• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

durga puja
‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। କଟକ ସହରର ୧୬୨ଟି ପୂଜା ମଣ୍ଡପ ବୁଲି ଦେଖିବା ପରେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୁପାରିସ କରିଛନ୍ତି। ପୋଲିସ୍‌ କମିଶନର କହିଛନ୍ତି, କଟକ ସହରର ୧୪୨ଟି ମଣ୍ଡପରେ ଏଯାଏ ମୂର୍ତ୍ତିଗଢା କାମ ଆରମ୍ଭ ହୋଇନାହିଁ। ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ତେବେ ଅମାନିଆଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ […]

  • Saturday, 03 July 2021
debi mishra
ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ଭୁବନେଶ୍ୱର: ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌। ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଥିବା ଘରେ ଆଜି CBI ରେଡ୍ କରିଥିବା ଜଣାପଡ଼ିଛି। ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି। ଦେବୀ ମିଶ୍ରଙ୍କ କଟକ ନରସିଂହପୁର ବାସଭବନରେ ବି ସିବିଆଇ ଟିମ୍ ପହଞ୍ଚି ଯାଞ୍ଚ କରିଛି। ଭୁବନେଶ୍ୱର ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଛି। ସିବିଆଇ ଟିମ୍‌ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର […]

  • Saturday, 03 July 2021
ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ଭୁବନେଶ୍ୱର: ବୋଲେରୋର ସିକ୍ରେଟ୍‌ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ। କନ୍ଧମାଳରୁ ଭାୟା ଭୁବନେଶ୍ୱର ଦେଇ ଉତ୍ତରପ୍ରଦେଶ, ବିହାରକୁ ଲମ୍ବିଛି ଏହି ଚୋରା ଚାଲାଣର ଚେର ଲମ୍ବିଥିବା ସୂଚନା ମିଳିଛି। ଆଜି ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣକୁ ଗିରଫ କରିଛି। ଉକ୍ତ ବୋଲେରୋରେ ଏକାଧିକ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତ ବେଳେ […]

  • Saturday, 03 July 2021
devi mishra
କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭୁବନେଶ୍ୱର: ମେ ୨୦୧୪ରୁ ସି’ ସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରି ଆସୁଛି । ଦୀର୍ଘ ୬ ବର୍ଷ ଧରି ମାମଲାର ତଦନ୍ତ  ଚାଲିଛି ।  ମହାନଦୀ ବୋଟିଂ ପ୍ରକଳ୍ପ ଓ ଅଟ୍ରି ଗେଷ୍ଟହାଉସ୍ ପ୍ରକଳ୍ପ ମାମଲାରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ର ତଦନ୍ତ ପରିସରଭୁକ୍ତ ଅଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସେ ଏହି ଦୁଇ ପ୍ରକଳ୍ପକୁ ସି’ ସୋରକୁ ଦେବା ପାଇଁ ମଞ୍ଜୁରୀ ଦେଇଥିଲେ । ଏହି […]

  • Saturday, 03 July 2021
ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

ନୟାଗଡ଼: ମରିଗଲା ମାନବିକତା। ବଞ୍ଚିଥିବା ବେଳେ ଗାଁ ରୁ  ଏକଘରକିଆ କରି ଦେଇଥିଲେ। ଏବେ ମଲା ପରେ କେହି ଆସିଲେନି ଶବକୁ କାନ୍ଧ ଦେବାଲାଗି । ଆଉ ଗତକାଲି ରାତିରୁ ଗାଁ ମୁଣ୍ଡରେ ପଡିରହିଛି ଶବ। ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନା ଅନୁଯାୟୀ, ଗାଁର ପ୍ରଫୁଲ୍ଲ ଡାକୁଆଙ୍କ ପରିବାରକୁ ଵର୍ଷେ ତଳେ ଗାଁରୁ ବାସନ୍ଦ କରିଦେଇଥିଲେ। ଗାଁରେ କଙ୍ଗାରୁ କୋର୍ଟ ବସାଇ ଏପରି ନିଷ୍ପତି […]

  • Saturday, 03 July 2021
0bfec84121b42a717e8e25b12d818f36
ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ମହିଳା ଥାନାରେ ହାଜର ହେଲେ ଓଟିଭି HR ମୁଖ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଜି ଭୁବନେଶ୍ୱର ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି HR ମୁଖ୍ୟ। ପୂର୍ବରୁ ଓଟିଭିର ଦୁଇ ବରିଷ୍ଠ ସାମ୍ବାଦିକ ଓ HR ସହଯୋଗୀ ଥାନାରେ ହାଜର ହୋଇଥିଲେ। ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ। ହେଲେ ମାମଲାରେ ଅଭିଯୁକ୍ତ ଥିବା ପୋଲିସ କର୍ମଚାରୀଙ୍କୁ ଏବେ ଯାଏ ଚିହ୍ନଟ କରିନି ପୋଲିସ୍। ଓଟିଭିକୁ ବାରମ୍ବାର ଡାକୁଥିଲେ ବି ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରିନି ପୋଲିସ। […]

  • Saturday, 03 July 2021
heavy rain in odisha
ସତର୍କ ରୁହ, ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏ ନେଇ  ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେଥିପାଇଁ ସ୍ଥିତିକୁ ଦେଖି ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି SRC । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାମାନଙ୍କ ପ୍ରତି ସଜାଗ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟା ଓ ମାଟି ଅତଡ଼ା ଧସିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ଏସ୍‌ଆର୍‌ସି ପରାମର୍ଶ […]

  • Saturday, 03 July 2021
ojee
୧୨ରୁ OJEE ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ। ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ମୋଟ ୫୩ଟି ସେଣ୍ଟରରେ ହେବ OJEE ପରୀକ୍ଷା। ଏହି ପରୀକ୍ଷା ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ତେବେ ରାଜ୍ୟ ବାହାରେ ଯଥା ରାଞ୍ଚି, କୋଲକାତା, ପାଟନାରେ ହେବ ପରୀକ୍ଷା। OJEEର ସବୁ ପରୀକ୍ଷା କମ୍ପ୍ୟୁଟର ବେସଡ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

  • Saturday, 03 July 2021
cbi
ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

ଭୁବନେଶ୍ୱର: ପୁଣି ଫେରିଲା ସିବିଆଇ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇର ପେଡ଼ି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଆଜି CBI ପକ୍ଷରୁ ଏକାଥରକେ ୮ଟି ସ୍ଥାନରେ ରେଡ୍‌ ହୋଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ସକାଳେ ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ କରିଥିଲା। ପରେ ଦେବୀ ମିଶ୍ରଙ୍କ କଟକ ନରସିଂହପୁରସ୍ଥିତ ପୈତୃକ ଘର ସହ ଭଦ୍ରକ ସମେତ ୭ଟି ଜାଗାରେ ସିବିଆଇ ରେଡ୍‌ କରିଛି। ଦେବୀ ମିଶ୍ରଙ୍କ ଛଡ଼ା ତତ୍କାଳୀନ ପର୍ଯ୍ୟଟନ […]

  • Saturday, 03 July 2021
scb
SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

କଟକ: କଟକ SCB ମେଡିକାଲ୍‌ର କୋଭିଡ୍‌ ୱାର୍ଡରେ ଅବ୍ୟବସ୍ଥା ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ଅଧୀକ୍ଷକ, ମ୍ୟାନେଜର ଓ ଜରୁରୀକାଳୀନ ଅଧିକାରୀ ରହିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ଆଜି ରିପୋର୍ଟ ଦାଖଲ କରିବେ। ସୂଚନାଥାଉ କି, କିଛିଦିନ ତଳେ କଂଗ୍ରେସ ନେତା ମାନସ ଚୌଧୁରୀ ଟ୍ୱିଟରରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓରେ […]

  • Saturday, 03 July 2021
ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଝାଡ଼ଖଣ୍ଡ କିରିବୁରୁ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଓଡ଼ିଶା ଆସି କାର୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ଏମାନେ ଝାଡ଼ଖଣ୍ଡ ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ଗଛରେ ପିଟି ହୋଇଯାଇଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ଟି […]

  • Saturday, 03 July 2021
ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକାଧିକ ଦୋକାନ ଉପରକୁ ଏକ ଟ୍ରକ୍‌ ଚଢ଼ି ଯିବାରୁ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ପଥର ବୋଝେଇ ଟ୍ରକ୍ ମେଣ୍ଢାଶାଳ ଛକ ନିକଟରେ ଥିବା ଏକାଧିକ ଦୋକାନ ଉପରକୁ ଚଢ଼ି ଯାଇଥିଲା। ଏହାପରେ ଟ୍ରକ୍‌ଟି‌ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪ ଗୁରୁତରଙ୍କୁ ମେଣ୍ଢାଶାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

  • Saturday, 03 July 2021
barsha
ସୁପ୍ରିମକୋର୍ଟ ଗଲେ ବର୍ଷା

କଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କିଛିଦିନ ତଳେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଥିଲେ। ତେବେ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ ଫାଇଲ୍ କରିଛନ୍ତି ଅନୁଭବ। କିଛି […]

  • Saturday, 03 July 2021
sex racket11
ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି। ଜଳେଶ୍ୱର ବଜାରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଳେଶ୍ୱର ପୋଲିସ୍‌ ହୋଟେଲ ଉପରେ ଚଢାଉ କରି ଜଣେ ଗ୍ରାହକ, ହୋଟେଲ ମ୍ୟାନେଜର ଓ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

  • Saturday, 03 July 2021
ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ସୁନ୍ଦରଗଡ: ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ନିର୍ଯାତନା। ଅଧ୍ୟାପକ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ବୀରମିତ୍ରପୁର ଥାନା IIC। ବିବାହ ପରଠୁ ଆଇଆଇସିଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଭଳି ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି। ରଘୁନାଥପାଲି ଥାନାରେ ଗତ ୧୭ତାରିଖରେ ଏତଲା ଦେବା ପରେ ୪୯୮ ଓ ୩୦୭ ଦଫା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ରାଉରକେଲା ସରକାରୀ […]

  • Saturday, 03 July 2021
baramunda
ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଲଟିବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ (ISBT)। ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ବିଡିଏ ପକ୍ଷରୁ ଏହି ଉଚ୍ଛେଦ କାମ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ ଟର୍ମିନାଲ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରିଜ୍ ଆଣ୍ଡ ରୁଫସ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ଟର୍ମିନାଲ ତିଆରି ହେବ। ନୂଆ […]

  • Saturday, 03 July 2021
pregnant
ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

କୋରାପୁଟ: ଭାରାରେ ବୁହାହେଲେ ଆସନ୍ନ ପ୍ରସବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲାନି। ଫଳରେ ରାସ୍ତା ମଝିରେ ଅନ୍ଧାର ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କ ପ୍ରସବ ବେଦନା ହେବାରୁ ୧୦୨କୁ ଫୋନ କରିଥିଲେ ପରିବାର ଲୋକେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ […]

  • Saturday, 03 July 2021
rain
ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଯେଉଁଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼ ଓ କଳାହାଣ୍ଡି। ସେହିପରି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା […]

  • Saturday, 03 July 2021
puri
ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲର ଭଙ୍ଗା ଯାଇଥିବା ପ୍ରାଚୀରକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ […]

  • Saturday, 03 July 2021
ven
IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ଭଞ୍ଜନଗର: ଲକ୍ ଡାଉନରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି Btech ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ଅପ୍ରମ୍ୟ। ଅନ୍ୟନ୍ୟ ଏବେ Btech ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନନ୍ୟ ଭୁବନେଶ୍ୱରରେ ଏକ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଲକ୍ ଡାଉନ ପରଠାରୁ ସେ ନିଜ ଘର ଭଞ୍ଜନଗରରେ ରହୁଛନ୍ତି। ଏହି ସମୟରେ ନିଜ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ କରୋନା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଣ୍ଟିଲେଟର […]

  • Saturday, 03 July 2021
lightning 11
ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ରାୟଗଡ଼ା: ବର୍ଷା ହେବାରୁ ୩ଜଣ ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ହଠାତ୍‌ ଏହି ସମୟରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇନ୍ଦିରାପଡ଼ା  ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ନରେଶ ସୁନା ଓ ଅର୍ଜଲାଲ ପାଲକିଆ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିଜନ ସାହିର ଏହି ୩ ଯୁବକ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍‌ […]

  • Saturday, 03 July 2021
Capture 3
ପ୍ରାଗୈତିହାସିକ ସଭ୍ୟତାର ମିଳିଲା ସନ୍ଧାନ

ଭୁବନେଶ୍ୱର: ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି। ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି। ଉତ୍କଳୀୟ ନୌବାଣିଜ୍ୟ…

  • Saturday, 03 July 2021
odisha
‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ପୋଲିସ୍‌ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅ ଘର ତଥା ଯାମିନୀଙ୍କ ଶ୍ୱଶୁର ଘର ଲୋକେ।  ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଯାମିନୀଙ୍କ ଶ୍ୱଶୁର ଘର […]

  • Saturday, 03 July 2021
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଭୋର ୪ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ICUରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଦୁ ସୁଆର ନିଯୋଗର ସମ୍ପାଦକ ଥିଲେ। ପୂର୍ବରୁ ପ୍ରେମାନନ୍ଦ ଦାସମହାପାତ୍ର ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ଥିଲେ।

  • Saturday, 03 July 2021
rainfall 1
ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଏବଂ ୨୨ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

  • Saturday, 03 July 2021