• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

gendalia
ବର୍ଷାରେ ଉପୁଡ଼ିଲା ଗଛ; ୫୦୦ରୁ ଅଧିକ ଗେଣ୍ଡାଳିଆ ମୃତ

ଢେଙ୍କାନାଳ: ପ୍ରାକୃତିକ ଉପାୟରେ ହେଉଁ କିମ୍ବା ମନୁଷ୍ୟକୃତ, ଧୀରେ ଧୀରେ ପ୍ରକୃତିର ଅନେକ ବିରଳ ପଶୁ,ପକ୍ଷୀ ଲୋପ ପାଇବାକୁ ବସିଲେଣି। ଏହି କ୍ରମରେ ଗତକାଲି ୫୦୦ରୁ ଅଧିକ ଗେଣ୍ଡାଳିଙ୍କ ମୃତ୍ୟୁ ହୋଇଛି। ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଲଗାଣ ବର୍ଷାରେ ଗଛ ଉପୁଡ଼ିଯିବାରୁ  ୫୦୦ରୁ ଅଧିକ ଗେଣ୍ଡାଳିଆଙ୍କ ମୃତ୍ୟୁ ହୋଇଛି। ବର୍ଷ ବର୍ଷ ଧରି ଏହି ଗଛରେ ହଜାର ହଜାର ଗେଣ୍ଡାଳିଆ ବସା କରିଥିଲେ। ଲଘୁଚାପ ପ୍ରଭାବରେ ଗତକାଲିଠୁ ଜିଲ୍ଲାରେ ହୋଇଥିବା ପ୍ରବଳ […]

  • Monday, 05 July 2021
gst
ଗୁଟଖା କମ୍ପାନୀରେ ଚଢ଼ାଉ; ୧ କୋଟି ୧୧ ହଜାର ଫାଇନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରରୁଆ ଠାରେ ଥିବା ଗୁଟଖା କମ୍ପାନୀ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୧ କୋଟି ୧୧ ହଜାର ଫାଇନ କରିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ ଏବଂ ଗୋଦାମ ଉପରେ ରାଜ୍ୟ ଜିଏସ୍ ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଏହି ଫାଇନ ଲଗାଇଛି। ଲଗାତାର ଦୁଇ ଦିନ ଧରି ଏହି ଚଢ଼ାଉ କରାଯାଇଥିଲା। ଶ୍ରୀ ଉଦ୍ୟୋଗ, ଜଗନ୍ନାଥ ଟ୍ରେଡର,ଓମ୍ ଇଣ୍ଡଷ୍ଟ୍ରି ପରି ୪ଟି ସ୍ଥାନରେ ଜିଏସ୍ ଟି ଟିମ୍ […]

  • Monday, 05 July 2021
accident
ବାଇକ୍‌କୁ ପିଟିଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ଜଗତସିଂହପୁର: ଘରକୁ ଫେରୁଥିଲା ବେଳେ ପିଟିଦେଲା ପିକ୍‌ଅପ୍। ଚାଲିଗଲା ୨ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନରେ ପିଟି ହୋଇ ଯାଇଥିଲେ। ଖବର ପାଇ ବାଲିକୁଦା ଅଗ୍ନିଶମ ସେବା କର୍ମଚାରୀ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ନେଇଥିଲେ। ସେଠାରେ […]

  • Monday, 05 July 2021
sbi
ରାଜ୍ୟରେ ୨ଟି ନୂଆ ଶାଖା ସହିତ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା SBI

ଭୁବନେଶ୍ୱର: ରାଜ୍ୟରେ ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍‌ବିଆଇ ଏହା ଖୋଲିଛି। ରାଜ୍ୟର ଅପହଞ୍ଚ ଅଂଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ୪ ହଜାର ୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି। ୫୧ଟି ନୂଆ ଗ୍ରାହକ […]

  • Monday, 05 July 2021
pani
ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ

ଫୁଲବାଣୀ: ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ। ଭରା ନଦୀରେ ପଶି, ଜୀବନକୁ ବାଜି ଲଗାଇ ସ୍କୁଲରେ ପହଞ୍ଚିଥିଲେ। ଆଜି ଏପରି କିଛି ଘଟଣା ଘଟିଛି କନ୍ଧମାଳ ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ। ଗାଁ ପ୍ରଧାନଶିକ୍ଷକ ଲାଲୁ କୁମାର ମଲ୍ଲିକ ବଗାଡ଼ି ନଦୀ ପାର କରି ସ୍କୁଲକୁ ପହଞ୍ଚିଥିଲେ। ନଦୀର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ ଦଉଡ଼ିର ସାହାଯ୍ୟ ନେଇଥିଲେ। ଆଜି ନୁହେଁ ଗଲା ୧୦ ବର୍ଷ ଧରି ଏପରି ନଦୀ […]

  • Monday, 05 July 2021
sarpanch
କ୍ଷମତା ଅପବ୍ୟବହାର କରି ଗିରଫ ହେଲେ ସରପଞ୍ଚ

ବଲାଙ୍ଗିର: କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଗତ ୧୧ରେ ଭାଙ୍ଗି ଦେଇଥିଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ […]

  • Monday, 05 July 2021
rain
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୭ ଜିଲ୍ଲାରେ ପ୍ରବଳ ‍ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନୂଆପଡା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ତାରିଖ ଆଡ଼କୁ ବର୍ଷା କମିବା ନେଇ ଆଞ୍ଚଳିକ […]

ଲଗାଣ ବର୍ଷାରେ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, MV-୩୭ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ ୪ରୁ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ଜୟପୁର, ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି କାଙ୍କରକୋଣ୍ଡା ନଦୀ ଉପରେ ବ୍ରିଜ୍‌ ଅତିକ୍ରମ କରିବା ବେଳେ ବନ୍ୟା […]

  • Monday, 05 July 2021
odisha
ଭୋଜି ଖାଇ ୩୫ରୁ ଅଧିକ ଅସୁସ୍ଥ

ନୀଳଗିରି: ଭୋଜି ଖାଇ ୩୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତୋଟାପଡ଼ା ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ତୋଟାପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା ଓ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁ ଅଛନ୍ତି। ଭୋଜି ଖାଇ ଅସୁସ୍ଥ ହୋଇଥିବା କିଛି ଲୋକଙ୍କୁ ନୀଳଗିରି ମେଡିକାଲରେ […]

  • Monday, 05 July 2021
ମନ୍ଦିର ପରିସରରୁ ମିଳିଲା ରକ୍ତାକ୍ତ ମୃତଦେହ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ଶିବ ମନ୍ଦିର ପରିସରରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହରିଡ଼ାପଦର ଗାଁର ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଆଜି ସକାଳୁ ସମ୍ପୃକ୍ତ ମହିଳା ଜଣକ ମନ୍ଦିର ଯାଇଥିଲେ। ସେଠାରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସମ୍ପୃକ୍ତ ମହିଳାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ […]

  • Monday, 05 July 2021
shutdown
କୁଜଙ୍ଗ ବଜାର ଓ ଏହାର ଆଖପାଖ ଅଞ୍ଚଳ ୩ ଦିନ ସଟ୍‌ଡାଉନ୍‌

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ। କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମ୍‌ଏଫସି କୋର୍ଟରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। କୋର୍ଟ ପରିସର ସାନିଟାଇଜ କରାଯାଇଛି। ସଟ୍‌ଡାଉନ୍‌ ସମୟରେ ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। ସଟ୍‌ଡାଉନ୍‌ରେ କେବଳ ଜରୁରୀକାଳୀନ ସେବା […]

  • Monday, 05 July 2021
ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି, ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର: ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟାଜଳ ଆସିବା ଫଳରେ ଅନେକ ଚାଷ ଜମିରେ ପାଣି ମାଡ଼ି ଯିବା ସହ ଅନେକ ଅଞ୍ଚଳ ପ୍ରଭାବିତ ମଧ୍ୟ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ବିପଦ ସଙ୍କେତ ଟପିଛି। ଫଳରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳ ପ୍ରଭାବିତ ହୋଇଛି। ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ମିଟର ଥିବାବେଳେ ଜଳସ୍ତର ୬.୩୦ମିଟରରେ ପ୍ରବାହିତ ହେଉଛି। ଯଦି ଏଭଳି ବର୍ଷା ଲାଗି ରହେ […]

  • Monday, 05 July 2021
rain
ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଲା- କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର ଓ ବରଗଡ଼। ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସହ ଝଡ଼ତୋଫାନର ସମ୍ଭାବନା ରହିଛି। ଆସନ୍ତା […]

  • Monday, 05 July 2021
camera
କେଡ଼େ ନିର୍ଦ୍ଦୟୀ ମା': ୧୫ ମାସର ପୁଅକୁ ମାରି ଚାଲିଲା ବିଧା ଗୋଇଠା

ପୁରୀ: ୧୫ ମାସର ନିଷ୍ପାପ ଶିଶୁକୁ ଅକଥନୀୟ ଅତ୍ୟାଚାର। ବଡ଼ କଥା ହେଉଛି ଜନ୍ମ କଲା ମା କରୁଛି ଅତ୍ୟାଚାର।  ସିସିଟିଭିରେ କଏଦ୍ ହୋଇଥିବା ଏହି ଚିତ୍ର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପାଇକସାହି ଗାଁର।  ଜଣେ ମା ତାର ପୁଅ ପ୍ରତି କିପରି ଏତେ ନିଷ୍ଠୁର ଓ ବର୍ବର ହୋଇପାରେ, ତାହା ଏହି ସିସିଟିଭି ଫୁଟେଜରୁ ଜଣାପଡିଛି। ୧୫ ମାସର ଶିଶୁଟି ବାରଣ୍ଡାରେ ଗୁରୁଣ୍ଡୁଛି। ଆଉ ଜନ୍ମ କଲା ମା ଗୋଇଠା ପରେ […]

  • Monday, 05 July 2021
surat
ସହି ହେଉନି ପେଟର ଦୁଃଖ: ପୁଣି ସୁରତ ମୁହାଁ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ସୁରଟ୍, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ନେଲୋର ଏସବୁ ସହରରୁ ଆସିଥିବା ସ୍ୱତନ୍ତ୍ର ବସ୍‌ରେ ଫେରି ଯାଉଛନ୍ତି ଓଡ଼ିଆ ଶ୍ରମିକ। କରୋନା ଡରରେ ସିନା ପଳାଇ ଆସିଥିଲେ ହେଲେ ତାକୁ ବଳିଗଲା ପେଟର ଭୋକ। ସରକାର କାମ ଦେବେ ବୋଲି ପ୍ରତିଶ୍ରୁତି ତ ଦେଇଥିଲେ। ତେବେ ମାସ ମାସ ଅପେକ୍ଷା କରି ନିରାଶ ହେବା ପରେ ଭାଗ୍ୟକୁ ଆଦରି ପୁଣି ନିଜ କର୍ମସ୍ଥଳୀକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ ସମୟରେ କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ ୪ଲକ୍ଷରୁ ଅଧିକ […]

  • Monday, 05 July 2021
heavy rain in odisha
କାଲିଠୁ ବଢ଼ିପାରେ ବର୍ଷାର ପରିମାଣ, ୯ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ଲଘୁଚାପ ଜନିତ ବର୍ଷା। ପୂର୍ବ ଲଘୁଚାପ ଦୁର୍ବଳ ହେଉଥିଲେ ବି ବଙ୍ଗୋପସାଗରରେ ୧୯ରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାଲକାନଗିରି ଜିଲ୍ଲା […]

ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ଏ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତକାଲି ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନେତ୍ରାନନ୍ଦ ଦଣ୍ଡସେନା କୋରାପୁଟ ଜେଲରେ ଆଜୀବନ […]

  • Monday, 05 July 2021
ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଆଜି ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଜୁଲାଇ ୨ରେ କୋରାପୁଟର ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରିଥିଲା। ସେହିଦିନ ତାଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା ଭିଜିଲାନ୍ସ। ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଅଣାଯାଇ ଜେରା ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଘରେ ଚଢ଼ାଉ […]

  • Monday, 05 July 2021
Digha–Gopalpur coastal highway
‘ଦୀଘା-ଗୋପାଳପୁର କୋଷ୍ଟାଲ୍‌ ହାଇୱେ ହେବ ଗେମ୍‌ ଚେଞ୍ଜର’

ଭୁବନେଶ୍ୱର: ୪୫୧ କି.ମି. ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର କୋଷ୍ଟାଲ୍‌ ହାଇୱେ ହେବ ଗେମ୍‌ ଚେଞ୍ଜର। ଏହି ରାସ୍ତା ନିର୍ମାଣ ଦ୍ୱାରା ଉପକୂଳ ଓଡ଼ିଶାର ଭାଗ୍ୟ ବଦଳିବ। ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦୀଘା ଠାରୁ ଗୋପାଳପୁର ପରିପାର୍ଶ୍ୱିକ ଓ ପରିବେଶକୁ ଅକ୍ଷୁଣ୍ଣ ରଖାଯିବ। ଯାହା ଦେଶର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି, ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି […]

  • Monday, 05 July 2021
deadbody representative image
PUBG ପାଇଁ ପ୍ରାଣ ଗଲା !

ବାସୁଦେବପୁର: PUBG ଖେଳିବାକୁ ବାରଣ କରିବାରୁ ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ। ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ପାଣିଝରିଆ ଅଞ୍ଚଳରେ।  ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ତାଙ୍କ ମାମୁଙ୍କ ସହ ଧାମରା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ଯୁବକ ଜଣକ ସବୁବେଳେ ମୋବାଇଲ୍‌ରେ ପବ୍‌ଜି ଖେଳୁଥିବାରୁ ତାଙ୍କ ମାମୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିଲେ। […]

  • Sunday, 04 July 2021
asit-tripathy
ବଢୁଛି ନଦୀର ଜଳସ୍ତର: ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ବନ୍ୟା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି ଯେ, ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି। କିଛି କିଛି ଖାଲୁଆ ଅଞ୍ଚଳରେ ପାଣି ଜମିଥିଲା, ଏବେ ସ୍ଥିତି ସ୍ୱାଭାବିକ ରହିଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବ୍‌ଶୀଘ୍ର SRCଙ୍କୁ ରିପୋର୍ଟ ଦେବେ। […]

  • Sunday, 04 July 2021
exam
୧୯ରେ ବାହାରିବ ଯୁକ୍ତ ଦୁଇ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  ସେହିପରି ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ୧୨ରେ ପ୍ରକାଶ ପାଇଥିଲା +2 ବିଜ୍ଞାନ ରେଜଲ୍ଟ।  ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ […]

  • Sunday, 04 July 2021
troch-light
ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା

ପାଟଣାଗଡ଼: ପୁଣି ସାମ୍ନାକୁ ଆସିଲା ମୋବାଇଟ ଟର୍ଚ୍ଚ ଲାଇଟରେ ଚିକିତ୍ସା ବେଳର ଦୃଶ୍ୟ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଚିତ୍ର। ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା କିଛି ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଅଣାଯାଇଥିଲା, ପ୍ରାଥମିକ ଚିକିତ୍ସା ଆରମ୍ଭରୁ ହିଁ ବିଜୁଳି ଚାଲିଯାଇଥିଲା। ବହୁ ସମୟ ଧରି ବିଜୁଳି ନ ଆସିବାରୁ ମୋବାଇଲ ଫ୍ଲାସ ଲାଇଟରେ ଚିକିତ୍ସା ଜାରି ରହିଥିଲା। ମେଡିକାଲରେ ଥିବା ୧୦ ବର୍ଷ ତଳର ଜେନେରେଟର […]

  • Sunday, 04 July 2021
LEGAL-NOTICE
OTVକୁ ଲିଗାଲ ନୋଟିସ୍ ପଠାଇଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଟିଭିକୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍। କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି। ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ କରି ଜଣାଇଛନ୍ତି। […]

  • Sunday, 04 July 2021
crime
ବନ୍ଧୁ ସାଜି ଆସିଲେ, ମହିଳାଙ୍କୁ ହତ୍ୟା କରି ଲୁଟିଲେ

ପଟ୍ଟାମୁଣ୍ଡାଇ: ଫିଲ୍ମ ଷ୍ଟାଇଲ୍‌ରେ ଚୋରି ଆଉ ତା ପରେ ବୀଭତ୍ସ ହତ୍ୟାକାଣ୍ଡ। ବନ୍ଧୁର ପରିଚୟ ଦେଇ ମିଠା ଦେଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଏଭଳି ବିଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଏମିତି ଥିଲା ଘଟଣାକ୍ରମ:- ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ଅମୂଲ୍ୟ ଜେନା (୬୨) ଜଣେ ଚାଷୀ। ପରିବାର କହିଲେ ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ। […]

  • Sunday, 04 July 2021