ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଜି ପୁଣିଥରେ କକ୍ପେଟ୍କୁ ଫେରିଛନ୍ତି। ଆଜି ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଏକାଠି ମିଗ୍-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଆଜି ପଞ୍ଜାବର ପଠାନକୋଟ୍ ଏୟାରବେସ୍ରୁ ହିଁ ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ଉଡ଼ାଣ ଭରିଥିଲେ। ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର […]
ନୂଆଦିଲ୍ଲୀ: କୁନି ଶିଶୁର କଥା ମାନି କଣ୍ଢେଇର ଚିକିତ୍ସା କଲେ ଡାକ୍ତର। ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର କୁନି ଶିଶୁର କଥା ମାନିଲେ। ଶିଶୁଟିର କହିବାନୁସାରେ ଡାକ୍ତର ପ୍ରଥମେ ପ୍ରିୟ କଣ୍ଢେଇର ବ୍ୟାଣ୍ଡେଜ କଲେ ଏବଂ ପରେ ଅସୁସ୍ଥ କୁନି ଶିଶୁର ବ୍ୟାଣ୍ଡେଜ୍ ହେଲା। ଏପରି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଘଟଣା ଘଟିଛି ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ। ଚିକିତ୍ସା ପାଇଁ ଅଣାଯାଇଥିବା ୧୧ ମାସର କୁନି ଶିଶୁକନ୍ୟାର ଗୋଡ଼ରେ ପ୍ଲାଷ୍ଟର ଲଗାଯିବାର ଥିଲା। […]
ନୂଆଦିଲ୍ଲୀ: ଭାରତ ସହ ସର୍ତ୍ତମୂଳକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ରାଜି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ଏନେଇ ପାକ୍ ସରକାର ପ୍ରସ୍ତୁତ ଥିବା କହିଛନ୍ତି କ୍ୟୁରେସି କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିଦେଇଥିବା ବିବାଦ ମଧ୍ୟରେ ଏଭଳି ବୟାନ ରଖିଛନ୍ତି କ୍ୟୁରେସି। ଏନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କ୍ୟୁରେସି ଏହା ବି କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ […]
କୋଲକାତା: ମୋବ୍ ଲିଞ୍ଚିଂ ବା ଭିଡ଼ ହିଂସା ବିରୋଧରେ କଠୋର ହେଲେ ପଶ୍ଚିବଙ୍ଗଳା ସରକାର। ଏଣିକି ଭିଡ଼ ହିଂସାରେ କାହାର ଜୀବନ ଗଲେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏନେଇ ପଶ୍ଚିମବଙ୍ଗଳା ବିଧାନସଭାରେ ଏକ ଆଇନ୍ ପାସ୍ ହୋଇଛି। ଯାହାଦ୍ୱାର ଭିଡ଼ି ହିଂସାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଭିଡ଼ ହିଂସା ପାଇଁ ପଶ୍ଚିମବଙ୍ଗଳା ସରକାର ଆଣିଥିବା ପ୍ରିଭେନସନ୍ ଅଫ୍ ଲିଞ୍ଚିଂ ବିଲ୍ […]
ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। https://www.facebook.com/100010429608213/videos/934931433531168/ ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, […]
ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ। ଏହି ବର୍ଷ ଜିଡିପି ୪.୯%କୁ ଖସିଆସିଥିଲା। ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। କୋର୍ଟ ଚିଦାମ୍ବରମ୍ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍ଙ୍କ ଅନ୍ତରୀଣ […]
ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତେବେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ସେ ଏଥିପାଇଁ ପ୍ରଳାପ କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ। ଲଦାଖ ଗସ୍ତ ଅବସରରେ ଆଜି ରାଜନାଥ କହିଛନ୍ତି, ପଡ଼ୋଶୀ ଭାବେ ପାକିସ୍ତାନକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ କାଶ୍ମୀର ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ଚେତାଇ ଦେଇଛନ୍ତି ରାଜ୍ନାଥ। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ […]
ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ବାଚାଳ ପ୍ରାୟ ହୋଇଯାଇଥିବା ପାକିସ୍ତାନ ଆଉ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଛି। ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଗଜନବୀ କ୍ଷେପଣାସ୍ତ୍ରକୁ ଗତକାଲି ପରୀକ୍ଷା କରିଛି ପାକିସ୍ତାନ। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ ହେଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ଏହା ପରମାଣୁ ଅସ୍ତ୍ର ବହନ କରିବା କ୍ଷମତା ରଖୁଛି। ଗତକାଲି ରାତିରେ ସଫଳତାର ସହ ଏହି ପରୀକ୍ଷଣ କରାଯାଇଥିବା ପାକିସ୍ତାନ ଡିଜି ISPR ପକ୍ଷରୁ ଟୁଇଟ୍ କରି ଭିଡିଓ […]