• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ମାଇକ୍‌ ଯୋଗେ ଘୋଷଣା କରି ଲୋକମାନେ ଏହି ଅଞ୍ଚଳକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା ଘୋଷଣା କରାଯାଇଛି। ଏଠାକୁ କେହି ବୁଲିବାକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ଯଦି ଏଠାକୁ କେହି ବୁଲିବାକୁ […]

  • Saturday, 03 July 2021
amazon
ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

ଭୁବନେଶ୍ୱର: ଖାଲି ଦେଶରେ ନୁହେଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ। ସମ୍ବଲପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିଲେ ହେଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଟାଣିଆଣେ ଏଇ ସମ୍ବଲପୁରୀ ଶାଢ଼ୀ। ହେଲେ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଆମାଜନ୍‌ରେ ସମ୍ବଲପୁରୀ ଶାଢୀ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଉଲ୍ଲେଖ କରାଯାଇଥିଲା ଯାହାକୁ ନେଇ ଓଡ଼ିଶାବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯଦିଓ ଆମାଜନ୍‌ ପରେ ଏହି ତ୍ରୁଟିକୁ ସୁଧାରି ଦେଇଛି, ତେବେ ସୋସିଆଲ୍‌ […]

  • Saturday, 03 July 2021
ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

ଭୁବନେଶ୍ୱର: ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯୁବ ନେତା କଳ୍ପତରୁ ଓଝା। ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଇସ୍ତଫା ଦେଇଥିଲେ। ଅନଭିଜ୍ଞ ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛନ୍ତି କଳ୍ପତରୁ। ତେବେ କଳ୍ପତରୁ ଇସ୍ତଫା ଦେବାର […]

  • Saturday, 03 July 2021
Nandankanan
ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଶୁଭ ସଙ୍କେତ ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ। ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ନନ୍ଦନକାନନ। ଖୋଲିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନ ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲିବ। ନନ୍ଦନକାନନ ଖୋଲିବା ନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡ଼ାଯିବ, ତର୍ଜମା ଚାଲିଛି। ମାସ୍କ ପିନ୍ଧିନଥିବା କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବନି। ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ। ଅଫ୍ ଲାଇନରେ […]

  • Saturday, 03 July 2021
accident
ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ରାଇରଙ୍ଗପୁର: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ। ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନ ବିଶୋଇ ଛକ ନିକଟରେ। ଘଟଣାଟି ଥିଲା ଏମିତି:- ବିଶୋଇ ଥାନା ଅସନସିତୋଡ଼ ଗାଁର ଦମ୍ପତି ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ଫେରିବା ବାଟରେ ରାସ୍ତା କଡ଼ରେ ବାଇକ୍ ରଖି ଅନ୍ୟ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ହେଉଥିଲେ। […]

  • Saturday, 03 July 2021
assembly
ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ  ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ସେହିଭଳି ମୁକାବିଲା କରିବାକୁ ସରକାର ବି ସଜବାଜ ହୋଇଛନ୍ତି। ହେଲେ ଗୋଟିଏ ପଟେ ଗୃହକାର୍ଯ୍ୟ, ଅନ୍ୟପଟେ କରୋନା ଭୟ ସମସ୍ତଙ୍କୁ ଘାରୁଛି । ଜଣଙ୍କ ପରେ ଜଣେ ବିଧାୟକ ଓ କର୍ମଚାରୀ କରୋନା ପଜିଟିଭ୍ ହେଉଥିବାରୁ ବଢ଼ିଛି ଚିନ୍ତା । ପରୀକ୍ଷଣର ପ୍ରଥମ ଦୁଇ ଦିନରେ ମୋଟ୍ ୧୪ ବିଧାୟକ […]

  • Saturday, 03 July 2021
taxi
ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ କଟକଣା ଲଗାଇଛି ପରିବହନ ବିଭାଗ। ବିଭିନ୍ନ କ୍ଷେତ୍ରରେ ପ୍ରାଇଭେଟ ଗାଡ଼ିକୁ ଭଡ଼ା ଲଗାଯାଉଥିବା ଦର୍ଶାଇ ରାଜ୍ୟ ପରିବହନ ବିଭାଗ ଏହି କଟକଣା ଲଗାଇଛି।ବିଭାଗର ନିର୍ଦ୍ଦେଶନାମା ଅନୁସାରେ କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ଭଡ଼ାରେ ଲାଗି ପାରିବ। ଏଭଳି ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବା ବେଳେ ତା ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥାଏ । ଗାଡ଼ିର ସବୁ କାଗଜପତ୍ର ଠିକ୍ […]

  • Saturday, 03 July 2021
loot
ହେଲମେଟ୍ ପିନ୍ଧା ଗ୍ରାହକଙ୍କୁ ସାବଧାନ !

ଖୋର୍ଦ୍ଧା, ଢେଙ୍କାନାଳ: ମାତିଲେ ଲୁଟେରା। ଗ୍ରାହକ ହୋଇ ଆସିଲେ, ଶେଷରେ ଦୋକାନୀଙ୍କଠୁ ଲୁଟିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି। ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ହୋଇ ଆସିଥିଲେ। ତାଙ୍କ ମୁଣ୍ଡରେ ଥିଲା ହେଲମେଟ୍। ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ। ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଗ୍ରାହକ ହୋଇ ଆସିଥିବା […]

  • Saturday, 03 July 2021
patato
ଆଳୁ, ପିଆଜ ଦର ଆକାଶ ଛୁଆଁ

କଟକ: ବଜାରରେ ହୁ ହୁ ହୋଇ ବଢୁଛି ଆଳୁ ପିଆଜ ଦର। କଟକ ଛତ୍ରବଜାରରେ ଆଳୁ କିଲୋ ୩୫ ଟଙ୍କା ରହିଥିବାବେଳେ ପିଆଜ ଦର ୫୦ ଟଙ୍କାରେ ପହଞ୍ଚିଛି। ପିଆଜର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୪୦୦୦ ଟଙ୍କା ଓ ଆଳୁ କ୍ୱିଣ୍ଟାଲ ୨୮୦୦ ଟଙ୍କା ରହିଛି। ତେବେ ପୂର୍ବରୁ ଛତ୍ରବଜାରକୁ ଦୈନିକ ୫ ଟ୍ରକ ପିଆଜ ଆସୁଥିଲା। ହେଲେ ଏବେ ମାତ୍ର ଗୋଟିଏ କି ୨ ଟ୍ରକ ପିଆଜ ଆସୁଛି। ସେହିପରି ଆମଦାନୀ ସ୍ଥାନରେ ବର୍ଷା […]

  • Saturday, 03 July 2021
rebo-helmet
ଯବାନଙ୍କ ସୁରକ୍ଷା ପାଇଁ ଓଡ଼ିଆ ପୁଅ ନିର୍ମାଣ କଲେ ରୋବୋ ହେଲମେଟ୍

କୋରାପୁଟ: ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ କରିବାକୁ ଯୁବ ଇଂଜିନିୟର ପ୍ରୟାସ। ସୀମାରେ ମୁତୟନ ଯବାନଙ୍କ ଲାଗି ନିର୍ମାଣ କରିଛନ୍ତି ରୋବୋ ହେଲମେଟ୍ (ବୁଲେଟ୍ ପ୍ରୁଫ୍ ହେଲମେଟ୍)। ଯବାନଙ୍କ ଜୀବନ ବଂଚାଇବା ସହ ଶତ୍ରୁର ଉପସ୍ଥିତିର ସିଗନାଲ ଦେବ। ଏହି ହେଲମେଟ୍  ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା କୋରାପୁଟର ଯୁବ ଇଂଜିନିୟର ଶିଶିର ମଲ୍ଲିକ ଏହି ହେଲମେଟ୍ ପ୍ରସ୍ତୁତ କରିଛନ୍ତି। ଏହାର ନାଁ ରଖିଛନ୍ତି ରୋବୋ ହେଲମେଟ୍ ଆସନ୍ତୁ ଦେଖିବା କଣ ରହିଛି ଏହି ହେଲମେଟ୍‌ରେ। […]

  • Saturday, 03 July 2021
nandankana
ଆଖି ବୁଜିଲା ନନ୍ଦନକାନନର 'ସୁପ୍ରିୟା'

ଭୁବନେଶ୍ୱର:  ନନ୍ଦନକାନନରୁ ଆସିଲା ଦୁଃଖଦ ଖବର। ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ସୁପ୍ରିୟା ଥିଲା। ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିବା ସୂଚନା ଦିଆଯାଇଛି। ପ୍ରକାଶଥାଉକି ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଆଗରୁ ମଧ୍ୟ ଆଉ ୨ଟିର ମୃତ୍ୟୁ ହୋଇଥିଲା। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ […]

  • Saturday, 03 July 2021
vote
ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଭୋଟ୍

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ୨ ଉପନିର୍ବାଚନର ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୯ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ଅକ୍ଟୋବର ୧୬ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ନଭେମ୍ବର ୩ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ନଭେମ୍ବର ୧୦ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି

  • Saturday, 03 July 2021
arrest
ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ ଗିରଫ

ବୌଦ୍ଧ: ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ ଗିରଫ। ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୋଲିସ୍। ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ […]

  • Saturday, 03 July 2021
assembly
କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪ ଜଣ ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗୃହକୁ ଛାଡ଼ି କିଛି ବିଧାୟକ, ମନ୍ତ୍ରୀ ନିଜ ଜିଲ୍ଲାରେ ଭିଡିଓ କନ୍‌ଫରନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିସହିତ ଚଳିତ ଅଧିବେଶନରେ ୧୧ଟି […]

  • Saturday, 03 July 2021
sambit-patra
ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

କଟକ: ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଦାୟର କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ପାଇଁ କୋର୍ଟରେ  ଆବେଦନ କରିଛନ୍ତି ସମ୍ବିତ। ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ପିଟିସନରେ ଆବେଦନ କରାଯାଇଛି। ଅନ୍ୟପଟେ ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ […]

  • Saturday, 03 July 2021
rainfall
ଘଡ଼ଘଡ଼ି ସହ ବଜ୍ରପାତ ଆଶଙ୍କା; ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଘଡ଼ଘଡ଼ି ସହ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମଧ୍ୟ ଏଭଳି ପାଗ…

school
କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲରେ ଫି ୩୦ ପ୍ରତିଶତ ଯାଏ କମିପାରେ।  ଏନେଇ ଆଜି ହାଇକୋର୍ଟରେ ସୁପାରିଶ ହୋଇଛି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହି ସୁପାରିଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ଼ କରାଯାଇନି। […]

  • Saturday, 03 July 2021
coronavirus-odisha
ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା...

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ- ୨୧୭, ପୁରୀ- ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜ- ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ାରୁ ୧୫୧,କୋରାପୁଟ- ୧୨୬, ସୁନ୍ଦରଗଡ଼- ୧୧୯, ନୟାଗଡ଼ରୁ ୧୧୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା- ୧୧୨, ସମ୍ବଲପୁର- ୧୧୦, କଳାହାଣ୍ଡି- […]

  • Saturday, 03 July 2021
assembly
ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ଭୁବନେଶ୍ୱର: କରୋନା ପରିସ୍ଥିତି ଭିତରେ ଆଜି ବିଧାନସଭା ଅଧିବେଶନ ବସିଥିଲା। ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ କୋଭିଡ୍ ତାତି ଦେଖିବାକୁ ମିଳିଥିଲା। ଆଜି ଗୃହରେ ମାସ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ମାସ୍କ ଓ ପିପିଇ କିଟ୍ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରିଭିଲେଜ୍ ନୋଟିସ୍ ଆକାରରେ ଏହି ପ୍ରସଙ୍ଗ ଉଠାଇ ସେ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଛନ୍ତି। କାହିଁକି କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯାଇଥିଲା ସେ ନେଇ ସରକାର ଉତ୍ତର ଦିଅନ୍ତୁ […]

  • Saturday, 03 July 2021
tara-bahini-pati
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ। ବିଲ୍‌କୁ ତୀବ୍ର ବିରୋଧ କରିବା ସହ ବିଲ୍‌ର କପିକୁ ଚିରି ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ଗୃହରେ ଦାବି ଉଠାଇଥିଲେ ତାରା। ସେହିପରି ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ତୀବ୍ର ବିରୋଧ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ବିଲ୍ ଯୋଗୁଁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ। ବିଶ୍ୱବିଦ୍ୟାଳୟକୁ ସରକାର […]

  • Saturday, 03 July 2021
congress
ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ। ନିଜର ଅପାରଗତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ବିଜୁଳି ଦର ବଢ଼ାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ପରିଚାଳନାଗତ କ୍ଷତି ଓ ବଡ଼ ଖିଲାପକାରୀଙ୍କଠାରୁ ଟଙ୍କା ଆଦାୟ କରି ନପାରି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲଦୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ବିଜୁଳି ଦର ବୃଦ୍ଧି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଏଣୁ […]

  • Saturday, 03 July 2021
coronavirus
ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ଭୁବନେଶ୍ୱର: କୋଭିଡ୍ ମହାମାରୀ ସଂପର୍କରେ ଗାନ୍ଧି ଜୟନ୍ତୀରୁ ସଚେତନତା ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ଦଳୀୟ କର୍ମୀ, ବିଧାୟକ, ସାଂସଦ, କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ପ୍ରତ୍ୟେକ ବିଧାୟକ ପଞ୍ଚାୟତ ସ୍ତରରେ ମାସ୍କ ବଣ୍ଟନ ସହ ଲୋକଙ୍କୁ […]

  • Saturday, 03 July 2021
puri
ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ପୁରୀ: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍‌ଖା ମନା। ମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ଯେପରି କିଏ ନ ଆଣନ୍ତି ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚେକିଂ କଡାକଡି କରିବାକୁ ଶ୍ରୀମନ୍ଦିର ପୋଲିସଙ୍କୁ ସଚେତନ କରାଯାଇଛି। ଚାରି ଦ୍ୱାରରେ ଶ୍ରୀମନ୍ଦିର ପୋଲିସ୍‌ ଚେକିଂ କରିବେ। ପାନ ଖାଇ ଯେପରି କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି ଏଥିପ୍ରତି ନଜର ରଖିବେ ପୋଲିସ୍‌। ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କାନିଂ, ସାନିଟାଇଜିଂ ସହ ମାସ୍କ ପିନ୍ଧିବା […]

  • Saturday, 03 July 2021
Jogabyasa-Bhoi
ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ଭବାନୀପାଟଣା: ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏକ ଗ୍ରୁପ୍‌ର କିଛି ଲୋକମାନେ ତାଙ୍କୁ ମାଡ଼ ମାରିଥିବା ମଙ୍ଗଳବାର ଦିନ ପୋଲିସ୍‌ କହିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ରୁପ୍ରା ନିକଟ ଧଅଂରାମାଳ‌ ଗାଁକୁ ରବିବାର ରାତିରେ ଯୋଗବ୍ୟାସ କୌଣସି ବ୍ୟକ୍ତିଗତ କାମରେ ଯାଇଥିଲେ। ଏହି ସମୟରେ ସେଠାରେ ୩ଜଣ ବ୍ୟକ୍ତି ତାଙ୍କୁ ଷ୍ଟିକ୍‌ରେ ମାଡ଼ ମାରିଥିବା […]

  • Saturday, 03 July 2021
BrahMos
ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ୍‌ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସ୍ ହେଉଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍। ଆଜି ସକାଳ ୧୦ଟା ୩୦ରେ ୩ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ତିଆରି ହୋଇଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସ୍। ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କ୍ଷମତା ୪୫୦ରୁ ୬ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ […]

  • Saturday, 03 July 2021