ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ଦେଶରେ ୨୭୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅର୍ଥାତ ପ୍ରତି ଘଣ୍ଟାରେ କରୋନାରେ ଯାଉଛି ୧୧ରୁ ଅଧିକ ଜୀବନ। ଆଜି ଗୋଟିଏ ଦିନରେ ଭାରତରେ ସର୍ବାଧିକ ୯ ହଜାର ୮୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୦କୁ ବୃଦ୍ଧିପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ୍ କେସ୍ ୧ ଲକ୍ଷ ୧୦ ହଜାର ୯୬୦ ରହିଛି। ସେହିଭଳି ଦେଶରେ କରୋନା […]
ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ଓ ଏହାର ଯତ୍ନ ନେବା ପାଇଁ ଏହି ଦିନକୁ ପାଳନ କରାଯାଏ। ଜନସାଧାରଣଙ୍କ ମଧ୍ୟରେ ପରିବେଶ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହାକୁ ବିଶ୍ୱବ୍ୟାପି ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ଟାଇମ୍ ଫର୍ ନେଚର’। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପରିବେଶ ପ୍ରତି ସଚେତନ ହୋଇ ଏହାର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି। […]
ଜୟପୁର: ଆମେରିକା ପରି ଭାରତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଦୋଷୀକୁ ରାସ୍ତା ଉପରେ ପକାଇ ବେକରେ ଆଣ୍ଠୁମାଡ଼ି ଦେଇଛି ପୁଲିସ। ରାଜସ୍ଥାନର ଏଭଳି ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବେଳେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ଏହାକୁ ନେଇ ରାଜସ୍ଥାନ ଦେବନଗର ପୋଲିସ ବ୍ୟକ୍ତିକୁ ଆକଟ କରିଥିଲା। ଏହାକୁ ନେଇ ପୋଲିସ ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। ମାସ୍କ ପିନ୍ଧି ନଥିବା ଯୁବକଙ୍କୁ […]
ନୂଆଦିଲ୍ଲୀ: ଜଣେ ସରକାରୀ କର୍ମଚାରୀଙ୍କୁ ଚପଲ୍ରେ ମାରିବା ଭିଡିଓ ଭାଇରାଲ୍ ହେବା ପରେ ବିଜେପି ନେତ୍ରୀ ସୋନାଲି ଫୋଗାଟ୍ ବିବାଦ ଘେରକୁ ଆସିଛନ୍ତି। ହରିଆଣାର ହିସାରରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ସୋନାଲି ଚପଲରେ ପିଟୁଛନ୍ତି ସେ ବଲସାମଣ୍ଡ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲ୍ତାନ ସିଂହ ବୋଲି ଜଣାପଡ଼ିଛି। ଭିଡିଓରେ ସୁଲତାନ ତାଙ୍କୁ ଦୁର୍ବ୍ୟବହାର କରୁଥିବା ସୋନାଲି ଅଭିଯୋଗ କରୁଥିବାର ଶୁଣାଯାଉଛି। ସୋନାଲି କହୁଛନ୍ତି “ କଣ ମୁଁ ତୁମ ଭଳି ଲୋକଙ୍କ […]
ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ। ଇସଲମାବାଦ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍ରେ ପିଛା କରୁଛନ୍ତି। #WATCH Islamabad: […]
ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଭାରତ ଓ ଚୀନ ମଧ୍ୟରେ ପୁଣି ଉଚ୍ଚସ୍ତରୀୟ ଆଲୋଚନା ହେବ। ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଲୋଚନା ହେବ। ଲଦାଖ ପାର୍ଶ୍ୱବର୍ତ୍ତୀ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ନିକଟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ୧୦ ଥରରୁ ଅଧିକ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ। ସେପଟେ ଚୀନ ପକ୍ଷରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ […]
ଗାନ୍ଧିନଗର: ଗୁଜରାଟ କଂଗ୍ରେସକୁ ପୁଣି ଝଟ୍କା। କଂଗ୍ରେସର ଦୁଇ ଜଣ ବିଧାୟକ ଜିତୁ ଚୌଧୁରୀ ଓ ଅକ୍ଷୟ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ଅକ୍ଷୟ କର୍ଜନ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କପ୍ରଦା ଶିଟ୍ରୁ ଜିତୁ ଚୌଧୁରୀ ପ୍ରତିନିଧିତ୍ୱ କରୁଥିଲେ। ଜୁନ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଯୋଗୁଁ […]
ମଲ୍ଲାମପୁରମ: ଛଳନା, ହିଂସା ଓ ବର୍ବରତାର ସୀମା ଟପିଲା ମଣିଷ। ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍ରେ। ଅଭିଯୋଗ ଅନୁସାରେ, ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। […]
ମୁମ୍ବାଇ: ବାତ୍ୟା ନିସର୍ଗ ମହାରାଷ୍ଟ୍ର ମାଟି ଛୁଇଁଲା ବେଳକୁ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହିବା ସହିଚ ଘଡ଼ଘଡ଼ି ସହିତ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ରଚିଥିଲା। ମୁମ୍ବାଇରୁ ପ୍ରାୟ ୭୫ କିଲୋମିଟର ଦକ୍ଷିଣ-ପୂର୍ବକୁ ରାୟଗଡ଼ ଜିଲ୍ଲା ଅଲିବାଗ ନିକଟରେ ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଲ୍ୟାଣ୍ଡଫଲ କରିଥିଲା ନିସର୍ଗ। ଏହାର ପ୍ରଭାବରେ ଅଲିବାଗ୍ ସହ ରାୟଗଡ଼, ରତ୍ନଗିରି ଓ ପାଲଗଡ଼ ଭଳି ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଥିବା […]
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ। କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେହିପରି ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଅମଳ ଓ ନିଅଣ୍ଟିଆ ସମୟରେ ଦରରେ ହ୍ରାସବୃଦ୍ଧିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ନିୟନ୍ତ୍ରଣ ମୁକ୍ତ ହେବା ଅର୍ଥ କେବଳ ଯୁଦ୍ଧ ଓ ମରୁଡି ଭଳି ଜରୁରୀ ପରିସ୍ଥିତିକୁ ଛାଡ଼ି ସରକାର ଏଣିକି ଆଳୁ, ପିଆଜର MRP […]
ନୂଆଦିଲ୍ଲୀ: ୩ ବର୍ଷ ପୂର୍ବରୁ ଜେଲରୁ ମୁକୁଳିଲେ ବହୁଚର୍ଚ୍ଚିତ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡ ମୁଖ୍ୟ ଦୋଷୀ ମନୁ ଶର୍ମା। ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ମନୁ ଶର୍ମା ତିହାର ଜେଲ୍ରୁ ବାହାରିଛନ୍ତି। ଦିଲ୍ଲୀ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ସୁପାରିଶକୁ ଉପରାଜ୍ୟପାଳ ମଞ୍ଜୁରୀ ଦେବା ପରେ ମନୁ ଶର୍ମା ୩ ବର୍ଷ ପୂର୍ବରୁ ଜେଲରୁ ବାହାରିଛନ୍ତି। ମନୁଙ୍କ ସହ ଅନ୍ୟ ୧୮ ଜଣ ମଧ୍ୟ ସଜା ସରିବା ପୂର୍ବରୁ ମୁକୁଳିଛନ୍ତି। ଗତ ମାସ […]
ନୂଆଦିଲ୍ଲୀ: LACରରେ ଉତ୍ତେଜନାକୁ ନେଇ ଚୀନ ଉପରେ ବର୍ଷିଛି ଆମେରିକା। ଏକଛତ୍ରବାଦୀ ଶାସକ ହିଁ ଏଭଳି ଆଚରଣ ଦେଖାନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ଏଲଏସିରେ ସୈନ୍ୟ ମୁତୟନ ହେଉ, କି ହଂକଂରେ ଚୀନ ସେନାର ବଳ ପ୍ରୟୋଗ କିମ୍ବା ଦକ୍ଷିଣ ଚୀନ୍ ସାଗରରେ ସାମରିକ ଶକ୍ତି ବୃଦ୍ଧି ନିକଟରେ କମ୍ୟୁନିଷ୍ଟ ଶାସକଙ୍କ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ସେହିପରି ଭାରତ ବିରୋଧରେ ଚୀନରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଆମେରିକା ବୈଦେଶିକ […]
ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ମୁଖ୍ୟ। ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ବିଜେପି ମୁଖ୍ୟ ବଦରୁ ହଟିବା ପରେ ଦିଲ୍ଲୀବାସୀଙ୍କ ପାଇଁ ଏକ ଟ୍ୱିଟ୍ କରିଛନ୍ତି ଅଭିନେତାରୁ ନେତା ହୋଇଥିବା ମନୋଜ ତିୱାରୀ। ସେ ତାଙ୍କ ଟ୍ୱିଟ୍ର୍ରେ ଲେଖିଛନ୍ତି, “ ୩.୬ ବର୍ଷ […]
ନୂଆଦିଲ୍ଲୀ: ଭାରତ ପୁଣିଥରେ ତାର ବିକାଶ ଧାରାକୁ ଫେରିବ। ଅନ୍ଲକ୍-୧ର କୋହଳ କଟକଣା ସହିତ ସରକାର ଭାରତର ଅର୍ଥନୀତିକୁ ବଳ ଦେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଜି ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ୧୨୫ତମ ସ୍ଥାପନ ଦିବସ ଅବସରରେ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ବର୍ତ୍ତମାନ କରୋନା ମହାମାରୀର ପ୍ରଭାବ ଓ ଲକ୍ଡାଉନ୍ ଉପରେ ଆଲୋକପାତ କରି ମୋଦି କହିଛନ୍ତି, “ ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ମୁଖ୍ୟ ଦାୟିତ୍ୱ ରହିଛି। […]
କାଠମାଣ୍ଡୁ: ଭାରତର ଉତ୍ତର ଭାଗରେ ଏକ ଅଂଶକୁ ନିଜର ବୋଲି ଦର୍ଶାଇ ନେପାଳ ନିଜ ଦେଶର ନୂଆ ମାନଚିତ୍ର ନିର୍ଦ୍ଧାରଣ କରିବାକୁ ଯାଉଛି। ଏନେଇ ନେପାଳ ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ବାମମେଣ୍ଟ ନେତୃତ୍ୱାଧିନ ସରକାର ସଂସଦରେ ବିଧେୟକ ଉପସ୍ଥାନ କରିଥିବାବେଳେ ବିରୋଧୀ ନେପାଳ କଂଗ୍ରେସ ମଧ୍ୟ ଏହା ସପକ୍ଷରେ ଭୋଟ୍ ଦେବ ବୋଲି ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ସମ୍ବିଧାନ ସଂଶୋଧନ ବିଲ୍ ପାସ ଲାଗି ନେପାଳ ସଂସଦରେ ମାସେ ସମୟ ଲାଗିଥାଏ। […]
ଡେହରାଡୁନ: ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା। ଏହାଛଡ଼ା ସତପାଲଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କୁ ମିଶାଇ ୨୨ ଜଣ ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ ସତପାଲ ଗତ ୨୯ ତାରିଖରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ତେଣୁ ରାଜ୍ୟ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ଗାଇଡ୍ଲାଇନ୍ ପାଳନ କରିବାକୁ କୁହାଯାଇଛି। ଶନିବାର ସତପାଲଙ୍କ ସ୍ତ୍ରୀ ଅମୃତା […]