ଇସ୍ଲାମାବାଦ: ଭାରତ ପୂର୍ବରୁ ଯାହା କହି ଆସୁଥିଲା, ଏବେ ସେକଥା ଖୋଦ୍ ଜଣେ ପାକିସ୍ତାନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। କେବଳ ଭାରତ ନୁହେଁ, ପୂରା ବିଶ୍ୱ ମଧ୍ୟ ବହୁ ବର୍ଷ ଆଗରୁ ଯେଉଁ କଥା କହୁଥିଲା, ଏବେ ସେକଥା ସତ ପ୍ରମାଣିତ ହୋଇଛି। ପାକିସ୍ତାନ ସରକାରଙ୍କ ବସ୍ ଭାବେ ଦେଶର ଆର୍ମି କାମ କରୁଛି ଏବଂ ଦେଶର ସେନା କଥାରେ ଇମ୍ରାନ୍ ସରକାର ପରିଚାଳିତ ବୋଲି ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ କହିଛନ୍ତି। ପାକିସ୍ତାନ ଆର୍ମି ତାଙ୍କୁ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କାଶ୍ମୀରକୁ ନେଇ ଟକରାଟକରି ଚାଲିଛି। ଏହି ସବୁ ଭିତରେ ଆସନ୍ତାକାଲି ଭାରତୀୟ ବାୟୁସେନାରେ ୮ଟି ଆମେରିକା ନିର୍ମିତ ଆପାଚ୍ ହେଲିକପ୍ଟର ସାମିଲ ହେବ। ଏହା ବାୟୁସେନାର ଯୁଦ୍ଧ କରିବା କ୍ଷମତାକୁ ଆହୁରି ବଢ଼ାଇଦେବ। ଏହି ଆପାଚ୍ ଏଚ୍-୬୪ଇ ଆକ୍ରମଣକାରୀ ହେଲିକପ୍ଟରକୁ ଆସନ୍ତାକାଲି ପଠାନକୋଟ୍ ଠାରେ ବାୟୁସେନାରେ ସାମିଲ କରାଯିବ। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଯୋଗଦେବେ। ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆପାଚ୍ ଏଚ୍-୬୪ଇ ହେଲିକପ୍ଟରକୁ […]
ଇସ୍ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍ ଯୋଗାଇ ଦେଇଛି ଇସ୍ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍ଲାମାବାଦର ସବ୍ ଜେଲ୍ରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ୩ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ପ୍ରଥମଥର ପାଇଁ ଭାରତୀୟ […]
ନୂଆଦିଲ୍ଲୀ: ପ୍ରଥମଥର କ୍ଷମତା ଦଖଲ କରିବା ପରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସମ୍ମାନିତ ହେବେ। ଏହି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ମାସ ଶେଷ ଆଡ଼କୁ ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ହିଁ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ। ପିଏମଓର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର […]
ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଆଜି ସଫଳତା ପୂର୍ବକ ଚନ୍ଦ୍ରଯାନ-୨ର ଅର୍ବିଟର୍ରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା ଅଲଗା ହୋଇଛନ୍ତି। ଏବେ ସେପ୍ଟେମ୍ବର ୭ରେ ବିକ୍ରମ ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ରାତି ୧.୫୫ରେ ହିଁ ବିକ୍ରମ ଚନ୍ଦ୍ରରେ ପ୍ରବେଶ କରିବ। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧.୩୫ରେ ଚନ୍ଦ୍ରଯାନ-୨ର ଅର୍ବିଟର୍ରୁ ବିକ୍ରମ ଅଲଗା […]
ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଜି ପୁଣିଥରେ କକ୍ପେଟ୍କୁ ଫେରିଛନ୍ତି। ଆଜି ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଏକାଠି ମିଗ୍-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଆଜି ପଞ୍ଜାବର ପଠାନକୋଟ୍ ଏୟାରବେସ୍ରୁ ହିଁ ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ଉଡ଼ାଣ ଭରିଥିଲେ। ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର […]
ନୂଆଦିଲ୍ଲୀ: କୁନି ଶିଶୁର କଥା ମାନି କଣ୍ଢେଇର ଚିକିତ୍ସା କଲେ ଡାକ୍ତର। ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର କୁନି ଶିଶୁର କଥା ମାନିଲେ। ଶିଶୁଟିର କହିବାନୁସାରେ ଡାକ୍ତର ପ୍ରଥମେ ପ୍ରିୟ କଣ୍ଢେଇର ବ୍ୟାଣ୍ଡେଜ କଲେ ଏବଂ ପରେ ଅସୁସ୍ଥ କୁନି ଶିଶୁର ବ୍ୟାଣ୍ଡେଜ୍ ହେଲା। ଏପରି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଘଟଣା ଘଟିଛି ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ। ଚିକିତ୍ସା ପାଇଁ ଅଣାଯାଇଥିବା ୧୧ ମାସର କୁନି ଶିଶୁକନ୍ୟାର ଗୋଡ଼ରେ ପ୍ଲାଷ୍ଟର ଲଗାଯିବାର ଥିଲା। […]
ନୂଆଦିଲ୍ଲୀ: ଭାରତ ସହ ସର୍ତ୍ତମୂଳକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ରାଜି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ଏନେଇ ପାକ୍ ସରକାର ପ୍ରସ୍ତୁତ ଥିବା କହିଛନ୍ତି କ୍ୟୁରେସି କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିଦେଇଥିବା ବିବାଦ ମଧ୍ୟରେ ଏଭଳି ବୟାନ ରଖିଛନ୍ତି କ୍ୟୁରେସି। ଏନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କ୍ୟୁରେସି ଏହା ବି କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ […]
କୋଲକାତା: ମୋବ୍ ଲିଞ୍ଚିଂ ବା ଭିଡ଼ ହିଂସା ବିରୋଧରେ କଠୋର ହେଲେ ପଶ୍ଚିବଙ୍ଗଳା ସରକାର। ଏଣିକି ଭିଡ଼ ହିଂସାରେ କାହାର ଜୀବନ ଗଲେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏନେଇ ପଶ୍ଚିମବଙ୍ଗଳା ବିଧାନସଭାରେ ଏକ ଆଇନ୍ ପାସ୍ ହୋଇଛି। ଯାହାଦ୍ୱାର ଭିଡ଼ି ହିଂସାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଭିଡ଼ ହିଂସା ପାଇଁ ପଶ୍ଚିମବଙ୍ଗଳା ସରକାର ଆଣିଥିବା ପ୍ରିଭେନସନ୍ ଅଫ୍ ଲିଞ୍ଚିଂ ବିଲ୍ […]
ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। https://www.facebook.com/100010429608213/videos/934931433531168/ ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, […]
ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ। ଏହି ବର୍ଷ ଜିଡିପି ୪.୯%କୁ ଖସିଆସିଥିଲା। ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। କୋର୍ଟ ଚିଦାମ୍ବରମ୍ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍ଙ୍କ ଅନ୍ତରୀଣ […]