର ବ୍ୟବସାୟୀ ମେହୁଲ ଚୋକସୀ କୋର୍ଟରେ ହାଜର ହେବାକୁ ରାଜି ନୁହନ୍ତି। କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହିତ ସମ୍ପୃକ୍ତ ଏହି ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ  କୋର୍ଟରେ ହାଜର ହୋଇପାରିବେନି ବୋଲି ଜଣାଇଛନ୍ତି। ୪୧ ଘଣ୍ଟା ଧରି ବିମାନ ଯାତ୍ରା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆଣ୍ଟିଗୁଆରେ ରହୁଥିବା ମେହୁଲ ମୁମ୍ବାଇ ସେସନ୍‌ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଭିଡିଓ କନ୍‌ଫରେସିଂ ଜରିଆରେ ହାଜର ହେବାକୁ କୋର୍ଟ୍‌କୁ […]

  • Tuesday, 20 July 2021
md
ମଧ୍ୟପ୍ରଦେଶରେ ଶପଥ ନେଲେ ୨୮ଜଣ ମନ୍ତ୍ରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ଉତ୍ସବରେ ୨୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ୧୭ ତାରିଖରେ ଏକୁଟିଆ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ଅନ୍ୟ ୨୮ ଜଣ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହଙ୍କ ସହିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। କମଲନାଥଙ୍କ ୧୧, ଦିଗବିଜୟଙ୍କ ୯ ଏବଂ ସିନ୍ଧିଆଙ୍କ ସହିତ ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ […]

  • Tuesday, 20 July 2021
Untitled-1
ସିଦ୍ଧୁଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ଚଣ୍ଡିଗଡ଼: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍ ନବଜୋତ ସିଂହ ସିଦ୍ଧୁଙ୍କୁ ଘେରିଛି ବିଜେପି ଯୁବ ମୋର୍ଚ୍ଚା। ଅମ୍ରିତସରରେ ସିଦ୍ଧୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା। କେବଳ ସେତିକି ନୁହେଁ ସିଦ୍ଧୁଙ୍କ ବିରୋଧରେ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ମଧ୍ୟ କରାଯାଇଛି। ପୁଲଓ୍ୱାମା ଆକ୍ରମଣକୁ ନେଇ ସିଦ୍ଧୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣକୁ ସିଦ୍ଧୁ କଡ଼ା ନିନ୍ଦା କରିଥିଲେ […]

  • Tuesday, 20 July 2021
pm modi ..
ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୪ ତମ ଜନ୍ମ ବାର୍ଷିକୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

  • Tuesday, 20 July 2021
tsunami
ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ; ୪୩ ମୃତ, ୬୦୦ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୬୦୦ ଜଣ ଆହତ ହୋଇଛନ୍ତି। କେବଳ ସୁନ୍ଦା ଷ୍ଟ୍ରେଟ୍‌ରେ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୪ଜଣ ଆହତ ହୋଇଛନ୍ତି। ୨ଜଣ ନିଖୋଜ ମଧ୍ୟ ଅଛନ୍ତି। କ୍ରାକ୍‌ଟୋଆ ଆଗ୍ନେୟଗିରିରେ ହଠାତ୍‌ ଆଗ୍ନେୟ ଉଦ୍‌ଗିରଣ ହେବା ଫଳରେ ସମୁଦ୍ର ଭିତରେ ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ଭୟଙ୍କର ସୁନାମୀ ଆସିଥିଲା ବୋଲି କୁହାଯାଉଛି। ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ) ବେଳେ ଦକ୍ଷିଣ ସୁମାତ୍ରା ଓ […]

  • Tuesday, 20 July 2021
lalu yadav
IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ମୁଖ୍ୟ ଲାଲୁ ଯାଦବଙ୍କୁ ଆଶ୍ୱସ୍ତି। IRCTC ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ଲାଲୁଙ୍କ ବିରୋଧରେ ମାମଲା ହୋଇଥିଲା। ଏହା ପୂର୍ବରୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ କୋର୍ଟ ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ତେବେ ଇଡି […]

  • Tuesday, 20 July 2021
President's Rule
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ୬ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ୍‌ରେ ଗତକାଲି ଏହା ନିଷ୍ପତ୍ତି ହୋଇଛି। ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ ଜମ୍ମୁ ଓ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସୁପାରିସ ସହ କେନ୍ଦ୍ର ନିକଟକୁ ରିପୋର୍ଟ ପଠାଇଥିଲେ। ଏହାପରେ କେନ୍ଦ୍ର କ୍ୟାବିନେଟ୍‌ ଏହି […]

  • Tuesday, 20 July 2021
lootera
ବ୍ୟାଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ,ଧରାପଡ଼ିଲେ ୬ଲୁଟେରା

କଟକ: ବ୍ୟାଙ୍କ ଲୁଟ୍ ଉଦ୍ୟମ କରିଥିବା ୬ ଡକାୟତଙ୍କ ଉଦ୍ୟମ ପଣ୍ଡ ହୋଇଛି। ପୁଲିସ୍‌ର କୌଶଳ କ୍ରମେ ଲୁଟେରାଙ୍କ ଯୋଜନା ଫସରଫାଟି ଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ବ୍ରାହ୍ମଣସାଇଲୋ ଅଞ୍ଚଳରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏକ ଶାଖାରୁ ଏହି ଲୁଟେରାମାନେ ଟଙ୍କା ଚୋରାଇ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ୍ ସୁରାକ୍ ପାଇ ଚଢ଼ାଉ କରି ଉକ୍ତ ୬ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ୍‌ର […]

  • Tuesday, 20 July 2021
congress
ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି କଂଗ୍ରେସ ପକ୍ଷରୁ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହିତ ଆତଙ୍କ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମନମୋହନ। ସେହିପରି ଘଟଣାକୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କହିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧି। ଦେଶର ଏକତାକୁ ଭାଙ୍ଗିବାକୁ  ଆତଙ୍କବାଦୀ ଚେଷ୍ଟା କରୁଛନ୍ତି, ହେଲେ କୌଣସି ବି ଶକ୍ତି […]

  • Tuesday, 20 July 2021
kalpa-news
ବଡ଼ ଭୁଲ୍‌ କରିଦେଲେ ଆତଙ୍କବାଦୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କୁ ବରଦାସ୍ତ କରାଯିବନି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଜି ଖୋଲାଖୋଲି ପାକିସ୍ତାନକୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀମାନେ ବଡ଼ ଭୁଲ୍‌ କରି ଦେଇଛନ୍ତି। ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ସାରା ଦେଶ ଏବେ ଏକାଠି ହୋଇ ଆତଙ୍କବାଦୀଙ୍କ ମୁକାବିଲା କରୁଛି। ଯେଉଁ ରାସ୍ତାରେ ପଡ଼ୋଶୀ […]

  • Tuesday, 20 July 2021
internet
ପାକିସ୍ତାନକୁ ଏକଘରିକିଆ କରାଯିବ: ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପଛରେ ଯିଏ ଥିବ, ତାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହା କହିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ସମ୍ପର୍କରେ ଜେଟ୍‌ଲୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ପୁଲଓ୍ୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ଏଥିପାଇଁ ଏହି ପଡ଼ୋଶୀ ରାଷ୍ଟ୍ରକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିକିଆ କରିବା ଲାଗି […]

  • Tuesday, 20 July 2021
cabinate
ପୁଲୱାମା ଆକ୍ରମଣ: ଚାଲିଛି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ଆତଙ୍କବାଦୀ ଆକ୍ରମଣ ପରେ କ’ଣ ହେବ ଭାରତର ଆଭିମୁଖ୍ୟ। କ’ଣ ହେବ ଆଗାମୀ ରଣନୀତି ସେ ନେଇ ଏହି ବୈଠକରେ ଆଲୋଚନା ହେବ। ଗୃହ ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବୈଠକରେ ଯୋଗ ଦେଇଛନ୍ତି। ସେହିପର […]

  • Tuesday, 20 July 2021