ଲଣ୍ଡନ: ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ସେମାନଙ୍କ ବ୍ରିକହଲ ବାସଭନରେ ରହିଛନ୍ତି। ସେହିପରି ସେମାନଙ୍କ ସହ କାର୍ଯ୍ୟ କରୁଥିବା […]
ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ଗତ ଶନିବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟ ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ନେଇଗଲେ ମାଓବାଦୀ। ଏକ ପ୍ରେସବିବୃତି ଜାରି କରି ଏଭଳି ଦାବି କରିଛି ଦଣ୍ଡକାରଣ୍ୟ ମାଓ ଡିଭିଜନ। ଏହାକୁ ନେଇ ଏକ ଅଡିଓ ଟେପ୍ ମଧ୍ୟ ଜାରି ହୋଇଛି। ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ମାଓ ସଂଗଠନ। ଲୁଟ୍ ଗୁଳିଗୋଳାର ସୂଚନା ଏକ ପ୍ରେସବିବୃତିରେ ଦିଆଯାଇଛି। ୧୧ଟି AK-47, ୧ହଜାରରୁ […]
ବେଜିଂ: ଚୀନ୍ରୁ ଆସିଥିବା କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଏବେ ପୁଣି ଏକ ନୂଆ ଚୀନ ଭାଇରସ୍ ଆସିଛି। ଏଥିରେ ଜାଣଙ୍କର ଜୀବନ ବି ଯାଇଛି। ଏବେ ଏହି ଭାଇରସ୍ ବି ସାରା ବିଶ୍ୱର ମୁଣ୍ଡବଥାର କାରଣ ହେଲାଣି। ଏହି ନୂଆ ଭାଇରସ୍ର ନା ହେଲା ‘ହନ୍ତା’। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ […]
ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ୍ ଡାଉନ ବା ତାଲାବନ୍ଦ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ। କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି […]
ଶ୍ରୀନଗର: ଶ୍ରୀନଗର: ୮ ମାସ ବନ୍ଦୀ ହୋଇ ରହିବା ପରେ ମୁକୁଳିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲା। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ମୁକ୍ତ କରିଛି। ଅଟକ ଦଣ୍ଡରୁ ମୁକୁଳିବା ପରେ ଓମାର ପ୍ରଥମ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆଜି ଏକ ଭିନ୍ନ ପୃଥିବୀ ଦେଖିବାକୁ ପାଇଛି।” ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ଓମାରଙ୍କ ସମେତ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ […]
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ପୈଠ ସମୟସୀମା ଘୁଞ୍ଚିଲା। ଏହି ସମୟସୀମାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଧାର-ପାନ୍ ଲିଙ୍କ ସମୟ ସୀମା ମଧ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ମୁକାବିଲା ନେଇ ସାରା ଦେଶରେ ତାଲାବନ୍ଦ ନିର୍ଦ୍ଦେଶ ଦିଆଯାଇଥିବାରୁ ସମୟସୀମା ଘୁଞ୍ଚାଇ ଦିଆଯାଇଛି। ଏଥିସହିତ ୨୦୨୦ ବର୍ଷ ପାଇଁ ମାର୍ଚ୍ଚ, ଏପ୍ରିଲ୍ ଓ […]