• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mahapasada
ମହାପ୍ରସାଦକୁ ମହା ଅସମ୍ମାନ; କିଏ ଫିଙ୍ଗିଦେଲା କାଳିଆର ପ୍ରିୟ ଭୋଗ ?

ପୁରୀ: ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ। ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ। ଶ୍ରୀମନ୍ଦିର ନୀତି ପ୍ରଶାସକ କହୁଛନ୍ତି, ବିହିତ ପଦକ୍ଷେପ ନେବୁ। ହେଲେ ଚାକ୍ଷୁସ ପ୍ରମାଣ ଦେଖି ହୃଦୟ ସହୁନି ଭକ୍ତର। ମହାପ୍ରସାଦକୁ ପୁଣି ଏତେ […]

  • Monday, 05 July 2021
odisha
କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମ୍‌ସି ବେଳକୁ ନିଦ ନାହିଁ, ଅନ୍ୟ କାହା ପାଇଁ ଚିନ୍ତା ନାହିଁ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମସି ବେଳକୁ ନିଦ ନାହିଁ, ହେଲେ ଅନ୍ୟ କାହା ପାଇଁ ଚିନ୍ତା ନାହିଁ। ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ଘଟଣାରେ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏମସି ଏତଲା ଦେବାର ଦୁଇ ଘଣ୍ଟା ଭିତରେ ମାମଲା ରୁଜୁ ସହ ରାତି ୧୨ଟା ସୁଦ୍ଧା ନୋଟିସ ପହଞ୍ଚିଥିଲା। ହେଲେ ଓଟିଭି ପକ୍ଷରୁ ଏତଲା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ରେଜିଷ୍ଟ୍ରେସନ୍ କରିନି କମିଶନରେଟ୍ ପୋଲିସ। […]

  • Monday, 05 July 2021
prescription
ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ପରାମର୍ଶ

କଟକ: ମେଡିକାଲ୍‌ ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ ଏହାକୁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏକ ଜାମିନ୍ ଆବେଦନ ମାମଲାର ରାୟ ପ୍ରକାଶ କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ସବୁ ଡାକ୍ତର ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ କ୍ୟାପିଟାଲ୍‌ ଲେଟରରେ ଲେଖିବା ସହ ଭଲ ଅକ୍ଷରରେ ଲେଖିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଫଳରେ ଏହାକୁ ଜଣେ ଭଲ ଭାବରେ ପଢ଼ି ପାରିବେ।

  • Monday, 05 July 2021
mkcg hospital 11
୧୫ରୁ ଖୋଲିବ ଏମ୍‌କେସିଜି OPD

ବ୍ରହ୍ମପୁର: ଆସନ୍ତା ୧୫ରୁ ଖୋଲିବ MKCG OPD। ଅଗଷ୍ଟ ୧୫ ତାରିଖରୁ MKCG ମେଡିକାଲ୍‌ କଲେଜର ଜେନରାଲ OPD ଖୋଲିବା ନେଇ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଲୋକେ ମେଡିକାଲ୍‌ ଆସିବା ବେଳେ OPDରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଜିଲ୍ଲା ପ୍ରଶାସନ ପକ୍ଷରୁ  MKCG ଜେନରାଲ OPDକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ଦିନ […]

  • Monday, 05 July 2021
rainfall 44
ପୁଣି ବଙ୍ଗୋପସାଗରରେ ଲଘୁଚାପ ! ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗର ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ସହ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଉତ୍ତର ବିହାରରୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୀୟ ଉପକୂଳ, ଝାଡ଼ଖଣ୍ଡ, ଗାଙ୍ଗେୟ ଉପକୂଳ ଏବଂ ଉତ୍ତରପଶ୍ଚିମ ବଙ୍ଗୀୟ ଉପକୂଳକୁ ଏହି ଘୂର୍ଣ୍ଣିବଳୟ ବ୍ୟାପି ରହିଛି। ଆଜି କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, […]

ganesh
ଏ ବର୍ଷ କଟକ, ଭୁବନେଶ୍ୱରରେ ହେବନି ଗଣେଶ ପୂଜା

ଭୁବନେଶ୍ୱର: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏ ବର୍ଷ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଟ୍ୱିନ୍‌ ସିଟିର କୌଣସି ପୂଜା ମଣ୍ଡପରେ ଚଳିତ ବର୍ଷ ହୋଇପାରିବନି ଗଣେଶ ପୂଜା। ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜା ବାରଣ କରାଯାଇଛି। ଏପରିକି ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହିଁ। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ […]

  • Monday, 05 July 2021
bibhu prasad
ପୂର୍ବତନ ଓଡ଼ିଶା ଆୟୁଷ ନିର୍ଦ୍ଦେଶକ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।  OAS ବିଭୂ ଷଡ଼ଙ୍ଗୀ ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ତାଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ସୂଚନାଥାଉ କି, ଜୁଲାଇ ୯ରେ ବିଭୂ ପ୍ରସାଦଙ୍କୁ ମହିଳା ଥାନା ପୋଲିସ୍‌ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପଢ଼ନ୍ତୁ: ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ  

  • Monday, 05 July 2021
ମାଲକାନଗିରିରେ ବନ୍ୟା ପରିସ୍ଥିତି; ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ଗତକାଲିଠୁ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପୋଲ ଉପରେ ପ୍ରାୟ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ସେହିପରି କାଙ୍କରକୋଣ୍ଡା, mv 90 ନିକଟରେ ଥିବା ପୋଲ ଉପରେ ମଧ୍ୟ […]

  • Monday, 05 July 2021
school
ଯୁକ୍ତ ୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ

ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ହୋଇଛି। ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଏନେଇ ନୋଟିସ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। କାହିଁକି ଶୂନ ରେଜଲ୍ଟ ହେଲା, ସେନେଇ ୭ ଦିନ ଭିତରେ ଜବାବ ରଖିବାକୁ ନୋଟି କରି ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନହେବ, ସେଥିପାଇଁ କାରଣ ଦର୍ଶାଇବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନହେବ […]

  • Monday, 05 July 2021
weather-update
ସୃଷ୍ଟି ହେଲା ଲଘୁଚାପ; ଆହୁରି ୪ ଦିନ ବର୍ଷା

ଭୁବନେଶ୍ୱର: ଉତ୍ତର–ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଦୁଇ ଜିଲ୍ଲା ହେଉଛି- ମାଲକାନଗିରି ଓ କୋରାପୁଟ। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।   ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ […]

  • Monday, 05 July 2021
ଓଗୂବୋ
ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲା ପିପୁଲ୍ସ ଫର୍‌ ସେବା ସଂଗଠନ

ଭୁବେନଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପିପୁଲ୍ସ ଫର ସେବା ସଂଗଠନର କର୍ମକର୍ତ୍ତା। କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି। ଘଟଣା ଘଟିବାର ୪୫ ଦିନ ପରେ ବି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟିନାହିଁ। ତେଣୁ ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମାନବ ପିପୁଲ୍ସ ଫର ସେବା ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି। ଆଜି ରାଜଧାନୀରେ ସଂଗଠନର ସଦସ୍ୟମାନେ ପ୍ଲାକାର୍ଡ ଧରି ବିକ୍ଷୋଭ […]

  • Monday, 05 July 2021
udalll
ଡାଆଣୀ କହି ମହିଳାଙ୍କୁ ଆକ୍ରମଣ

ଉଦଳା: ମୟୂରଭଞ୍ଜରେ ଏକ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଡାଆଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଘଟଣାଟି କପ୍ତିପଦା ଥାନା ତୋଟାସାହି ଗାଁର। ଖବର ଅନୁଯାୟୀ, ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହ କରି ତାଙ୍କ ଦିଅର ଓ ଦେଢଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଛି। ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ […]

  • Monday, 05 July 2021
balasore
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ବାଲେଶ୍ୱର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଦାଣ୍ଡପଳସା ଗାଁରେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟିବା ପାଇଁ ଯାଇଥିବାବେଳେ ଲୋକେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକାଇଥିଲେ। ଗାଁରେ ଗରିବଶ୍ରେଣୀର ଲୋକଙ୍କୁ ଇନ୍ଦିରାଆବାସ ଦିଆନଯାଇ ଧନୀ ଶ୍ରେଣୀର ଲୋକଙ୍କୁ ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନା ଆବଣ୍ଟନରେ ପାତରଅନ୍ତର ହୋଇଥିବାରୁ ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକ […]

  • Monday, 05 July 2021
ganesh-puja
ଯାଜପୁରରେ ବି ହେବନି ଗଣେଶ ପୂଜା

ଯାଜପୁର: କରୋନାର ଭୟାବହତାକୁ ଲକ୍ଷ୍ୟ କରି ଚଳିତ ବର୍ଷ ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡପରେ ହେବାକୁ ଥିବା ଗଣେଶ ପୂଜାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଭିନ୍ନ ମଣ୍ଡପରେ ଲୋକମାନଙ୍କ ଭିଡ଼ ଜମିବା ଯୋଗୁଁ କରୋନା ବ୍ୟାପିବାର ଅଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ […]

  • Monday, 05 July 2021
madua
ମଦୁଆ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ଜଗତସିଂହପୁର: ସ୍ୱାମୀକୁ ହାଣି ମାରି ଦେଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ । ମୃତକ ଜଣକ ହେଲେ ସୁଶାନ୍ତ ସାମଲ। ତାଙ୍କ ସ୍ତ୍ରୀଙ୍କ ନାଁ କବିତା ସାମଲ। ପୋଲିସର ଖବର ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ କବିତା ସ୍ୱାମୀଙ୍କ ଉପରେ ଜୋରେ ରାଗି ଯାଇଥିଲେ। ତେଣୁ ସୁଶାନ୍ତ ଶୋଇବା ପରେ କବିତା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା […]

  • Monday, 05 July 2021
cm-naveen
ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କଲେ ସରକାର

ଭୁବନେଶ୍ୱର: ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର  ରାଜଲକ୍ଷ୍ମୀ ଦାସଙ୍କୁ ଆଜି ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି ତିନିଜଣ ମହିଳାଙ୍କ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମାନରେ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି […]

  • Monday, 05 July 2021
kendrapada
ଜମିବାଡ଼ିକୁ ନେଇ ବିବାଦ, ୬ ଗୁରୁତର

କେନ୍ଦ୍ରାପଡା: ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ।  ଆକ୍ରମଣରେ ୬ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା  ପାଟକୁରା ଥାନା ଶାଶିନୀପଡା ଗାଁରେ। ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି।  ଏଥିରେ ଆହତ ହୋଇଥିବା ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ୨୬ ଡିସିମିଲ ଜମି ପାଇଁ ବିବାଦ […]

  • Monday, 05 July 2021
ajaya
ଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓଏସ୍ ଅଧିକାରୀ ଅଜୟ କୁମାର ଦାସ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଓଏସ୍ ଅଧିକାରୀ ଅଜୟ କୁମାର ଦାସ ଗିରଫ କରିଛି ଭିଜିଲାନ୍ସ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଅଜୟଙ୍କ ଘରେ ଗତକାଲି ରେଡ୍ କରିବା ପରେ ଆଜି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଗତକାଲି ଦିନ ତମାମ ଅଜୟଙ୍କ ବିଭିନ୍ନ ଘରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଟଙ୍କପାଣି ରୋଡସ୍ଥିତ ଘର, ନୂଆଗାଁ ଆଉଟ୍ ହାଉସ୍, ପଟିଆ ଫ୍ଲାଟ୍ ସହ ବାଲେଶ୍ୱରରେ ଥିବା […]

  • Monday, 05 July 2021
high-court
ସରକାରଙ୍କ ଅବହେଳା ଯୋଗୁ ୧୪୦ କୋଟି ଟଙ୍କା ପାଣିରେ ପଡ଼ିଲା

ଭୁବନେଶ୍ୱର: ସମୟୋଚିତ ପଦକ୍ଷେପ ଅଭାବରୁ ରାଜ୍ୟ ସରକାରଙ୍କ ପ୍ରାୟ ୧୪୦ କୋଟି ଟଙ୍କା କ୍ଷତି ହୋଇଛି। କ୍ଷତି ସଂପର୍କରେ ତଦନ୍ତ ପାଇଁ ହାଇକୋର୍ଟରେ ଓଡ଼ିଶା ସିଭିଲ ଲିବର୍ଟି ଫୋରମ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭୂଷଣ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ସରକାରଙ୍କ ପ୍ରବେଶ କର ବାବଦରେ ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ଟଙ୍କା ବକେୟା ଥିଲା। ହେଲେ ଭୂଷଣ ବିକ୍ରି ବେଳେ ସରକାର ନିଜ ପକ୍ଷ ନରଖିବାରୁ ବକେୟା ପାଇନଥିଲେ। କିନ୍ତୁ […]

  • Monday, 05 July 2021
result
ମୂଳ କାରଣକୁ ନ ଖୋଜି ସ୍କୁଲ୍‌ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉଛି

ଭୁବନେଶ୍ୱର: କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲଗୁଡ଼ିକର ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି। ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି। ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ ଶୂନ୍ ହେଉଛି, ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ। ଏଭଳି ଚିନ୍ତାଜନକ ତଥ୍ୟ ପରେ ଚିରାଚରିତ ଢଙ୍ଗରେ ଜବାବ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନର […]

  • Monday, 05 July 2021
ojee
ଏଥର ଓଡ଼ିଶା ବାହାରେ ବି ହେବ OJEE ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ୍ ପରୀକ୍ଷା କେନ୍ଦ୍ର କରିବାକୁ OJEE ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଏବଂ କୋଲକାତା। ସେହିପରି ରାଜ୍ୟରେ ମଧ୍ୟ ଆଉ କିଛି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଛଡ଼ା ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି […]

  • Monday, 05 July 2021
school
ଏଥର ସ୍ୱାଧୀନତା ଦିବସରେ ସ୍କୁଲ ଆସିବେନି ପିଲା

ଭୁବନେଶ୍ୱର: ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ନେଇ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରିଛି। ପ୍ରତି ସ୍କୁଲରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ପିଲାଙ୍କୁ ଆସିବାକୁ ମନା କରାଯାଇଛି। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିବେ। ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ। ୧୦ ଜଣରୁ ଅଧିକ ଏକାଠି ହେବେନି। ସାମାଜିକ ଦୂରତ୍ୱ ଓ ମାସ୍କ ବାଧ୍ୟତାମୂଳକ ସ୍ୱାଧୀନତା ଦିବସରେ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ମହାମାରୀ କରୋନା […]

  • Monday, 05 July 2021
rain 1
ଲଘୁଚାପ ପ୍ରଭାବରେ ଆହୁରି ୩ ଦିନ ବର୍ଷା ! ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, ପୁରୀ, ଜଗତସିଂହପୁର, ସମ୍ବଲପୁର, ଦେବଗଡ, ଅନୁଗୁଳ ଓ ବଲାଙ୍ଗିରରେ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆଜି ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, […]

  • Monday, 05 July 2021
odisha
ଲଗାଣ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

ଆଠଗଡ଼: ଲଗାଣ ବର୍ଷାରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତାରେ ୩ ଫୁଟର ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିବା ସୂଚନା ମିଳିଛି।  ଦେଖାଯାଉନି ରାସ୍ତା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ […]

  • Monday, 05 July 2021
ishita-acahari
ଇଂରାଜୀ ଭାଷାରେ ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ ୮ ବର୍ଷର ଓଡ଼ିଆ ଝିଅ

ବ୍ରହ୍ମପୁର: ଛୋଟ ବୟସରେ ବଡ଼ କାମ। ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ ବ୍ରହ୍ମପୁରର ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ। ଇଂରାଜୀ ଭାଷାରେ ୫୭ ପୃଷ୍ଠାର ରାମାୟଣ ଲେଖି ସେ ବଡ଼ ସଫଳତା ହାସଲ କରିଛନ୍ତି।  ସମ୍ପୂର୍ଣ୍ଣ ବହିକୁ ଲେଖିବାକୁ ତାଙ୍କୁ ୨୨ ଦିନ ସମୟ ଲାଗିଥିଲା। ଲକ୍‌ଡାଉନ୍‌ରେ ରାମାୟଣ ସିରିଏଲ୍ ଦେଖି ସେ ରାମାୟଣ ଲେଖିଥିବା କହିଛନ୍ତି। ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ ଏବେ ଚେନ୍ନାଇର […]

  • Monday, 05 July 2021